ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କରିବା ବା ଖାଇବା କିପରି କରାଯାଏ ଲୋକମାନେ ଜାଣିବା ନିତାନ୍ତ ଆବଶ୍ୟକ । ଏହା ଦ୍ଵାରା ବହୁତ ଶୁଭଫଳ ମିଳିଥାଏ ଏବଂ ମଙ୍ଗଳକାରୀମଧ୍ୟ ହୋଇଥାଏ । ଘରେ କେବେବି ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ କାରଣ ଏହା ଯମଙ୍କ ଦିଗ ହୋଇଥାଏ । ଏହା ଦ୍ଵାରା ଦୁର୍ଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ହାନି ହେବାର ସମ୍ଭାବନା ଥାଏ । ବାସ୍ତୁ ଶାସ୍ତ୍ର ଦଅନୁସାରେ ଖାଇବା ପୂର୍ବରୁ ପାଦ ଧୋଇ ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ଆୟୁ ବୃଦ୍ଧି ହୋଇଥାଏ । କେବେବି ଭଙ୍ଗା କିମ୍ବା ଅଶୁଦ୍ଧ ହୋଇଥିବା ବାସନରେ ଖାଦ୍ଯ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ସମସ୍ଯା ବୃଦ୍ଧି ହୋଇଥାଏ ଏବଂ ଦୁର୍ଭାଗ୍ଯ ଦେଖାଦେଇଥାଏ ।
ଘରେ କେବେବି ଶୋଇବା ଖଟ ଉପରେ ବସି ଖାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ବିଭିନ ସମସ୍ଯା ଦେଖାହେବାର ସମ୍ଭାବନା ଥାଏ । ଖାଇବା ସମୟରେ ସବୁବେଳେ ଖାଦ୍ଯ ଥଳୀକୁ ଟିକେ ଉପରକୁ ରଖୀ ଖାଇବା ଉଚିତ ଏହା ଦ୍ଵାରା ଅନ୍ନ ପୂର୍ଣାଙ୍କୁ ଆଦର ହୋଇଥାଏ ଏବଂ କେବେ ଖାଦ୍ଯର ଅଭାବ ହୋଇନଥାଏ ।
ଘରେ ଡାଇନିଙ୍ଗ ଟେବୁଲ ଉପରେ ସବୁବେଳେ କିଛି ଖାଦ୍ଯ ପଦାର୍ଥ ରଖିବା ଉଚିତ ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଖାଦ୍ଯର କେବେ ଅଭାବ ହୋଇନଥାଏ । ଖାଦ୍ଯ ଖାଇବା ପୂର୍ବରୁ ସବୁବେଳେ ଠାକୁରଙ୍କୁ ସମର୍ପଣ କରି ଖାଦ୍ଯ ଖାଇବା ଉଚିତ ଏହାଦ୍ବାରା ମଙ୍ଗଳକାରୀ ହୋଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ ।
ଖାଇବା ସମୟରେ କେବେବି କଥାବାର୍ତା ହେବା ଅନୁଚିତ କିମ୍ବା ଖାଉଥିବ ବେଳେ କୌଣସି କାର୍ଯ୍ୟ କରିବା ଅନୁଚିତ । ଏହା ଅମଙ୍ଗଳ କାରୀ ହୋଇଥାଏ । ଖାଇ ସାରିବା ପରେ କେବେବି ଅଇଁଠା ଥଳିରେ ହାତ ଧୋଇବା ଅନୁଚିତ ହୋଇଥାଏ । ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ । ଖାଉଥିବା ସମୟରେ କିମ୍ବା ଅଇଁଠା ହାତରେ କେବେବି ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ ନଚେତ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ଜୋଟା କିମ୍ବା ଚପଲ ମାଡି କେବେବି ଭୋଜନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଅଶୁଭ ହୋଇଥାଏ ଏବଂ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ ।
ଘରର ମୁଖ୍ୟ ଦ୍ଵାର କିମ୍ବା ଗାଧୁଆ ଘର ସାମନ୍ନାରେ ଡାଇନିଙ୍ଗ ରୁମ ରଖିବା ଉଚିତ ନୁହେଁ । ନଚେତ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ । ରାତ୍ରି ସମୟରେ କେବେବି ଦହି କିମ୍ବା ଛତୁଆ ଖାଇବା ଉଚିତ ନୁହେଁ ନଚେତ ଏହାଦ୍ବାରା ଆପଣଙ୍କର ଅର୍ଥ ହାନୀର ସମ୍ଭାବନା ରହିଥାଏ । ଯେଉ ଖାଦ୍ଯ ତିଆରି ସମୟରେ ଝଗଡା ହୋଇଥାଏ କିମ୍ବା ଖାଦ୍ଯ ଉପରେ କେହି ଡେଇଁକି ଯାଇଥାଏ ସେହି ଖାଦ୍ଯ ଖାଇବା ଅନୁଚିତ ହୋଇଥାଏ ଏହା ରାକ୍ଷସ ଭୋଜନ ହୋଇଥାଏ ।