ଟିଭି ଇଣ୍ଡଷ୍ଟ୍ରିର ପ୍ରାୟତଃ ଅଭିନେତ୍ରୀମାନଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଆପଣମାନେ ତାଙ୍କର ଅଭିନୟ, ତାଙ୍କର ପରିବାର ଓ ତାଙ୍କ ସମ୍ବନ୍ଧୀୟ ସମସ୍ତ କଥା ଜାଣିଛନ୍ତି । ଏମାନଙ୍କୁ ଆପଣମାନେ ସବୁଦିନ ଟିଭିରେ ଅଭିନୟ କରୁଥିବାର ଦେଖୁଥିବେ । ଏମାନଙ୍କ ଦ୍ଵାରା ଅଭିନୟ କରାଯାଉଥିବା ରୋଲ ବି ଆପଣଙ୍କୁ ବହୁତ ପସନ୍ଦ ବି ଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଟିଭି ଜଗତର ଏହିଭଳି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ଏକୁଟିଆ ନିଜ ସନ୍ତାନମାନଙ୍କର ପାଳନ ପୋଷଣ କରୁଛନ୍ତି ।
ଉର୍ବଶୀ ଢୋଲକିୟା: ଉର୍ବଶୀ ଢୋଲକିୟା ନିଜର ପର୍ସନଲ ଲାଇଫରେ ବହୁତ ହିଁ ସଂଘର୍ଷ କରିଛନ୍ତି । ଉର୍ବଶୀ ଢୋଲକିୟା ୧୬ ବର୍ଷ ବୟସରେ ହିଁ ବିବାହ କରି ସାରିଥିଲେ ଓ ୧୭ ବର୍ଷ ବୟସରେ ସେ ଦୁଇଟି ସନ୍ତାନର ମା ବି ହୋଇ ଯାଇଥିଲେ । କିନ୍ତୁ ବିବାହର ୧.୫ ବର୍ଷ ମଧ୍ୟରେ ତାଙ୍କର ଛାଡପତ୍ର ହୋଇଗଲା । ଏହା ପର ଠାରୁ ଉର୍ବଶୀ ଢୋଲକିୟା ନିଜର ଦୁଇ ପୁଅର ଦେଖାଶୁଣା ନିଜେ ଏକୁଟିଆ ହିଁ କରୁଛନ୍ତି ।
ଜୁହୀ ପରମାର: କହିଦେଉଛୁ କି ଜୁହୀ ପରମାର ଛୋଟ ପରଦାର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି । ତାଙ୍କର ଅଭିନୟ ଦ୍ଵାରା ସେ ସମସ୍ତଙ୍କୁ ଦିବାନା କରିଛନ୍ତି । ଏତିକି ନୁହେଁ ସେ ଜଣେ ଭଲ ମା ବି ଅଟନ୍ତି । ଜୁହୀ ପରମାର ୨୦୦୯ରେ ଛୋଟ ପରଦାର ଅଭିନେତା ସଚିନ ଶ୍ରଫଙ୍କୁ ବିବାହ କରିଥିଲେ ।
୨୦୧୩ରେ ତାଙ୍କ ଘରେ ଗୋଟିଏ ଝିଅ ଜନ୍ମ ହେଲା । କିନ୍ତୁ ୨୦୧୯ରେ ନିଜ ମଧ୍ୟରେ ବିବାଦ କାରଣରୁ ଦୁଇ ଜଣ ଛାଡପତ୍ରର ନେଇଗଲେ । ସେହି ସମୟରୁ ଜୁହୀ ପରମାର ନିଜର ଝିଅ ସମୟାରାଙ୍କ ଦେଖାଶୁଣା ନିଜେ ଏକୁଟିଆ ହିଁ କରୁଛନ୍ତି ।
ଶ୍ଵେତା ତିବାରି: ଶ୍ଵେତା ତିବାରି କସୋଟୀ ଜିନ୍ଦେଗୀରୁ ବହୁତ ପପୁଲାରୀଟି ହାସଲ କରି ସାରିଛନ୍ତି । ସେ ବି ଜଣେ ଶିଂଗଲ ମା ଅଟନ୍ତି । କହିଦେଉଛୁ କି ଶ୍ଵେତା ତିବାରି ୧୯ ବର୍ଷ ବୟସରେ ରାଜା ଚୌଧାରୀଙ୍କୁ ବିବାହ କରିଥିଲେ । ୨୦ ବର୍ଷ ବୟସ ମଧ୍ୟରେ ଶ୍ଵେତା ଗୋଟିଏ ଝିଅର ମା ବି ହୋଇଗଲେ । କିନ୍ତୁ କିଛି ବର୍ଷ ପରେ ରାଜା ଚୌଧାରୀ ସହ ତାଙ୍କର ତଲାକ ହୋଇଗଲା । ଏହା ପରେ ସେ ଏକୁଟିଆ ହିଁ ନିଜର ଝିଅର ସମସ୍ତ ଦାୟିତ୍ଵ ସମ୍ଭାଲୁଛନ୍ତି ।
ଦଳଜିତ କୌର: ଦଳଜିତ କୌର ୨୦୦୯ରେ ଟିଭି ଅଭିନେତା ଶାଲୀନ ଭନୋଟଙ୍କ ସହ ବିବାହ କରିଥିଲେ । ଯାହା ପରେ ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ବି ହେଲା । କିନ୍ତୁ ୨୦୧୫ରେ ଦଳଜିତ କୌର ଘରେଲୁ ହିଂସା କାରଣରୁ ଶାଲୀନ ଭନୋଟଙ୍କ ଠାରୁ ଛାଡପତ୍ରର ନେଇ ଗଲେ । ସେହି ସମୟରୁ ଦଳଜିତ କୌର ନିଜ ପୁଅର ଏକୁଟିଆ ହିଁ ଦାୟିତ୍ଵ ସମ୍ଭାଲୁଛନ୍ତି ।
ଚାହତ ଖନ୍ନା: ଚାହତ ଖନ୍ନା ବି ଜଣେ ଶିଂଗଲ ମା ଅଟନ୍ତି । ଚାହତ ଖନ୍ନା ୨୦୧୩ରେ ନିଜର ବୟଫ୍ରେନ୍ଡ ଫରାର ମିର୍ଜାଙ୍କ ସହ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ମଧ୍ୟରେ ଏମାନଙ୍କୁ ଦୁଇଟି ଝିଅ ହେଲା । କିନ୍ତୁ ୨୦୧୮ରେ ଏମାନଙ୍କର ତଲାକ ହୋଇଗଲା । ସେହି ସମୟରୁ ଚାହତ ଖନ୍ନା ନିଜ ଝିଅମାନଙ୍କର ଏକୁଟିଆ ହିଁ ଦେଖାଶୁଣା କରୁଛନ୍ତି ।