ଏହି ଅଭିନେତା କରିଥିଲେ Mahabharatରେ ଯୁଧିଷ୍ଠିରର ଅଭିନୟ, ଆଜି ଦେଖିଲେ ଚିହ୍ନି ପାରିବେ ନାହିଁ

ଲକଡାଉନ ମଧ୍ୟରେ ବି ଆର ଚୋପଡାଙ୍କ ମହାଭାରତକୁ ଲୋକମାନଙ୍କ ବହୁତ ଭଲ ପାଇବା ମିଳିଛି । ଆଜି ମହାଭାରତକୁ ୩ ଦଶକ ପୂରି ଯାଇଛି । କିନ୍ତୁ ମହାଭାରତରେ କାମ କରୁଥିବା କଳାକାରଙ୍କୁ ଆଜି ବି ବହୁତ ପସନ୍ଦ କରାଯାଉଛି । ସେହି ସମୟରେ ଏହାର କ୍ରେଜ ବହୁତ ଥିଲା । ଲୋକମାନେ ମହାଭାରତ ଦେଖିବା ପାଇଁ ନିଜର ସମସ୍ତ କାମ ଛାଡି ଟିଭି ସାମ୍ନାରେ ବସି ଯାଉଥିଲେ ।

ଯାହାକି ଲକଡାଉନ ସମୟରେ ବି ଦେଖା ଯାଇଥିଲା । କହିବାକୁ ଗଲେ ଏହି ସମସ୍ତ କଳାକାରମାନଙ୍କୁ ମହାଭାରତରେ କାମ ମିଳିବାର କାହାଣୀ ବହୁତ ହିଁ ଭିନ୍ନ ପ୍ରକାରର ଅଟେ । ଆଜି ଆମେ ଆପଣଙ୍କୁ ମହାଭାରତର ଯୁଧିଷ୍ଠିରର କିରଦାର କରିଥିବା ଅଭିନେତାଙ୍କ ବିଷୟରେ କହିବୁ । ବି ଆର ଚୋପଡାଙ୍କ ମହାଭାରତରେ ଯୁଧିଷ୍ଠିରଙ୍କ କିରଦାର ଗଜେନ୍ଦ୍ର ଚୋହାନ କରିଥିଲେ ।

ଗଜେନ୍ଦ୍ର ଚୋହାନଙ୍କ ଜନ୍ମ ଦିଲ୍ଲୀରେ ୧୦ ଅକ୍ଟୋବର ୧୯୫୬ରେ ହୋଇଥିଲା । ଗଜେନ୍ଦ୍ର ଚୋହାନ ହିନ୍ଦୀ ଫିଲ୍ମ ଓ ଭାରତୀୟ ଟେଲିଭିଜନ ଦୁନିଆର ଅଭିନେତା ଅଟନ୍ତି । ସେ ବଲୀଉଡର ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ମୁଖ୍ୟ ଅଭିନେତା ରୂପରେ ସେ ଅଧିକ ପରିଚିତ ହୋଇ ପାରି ନାହାନ୍ତି ।

ସେ ପ୍ରାୟତଃ ଫିଲ୍ମରେ ସହ କଳାକାର ରୂପରେ ନଜର ଆଶଛନ୍ତି । ଗଜେନ୍ଦ୍ର ଚୋହାନ ବହୁତ ଟିଭି ସିରିଏଲରେ ନିଜର ଅଭିନୟର ଜାଦୁ ଦେଖାଇଛନ୍ତି । ସିରିଏଲରେ ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରନ୍ତି । ସେ ଆଜି ବି ବି ଆର ଚୋପଡାଙ୍କ ସୁପରହିଟ ସିରିଏଲ ମହାଭାରତର ଯୁଧିଷ୍ଠିରଙ୍କ କିରଦାର ପାଇଁ ଜଣା ଯାଆନ୍ତି ।

ଗଜେନ୍ଦ୍ର ଚୋହାନଙ୍କ ବିଷୟରେ ଏହି କଥା ବହୁତ କମ ଲୋକମାନେ ଜାଣିଥିବେ କି ସେ ଜଣେ ଡାକ୍ତର ଅଟନ୍ତି । ଗଜେନ୍ଦ୍ର ଚୋହାନ ନିଜର ଅଭିନୟ କ୍ୟାରିୟର ଟିଭି ସିରିଏଲରୁ ହିଁ ଆରମ୍ଭ କରିଥିଲେ । ସେ ଫିଲ୍ମି ଦୁନିଆରେ ଗୋଡ ରଖିଥିଲେ । ଗଜେନ୍ଦ୍ର ଚୋହାନ ଫିଲ୍ମ ମେ ଚୁପ ନେହିଂ ବେଠୁଙ୍ଗାରୁ ବଲୀଉଡରୁ ଡେବ୍ୟୁ କରିଥିଲେ ।

ଏହି ଫିଲ୍ମ ୧୯୮୫ରେ ରିଲିଜ ହୋଇଥିଲା । ଏହା ପରେ ସେ ବହୁତ ଫିଲ୍ମ ଓ ଟିଭି ସିରିଏଲରେ ନଜର ଆସିଲେ । ମହାଭାରତରେ ଗଜେନ୍ଦ୍ର ଚୋହନ ଯୁଧିଷ୍ଠିରଙ୍କ କିରଦାର କରିଥିଲେ । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ଗଜେନ୍ଦ୍ର ଚୋହାନଙ୍କୁ ମହାଭାରତ ସିରିଏଲରେ ଯୁଧିଷ୍ଠିର ରୋଲ ପାଇଁ ନୁହେଁ ଅଥବା କୃଷ୍ଣଙ୍କ ରୋଲ ପାଇଁ ଚୟନ କରାଯାଇଥିଲା ।

କିନ୍ତୁ ପରେ ତାଙ୍କର ଓଜନ ବଢିବା କାରଣରୁ ଶେଷରେ ତାଙ୍କୁ ଯୁଧିଷ୍ଠିରର କିରଦାର କରିବାକୁ ପଡିଥିଲା । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାଁ ହବିବା ରହମାନ ଅଟେ । ତାଙ୍କର ଗୋଟିଏ ପୁଅ ବି ଅଛି ।

ଯାହାର ନାଁ ବିକି ଅଟେ । କହିଦେଉଛୁ କି ଗଜେନ୍ଦ୍ର ଚୋହାନ ଜଣେ ରାଜନେତା ବି ଅଟନ୍ତି । ସେ ବିଜେପି ଦଳ ସହ ଜଡିତ ଅଛନ୍ତି । ଏହା ଛଡା ସେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନ୍ସଟିଉଟ ଅଫ ଇଣ୍ଡିଆର ଚେୟାରମ୍ୟାନ ବି ଅଟନ୍ତି ।

Leave a Reply

Your email address will not be published. Required fields are marked *