ଏହି କଥା ଗୁଡ଼ିକ ଆପଣଙ୍କ ଆଖି ଖୋଲିଦେବ- Best motivation

ଦୁନିଆରେ ସମସ୍ତେ ଉପରକୁ ଉଠିବାକୁ ଚାହୁଁଛନ୍ତି କିନ୍ତୁ କଣ ସମସ୍ତେ ସଫଳତା ପାଇ ପାରୁଛନ୍ତି। ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ ଦେଖିବେ ଉତ୍ତର ଆସିବ ନା ସମସ୍ତେ ସଫଳତା ପାଆନ୍ତି ନାହିଁ । କାହିଁକିନା ସମସ୍ତେ ଏକା ଭଳି ଭାବନା ଓ ଯୋଷ ରେ କାମ କରନ୍ତି ନାହିଁ । ଆପଣ ଜାଣିଥିବେ ଯେ ସମସ୍ତେ ଜୀବନରେ ବହୁତ୍ ବଡ ହବାକୁ ଈଛା କରନ୍ତି କିନ୍ତୁ ସମସ୍ତେ ନିଜ ଏହି ଇଚ୍ଛାକୁ ପୂର୍ଣ୍ଣ କରି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଭାବି ନଥିବେ ।

ସକାଳେ ଉଠିବା କେତେ ସରଳ କିନ୍ତୁ କଣ ସମସ୍ତେ କରି ପାରନ୍ତି ଉତ୍ତର ଆସିବ ନା ସମସ୍ତେ ସକାଳେ ଉଠି ପାରନ୍ତି ନାହିଁ କାହିଁକିନା ସକାଳେ ଉଠିବା ସରଳ ହୋଇପାରେ କିନ୍ତୁ ସହଜ ନୁହ । ତେବେ ପାଠ ପଢ଼ିବା ବହି ପଢ଼ିବା ସରଳ ଅଟେ କିନ୍ତୁ କଣ ସମସ୍ତେ ମନ ଦେଇ ପାଠ ପଢ଼ି ପାରନ୍ତି ଆପଣଙ୍କ ମନରୁ ଉତ୍ତର ଆସିବ ନା ସମସ୍ତେ ମନ ଦେଇ ପାଠ ପଢନ୍ତି ନାହିଁ । ତେବେ ପାଠ ପଢ଼ିବା ମଧ୍ୟ ସରଳ କିନ୍ତୁ ସହଜ ନୁହେଁ । ଏହାର ମୁଖ୍ୟ କାରଣ ଏହା ଅଟେ ଜେ ଆମେ ଜୀବନରେ ଯେବେ ବି କିଛି କରିବାକୁ ଈଛା କରିଥାଉ ଆମ ନିଜ ମନ ଓ ଆମ ଆଖ ପାଖ ଲୋକ ଆମକୁ ଆଗକୁ ଯିବାରୁ ଅଟକାଇ ଥାନ୍ତି ।

ଏହାର କାରଣ ଈର୍ଷ୍ୟା ହୋଇଥାଏ ଯଦି ଆପଣଙ୍କ ଭିତରେ କ୍ଷମତା ଅଛି ଆଉ ସାମ୍ନା ଲୋକ ଦେଖି ପାରୁଛି ତଥାପି ସେ ଆପଣଙ୍କୁ ଅଟକାଇବ କାହିଁକିନା ତାକୁ ଈର୍ଷ୍ୟା ହବ ଯେ ଆପଣ ତା ଠାରୁ ଆଗକୁ ପଳେଇଲେ । ତେବେ ଆମ ଆଖ ପାଖ ଲୋକ କଣ ଚାହୁଁଛନ୍ତି ତାହା ବିଷୟରେ ନଭାବି ଆପଣଙ୍କୁ ଆପଣଙ୍କ ଜୀବନରେ କଣ କରିବାର ଅଛି ଆଉ କେମିତି କରିବାର ଅଛି ତାହା ବିଷୟରେ ଚିନ୍ତା କରିବା ଉଚିତ୍ । ଆଉ କେବଳ ଚିନ୍ତା କଲେ ଜୀବନରେ ସବୁ କିଛି ହେଇ ନଥାଏ ଆପଣଙ୍କୁ କର୍ମ କରିବାକୁ ହବ ।

କାହିଁକିନା ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି କାହା ଭାବନା ବିଷୟରେ ଚିନ୍ତା ନକରି ନିଜ କାର୍ଯ୍ୟ କୁ ମହତ୍ତ୍ଵ ଦେଇଥାଏ ସେହି ବ୍ୟକ୍ତି କୁ ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ । ଆପଣଙ୍କୁ କେବଳ କର୍ମ ଉପରେ ଧ୍ୟାନ ଦବା ଉଚିତ୍ କାହିଁକିନା ଅନ୍ଧ ସହରରେ ଗୋଟେ ଆଖି ୱାଲା ଲୋକ ଆସିଲେ ସମସ୍ତେ ତାକୁ ଈର୍ଷା କରି ପଛକୁ ଟାଣି ଥାନ୍ତି କିନ୍ତୁ ଆପଣଙ୍କ ଜୀବନରେ କେବଳ ଏହି ସମୟ ମଜା ମସ୍ତି କରିବାର ଅଛି ନା ଏବେ କଷ୍ଟକରୀ ଜିବନ ସାରା ଖୁସି ରେ ରହିବାର ଅଛି ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *