ତେବେ ପୁରାଣ ଓ ଶାସ୍ତ୍ରରେ ଆର ଜନ୍ମ ବିଷୟରେ ବହୁତ କିଛି କୁହା ଯାଇଛି । ଆମ ସନାତନ ଧର୍ମ ରେ ଲୋକେ ପୁରାଣ ଓ ଶାସ୍ତ୍ରକୁ ପୂଜା କରନ୍ତି । ତେବେ ଶାସ୍ତ୍ରରେ ଏମିତି କିଛି କଥା ଲେଖା ହୋଇଛି ଯାହା ଅନୁଯାଇ ଯଦି ଆପଣ ନିଜ ଜୀବନରେ ଏହି ଭଳି ଭୁଲ କରନ୍ତି ତେବେ ଆପଣଙ୍କୁ ଆସନ୍ତା ଜନ୍ମରେ କେଉଁ ୟୋନୀ ରେ ଜନ୍ମ ହବାକୁ ପଡ଼ିବ । ଗରୁଡ଼ ପୁରାଣରେ ଏହା ବିଷୟରେ ପୁରା ବିସ୍ତାର ସହ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା କିଛି ଭୁଲ କର୍ମ ର ପରିଣାମ ।

୧- ଯେଉଁ ବ୍ୟକ୍ତି ନିଜ ମିତ୍ର କୁ ଠକି ଥାଏ ସେହି ବ୍ୟକ୍ତି ଜୀବନରେ କହାକୁ ବି ସମାନ ଦେଇ ପାରେ ନାହିଁ ଆଉ ଜିବନ ସାରା ନିଜ ମନରେ ନିଜକୁ ଦୋଷୀ ଅନୁଭବ କରିଥାଏ ତେବେ ଯାହା କଲେ ମଧ୍ୟ ଶାସ୍ତ୍ରରେ କୁହା ଯାଇଛି ଏହି ଭଳି ବ୍ୟକ୍ତି ପଚା ମାଂସ ଖାଉଥିବା ଗିଧ ହୋଇଥାନ୍ତି ।

୨- ଯେଉଁ ମହିଳା ନିଜ ମା ବାପା ବା ଶାଶୂ ଶଶୁରଙ୍କୁ ସମ୍ମାନ ଦିଅନ୍ତି ନାହିଁ ଓ ତାଙ୍କୁ କଷ୍ଟ ଦେଲା ଭଳି କଥା କୁହନ୍ତି ସେହି ଭଳି ମହିଳାଙ୍କୁ ଆସନ୍ତା ଜନ୍ମରେ ଜୋକ ବା ଉକୁଣୀ ରୂପରେ ଜନ୍ମ ନବାକୁ ପଡ଼ିଥାଏ । ତେବେ ସମସ୍ତେ ଏହି ଭଳି ନଥାନ୍ତି ବହୁତ ମହିଳା ନିଜ ବାପ ଘର ଓ ଶାଶୂ ଘର ଲୋକଙ୍କୁ ବହୁତ୍ ଖୁସିରେ ରଖନ୍ତି ।

୩- ମଣିଷ ଜୀବନ ବହୁତ୍ କଷ୍ଟ ପରେ ମିଳିଥାଏ କିନ୍ତୁ ଯେଉଁ ବ୍ୟକ୍ତି ଏହି ସଂସାର ମାୟାରେ ପଡି ଏହି ଜୀବନକୁ ଅନ୍ତ କରିଥାଏ ସେହି ବ୍ୟକ୍ତି କୁ ସର୍ପ ଭାବରେ ଜନ୍ମ ନେଇ ଏହାର ପଶ୍ଚାତାପ କରିବାକୁ ପଡିଥାଏ ।

୪- ଏହି ଜିବନ୍ ବିନା ପରିବାର ଲୋକ ବା ଅନ୍ୟ କାହା ସାହାରା ବିନା ସମ୍ଭବ ନୁହେ। ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ମାତା ପିତା ଓ ଗୁରୁଜନ ମାନଙ୍କୁ ଯେଉଁ ବ୍ୟକ୍ତି ଦୁଃଖ କଷ୍ଟ ଦେଇଥାଏ ବା ତାଙ୍କ ମନକୁ ଆଘାତ ଦେଇଥାଏ ସେହି ବ୍ୟକ୍ତି କୁ ନର୍କ ରେ ମଧ୍ୟ ସ୍ଥାନ ମିଳିନଥାଏ ଏହା ଛଡ଼ା ସେହି ବ୍ୟକ୍ତି ଗର୍ଭରେ ସ୍ଥାନ ପାଇ ଥାଏ କିନ୍ତୁ କେବେ ଜନ୍ମ ନେଇ ପାରେ ନାହିଁ କାହିଁକି ନା ତାଙ୍କର ଗର୍ଭରେ ନିଧନ ହୋଇଥାଏ ।

୫- ସଂସାରରେ ବହୁତ୍ ଧର୍ମ ଅଛି ଓ ସମସ୍ତେ କିଛି ନା କିଛି ଧର୍ମକୁ ମାନନ୍ତି କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କ ସହ ନିଜ ଧର୍ମକୁ ମଧ୍ୟ ଗାଳି ଦେଇଥାଏ ଓ ଅପଶବ୍ଦ ବ୍ୟବହାର କରିଥାଏ ସେହି ବ୍ୟକ୍ତି କୁ ଆର ଜନ୍ମରେ କୁକୁର ଜନ୍ମ ନବାକୁ ପଡିଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
