କେଉଁ ସ୍ତ୍ରୀ ପାଇଁ ସ୍ଵାମୀ ହୁଏ ଧନବାନ- Ajira Anuchinta

ବନ୍ଧୁଗଣ ନାରୀ ମାନଙ୍କୁ ଶାସ୍ତ୍ର ମାନଙ୍କରେ ବହୁତ ମହତ୍ଵ ଦିଆଯାଇଛି । ବଡ ବଡ ରଥି ମହାରଥି ମଧ୍ୟ ନାରି ମାନଙ୍କ ନତମସ୍ତକ ହୋଇଛନ୍ତି । ଏଣୁ କଥାରେ ଏହା ମଧ୍ୟ କୁହାଯାଇଛି ଯେ, ନାରୀ ନୁହେଁ ତୁ ନାରାୟଣୀ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନାରୀ ମାନଙ୍କ ସ୍ଵୋଭାବ ସମ୍ବନ୍ଧରେ କିଛି ବିଶେଷ କଥା ଜଣେଇବାକୁ ଯାଉଛୁ ।

୧- ବନ୍ଧୁଗଣ ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ରେ ଧୀର ଭାବ ରହିଥାଏ ସେମାନେ ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

୨- ଯେଉଁ ମହିଳା ମାନେ, ଆସ୍ତିକ, କ୍ଷ୍ୟମାଶୀଳ, ଦାନଶୀଳ, ବୁଦ୍ଧିମାନ, ଏବଂ କର୍ତ୍ତବ୍ୟପରାୟଣ ହୋଇଥାନ୍ତି, ସେମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କ ରୂପସ୍ଵୋରୂପ ହୋଇଥାନ୍ତି ।

୩- ଯେଉଁ ମହିଳା ମାନେ ଘରକୁ ଆସିଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରିଥାନ୍ତି ତଥା ସନ୍ନମାନ କରିଥାନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪- ଯେଉଁ ମହିଳା ମାନେ ସକାଳେ ଏବଂ ସନ୍ଧ୍ୟାରେ ଗୃହରେ ଦେବୀ ଦେବତାଙ୍କୁ ସ୍ଵୋଛ ମନରେ ପୂଜାର୍ଚ୍ଚନା କରିଥାନ୍ତି, ସେମାନେ ଭାଗ୍ୟବତୀ ହୋଇଥାନ୍ତି ।

୫- ଯେଉଁ ମହିଳା ମାନଙ୍କର ଗାଲ ଗୋଲ, ସୁନ୍ଦର, ଏବଂ ଶିର ଦେଖାଯାଇନଥାଏ ସେମାନେ ଦୟିବୀ ଗୁଣ ଯୁକ୍ତ ମହିଳା ଅଟନ୍ତି ।

୬- ଯେଉଁ ମହିଳା ମାନଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଏବଂ ମାଂସାଳ ହୋଇଥାଏ, ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୭- ଯେଉଁ ମହିଳା ମାନଙ୍କ ବେକ ଚାରିଆଙ୍ଗୁଳି ବିଶିଷ୍ଠ ସୁନ୍ଦର ଏବଂ ସୁଢଳ ରହିଥାଏ, ସେହି ମହିଳା ମାନେ ଉତ୍ତମ ଲକ୍ଷଣ ଯୁକ୍ତ ମହିଳା ଅଟନ୍ତି ।

୮- ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ୍ଚା ହୋଇଥାଏ, ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୯- ଯେଉଁ ମହିଳା ମାନଙ୍କ ବେକରେ ୩ ଟି ରେଖା ପଡିଥାଏ, ସେମାନଙ୍କ ସ୍ଵାମୀ ଐସ୍ଵୋର୍ଜ୍ୟଶାଳୀ ହୋଇଥାନ୍ତି ।

୧୦- ଯେଉଁ ମହିଳା ମାନଙ୍କର ନାକର ଅଗ୍ରଭାଗ ଅଳ୍ପ ଲମ୍ବାଥାଏ, ସେମାନଙ୍କୁ ବହୁତ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୧- ବନ୍ଧୁଗଣ ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହୋଇଥାଏ, ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ହୋଇଥାନ୍ତି ।

୧୨- ଯେଉଁ ମହିଳା ମାନଙ୍କ ଓଠ ମଝିରେ ରେଖା ଦେଖାଯାଏ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୧୩- ଯେଉଁ ମହିଳା ମାନଙ୍କର ଦାନ୍ତ, ଉପର ଭାଗ ୧୬ ଟି ଏବଂ ତଳ ଭାଗ ୧୬ ଟି କ୍ଷୀର ପରି ସଫା ଥାଏ, ସେ ସ୍ବାମୀର ପ୍ରିୟ ହୋଇଥାନ୍ତି ।

୧୪- ଯେଉଁ ମହିଳାଙ୍କ ଜିଭ ପତଳା,ଲାଲ ଏବଂ କୋମଳ ହୋଇଥାଏ, ସେମାନଙ୍କୁ ଉତ୍ତମ ସ୍ଵାମୀ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୫- ଯେଉଁ ମହିଳା ମାନେ ହସିବା ବେଳେ ପାଟି ଅଳ୍ପ ଖୋଲନ୍ତି, ଏବଂ ହସିଲା ବେଳେ ଦାନ୍ତ ଦେଖାଯାଏ ନାହିଁ, ସେମାନେ ସ୍ବାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି ।

୧୬- ଯେଉଁ ମହିଳା ମାନଙ୍କର ଆଖି ହରିଣ ପରି, ଡୋଳା କଳା, ଆଖି ପତାରେ ଛୋଟ କଳା ଚୁଟିଥାଏ, ସେମାନେ ଅତ୍ୟନ୍ତ ଶୁଭ ହୋଇଥାନ୍ତି ।

୧୭- ଯେଉଁ ମହିଳା ମାନଙ୍କ ହାତ କୋମଳ, ଶରୀରରେ ଲୋମ ନଥାଏ, କାନ୍ଧ ଆଗକୁ ହୋଇ ରହିଥାଏ, ସେମାନେ ଜୀବନରେ ବହୁତ ସୁଖ ଭୋଗ କରନ୍ତି ।

୧୮- ଯେଉଁ ମହିଳାଙ୍କ ବାମ ହାତ, ବେକ, ଗାଲ, ଓଠ ଏବଂ କାନରେ ତିଳଚିହ୍ନ ରହିଥାଏ, ସେମାନେ ସୁଖଭୋଗ କରିଥାନ୍ତି ।

୧୯- ଯେଉଁ ମହିଳା ମାନଙ୍କ ହାତ ପାପୁଲି କୋମଳ, ଏବଂ ହାତରେ ପଦ୍ମ, ପତାକା, ମାଛ ଏବଂ ଶଙ୍ଖ ଆଦି ର ଚିହ୍ନ ଥାଏ, ସେମାନଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି ।

୨୦- ଯେଉଁ ମହିଳା ମାନଙ୍କ ପାଦର ଆଙ୍ଗୁଠି ଗୁଡିକ ଲାଗିକରି ରହିଥାଏ, ଏବଂ କୋମଳ ହୋଇଥାଏ, ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ ।

୨୧- ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ଥାଏ, ସେମାନେ ଧନ ସଞ୍ଚୟ କରିପାରି ନଥାନ୍ତି ।

୨୨- ଯେଉଁ ମହିଳା ମାନଙ୍କ ପାଦର କାଣୀ ଆଙ୍ଗୁଠି ଭୂମିରେ ସ୍ପର୍ଶ କରେ ନାହିଁ, ସେମାନେ ସମୟ ଅନୁସାରେ ନିଜକୁ ବଦଳାଇ ଦେଇଥାନ୍ତି ।

୨୩- ମହିଳା ମାନେ ନିଜର ସମସ୍ତ ଅଳଙ୍କାର ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଉଚିତ, ଏହା ମଙ୍ଗଳ ହୋଇଥାଏ ।

୨୪- ମହିଳା ମାନେ ଯଦି କିଛି ଧଳା ରଙ୍ଗର ଜିନିଷ ଅଥବା ବସ୍ତୁ କାହାକୁ ଦାନ କରନ୍ତି, ତେବେ ଘରେ କେବେ ଧନ ର ଅଭାବ ହେବନାହିଁ ।

୨୫- ଯଦି ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘରେ ଝାଡୁ ମାରନ୍ତି, ତେବେ ଘରେ ଧନର ବୃଦ୍ଧି ହୋଇଥାଏ, ମାତ୍ର ସୂର୍ଯ୍ୟ ଅସ୍ଥ ପରେ କେବେ ଝାଡୁ ମାରନ୍ତୁ ନାହିଁ ।

୨୬- ମହିଳା ମାନେ, ଲୁଣ ରଖୁଥିବା ପାତ୍ରକୁ କେବେ ମଧ୍ୟ ଖୋଲା ରଖନ୍ତୁ ନାହିଁ, ଯଦି ଆପଣ ଏପରି କରନ୍ତି ତେବେ, ଘରେ ଧନର ଅଭାବ ହୋଇଥାଏ ।

୨୭- ମହିଳା ମାନେ, କେବେ ମଧ୍ୟ ସନ୍ଧ୍ୟା ପୂଜା ସମୟରେ କାହାରିକୁ ଥଟା କିମ୍ବା ଅପମାନିତ କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ ।

୨୮- ମହିଳା ମାନେ ଯଦି ସପ୍ତାହରେ ଥରେ ସମୁଦ୍ର ଲୁଣ ପକାଇ ଘର ପୋଛା ମାରନ୍ତି, ତେବେ ବହୁତ ଶୁଭ ହୋଇଥାଏ ।

୨୯- ମହିଳା ମାନେ, ରୋଷେଇ କରି ସାରିବା ପରେ ଚୁଲା ଉପରେ କୌଣସି ଖାଦ୍ଯ ଜିନିଷ ରଖନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ ।

୩୦- ମହିଳା ମାନେ, କେବେ ମଧ୍ୟ ଘରର ଦୁଆର ମୁହଁରେ ଭୋଜନ କରନ୍ତୁ ନାହିଁ, ଏହା ଦ୍ଵାରା ଦରିଦ୍ରତା ଆସିଥାଏ । ବନ୍ଧୁଗଣ ଏହାଥିଲା ମହିଳା ମାନଙ୍କ ସମ୍ବନ୍ଧରେ କିଛି ମହତ୍ଵପୂର୍ଣ୍ଣ ଟିପ୍ପଣୀ, ଆପଣଙ୍କୁ ଏହା ଭଲ ଲାଗୁଥିଲେ, ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *