ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ସ୍ୱାସ୍ଥ୍ୟ ଟିପ୍ସ ଯାହା ଆପଣଙ୍କୁ କୌଣସି ବି ରୋଗରୁ ଦୂରେଇ ରଖିବ । ତେବେ ଫ୍ରେଣ୍ଡ୍ସ ଆପଣମାନେ ତ ଅମୃତଭଣ୍ଡା ଖାଉଥିବେ ନିଶ୍ଚୟ କିନ୍ତୁ କଣ ଜାଣିଛନ୍ତି ଏହାର ପତ୍ର ଆମର କେତେ କାମରେ ଆସିପାରେ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଅମୃତଭଣ୍ଡା ସହ ଯଦି ଆପଣ ଅମୃତ ଭଣ୍ଡାର ପତ୍ରର ଯୁସ କରି ପିଅନ୍ତି ତେବେ ଆପଣଙ୍କର ଅନେକ ରୋଗ ଭଲ ହୋଇଯିବ । ଆପଣ ମାନେ ତ ଜଣାଇଥିବେ ବା ଶୁଣିଥିବେ ଅମୃତଭଣ୍ଡା ଆମ ଶରୀର ପାଇଁ କେତେ ଲାଭକାରୀ ଅଟେ, ସେମିତି ଅମୃତଭଣ୍ଡାର ପତ୍ର ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା ଔଷଧୀୟ ଗୁଣରେ ଭରପୁର ଥାଏ ।
ଆପଣଙ୍କ ଶରୀରର ସମସ୍ତ ରୋଗ ଏହି ପତ୍ର ଖାଇବା ଦ୍ଵାରା ଦୂର ହୋଇ ପାରିବ । ଏହା ଖାଇବାକୁ ପିତା ଲାଗେ ସତ କିନ୍ତୁ ଏଥିରେ ବହୁତ ଗୁଣ ଥାଏ ଯାହା ଆମ ଶରୀରର ସମସ୍ତ ରୋଗକୁ କମ କରିଥାଏ । ଏଥିରେ ଭିଟାମିନ A,B, C,D ଏବଂ କ୍ୟାଲସିୟମର ମାତ୍ରା ମଧ୍ୟ ଭରପୁର ଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଭଢାଇ ଥାଏ । ଇମ୍ୟୁନିଟି ମଧ୍ୟ ବଢେ ।
ଏହି ପତ୍ର ବାକ୍ଟେରିଆଠୁ ଆମକୁ ମୁକ୍ତି ଦିଏ, ଥଣ୍ଡା କାଶ ଆଦି ରୋଗ ସହ ଲଢିବାର ଶକ୍ତି ଦିଏ, ଏହା ରକ୍ତରେ ଧଳା ବ୍ଲଡସେଲ ଓ ପ୍ଲେଟେଲେଟ କୁ ବଢାଏ । ଏଥିରେ ଏନ୍ଟି ମେଲେରିଆ ଗୁଣ ଥାଏ ଏହା ବ୍ଯତୀତ ଡେଙ୍ଗୁ ଭଳି ରୋଗର ଏହା ରାମବାଣ ଉପାୟ ଅଟେ । ଆପଣଙ୍କ ମୁହଁରେ ବ୍ରଣ ବ ଚିହ୍ନ ହେଲେ ଏହାର ଯୁସ କରି ପିଅନ୍ତୁ । ଏହା ବ୍ଯତୀତ ଯଦି ଆପଣ ଏହାର ସେବନ ପ୍ରତ୍ୟକ ଦିନ କରିବେ ତେବେ ଆପଣଙ୍କର ପାଚନ ଶକ୍ତି ମଧ୍ୟ ବଢେ ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।