ଏହି ପଶୁ ମାନଙ୍କର ମଣିଷ ପଣିଆ ଦେଖି ଆପଣ ବି କାନ୍ଦି ପକାଇବେ- ଥରେ ନିଶ୍ଚୟ ଦେଖନ୍ତୁ ଏହି Video

ଆପଣ ମାନେ ଜାଣିଥିବେ ମଣିଷ ଓ ପଶୁ ମଧ୍ୟରେ ଥିବା ସମ୍ପର୍କର ଚର୍ଚ୍ଚା ଅନେକ ସ୍ଥାନରେ ହୋଇଥାଏ । ମଣିଷ ପଶୁ ମାନଙ୍କର ସାହାଜ୍ଯ କରିବା ଆପଣ ମାନେ ଜାଣିଥିବେ । କିନ୍ତୁ ଅନେକ ସମୟରେ ପଶୁ ମାନେ ନିଜର ବୁଦ୍ଧି ବଳରେ ମଣିଷ ମାନଙ୍କର ଜୀବନ ରକ୍ଷା କରିଥାନ୍ତି । ଆଜିର ଆମର ଏହି ଲେଖାରେ ଏମିତି କିଛି କାହାଣୀ ରହିଛି ଯେଉଁଠି ପଶୁ ମାନେ ନିଜ ବଫାଦାରି ଦେଖାଇ ମଣିଷ ମାନଙ୍କର ଜୀବନ ରକ୍ଷା କରିବାରେ ସଫଳ ହୋଇଛି ।

୧- ପ୍ରଥମ ଭିଡିଓରେ ଜଣେ ମା ତା ଛୁଆକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ତାକୁ ନାଳରେ ପକାଇ ଦେଲା । ଏହାକୁ ଦେଖିବା ପରେ କିଛି କୁକୁର ସେହି ଛୁଆକୁ ରକ୍ଷା କରିବା ପାଇଁ ଚିତ୍କାର କରିଥିଲେ ମଧ୍ୟ ସେଠାକୁ କେହି ନ ଆସିବାରୁ କୁକୁର ମାନେ ନିଜେ ସେହି ଛୁଆକୁ ନର୍ଦମାରୁ ଉଦ୍ଧାର କରିଥିଲେ । ବାସ୍ତବରେ କୁକୁର ମାନଙ୍କର ଏହି କାମ ପ୍ରଶଂସାଯୋଗ୍ୟ ଅଟେ ।

୨- ଦିତୀୟ ଭିଡିଓରେ ଜଣେ ୪ ବର୍ଷର ପିଲା ବାହାରେ ସାଇକେଲ ଚଲାଉ ଥିବା ସମୟରେ ଗୋଟେ କୁକୁର ଆସି ସେହି ଛୁଆକୁ କାମୁଡିବାକୁ ଲାଗିଲା । ସେହି ସମୟରେ ସେହି ପିଲାର ବିଲେଇ ସେଠାରେ ପହଞ୍ଚି ଛୁଆଟିକୁ ରକ୍ଷା କରିବା ସହ କୁକୁରର ପିଛା ସେ ଜାଣେ କରିଥିଲା ଯେ ଯାଏଁ କୁକୁରଟି ସେଠାରୁ ଯାଇ ନ ଥିଲା । ବିଲେଇର ଏହି କାମ ପାଇଁ ତାକୁ ଆୱାର୍ଡ ମଧ୍ୟ ମିଳିଥିଲା ।

୩- ତୃତୀୟ ଭିଡିଓରେ କାନାଡାର ଏକ ୱାର୍କ ସପରେ ନିଆଁ ଲାଗି ଯିବା ପରେ ପୋଲିସ ସେଠାରେ ପହଞ୍ଚିବା ପାଇଁ ବାହାରି ଥିଲା । କିନ୍ତୁ ପୋଲିସର ଅଧା ରାସ୍ତାରେ ଜିପିଏସ ବନ୍ଦ ହେବାରୁ ପୋଲିସ ସେଠାରେ ପହଞ୍ଚିବା ପାଇଁ ରାସ୍ତା ଖୋଜୁଥିବା ସମୟରେ ଗୋଟେ କୁକୁର ପୋଲିସ ଗାଡି ଆଗରେ ଆଗେ ଆଗେ ଦୌଡିବାକୁ ଆରମ୍ଭ କରିଥିଲା ।

ଯାହା ଦ୍ଵାରା ପୋଲିସ ଠିକ ସମୟରେ ନିଆଁ ଲାଗିଥିବା ଜାଗାରେ ପହଞ୍ଚି ସେଠିକାର ମାଲିକର ଜୀବନ ରକ୍ଷା କରି ପାରିଲା । ପରେ ଜଣା ପଡିଲା ଯେ ସେହି କୁକୁରଟି ନିଆଁ ଲାଗିଥିବା ୱାର୍କ ସପ ର ମାଲିକର କୁକୁର ।

୪- ଚତୁର୍ଥ ଭିଡିଓରେ ଗୋଟେ ଦୋକାନର ମାଲିକ ଅଳିଆ ପକାଇବା ବାହାରକୁ ଯାଇଥିଲା । ସେହି ସମୟରେ ଗୋଟେ ଚୋରା ସେହି ଦୋକାନରେ ପଶି ଦୋକାନ ମାଲିକକୁ ଡରାଇବାକୁ ଲାଗିଲା । ଠିକ ସେହି ସମୟରେ ମାଲିକର କୁକୁର ସେଠାରେ ପହଞ୍ଚି ସେହି ଚୋର ପଛରେ ଗୋଡାଇବାକୁ ଲାଗିଲା । ଭୟରେ ଚୋର ସେଠାରୁ ପଳାୟନ କରିଥିଲା । ଏହି ପରି ଭାବେ କୁକୁରଟି ନିଜ ମାଲିକର ଜୀବନ ରକ୍ଷା କରିଥିଲା ଯାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ତେବେ ଏହା ଥିଲା ପଶୁ ମାନଙ୍କର ନିଜ ମାଲିକ ପ୍ରତି ବଫାଦର ତଥା ଅନ୍ୟ ମଣିଷ ମାନଙ୍କ ପ୍ରତି ନିଜର ଭଲ ପାଇବା । ଏମାନେ ନିଜ ବୁଦ୍ଧି ବଳରେ ଅନ୍ୟ ମାନଙ୍କର ଜୀବନ ରକ୍ଷା କରି ପାରିଛନ୍ତି । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *