ଘରର ମୁଖ୍ୟ ଦ୍ଵାରରେ କଳସ ବସାଇବା ଠିକ କି ? କେଉଁ ପାର୍ଶ୍ବରେ କଳସ ବସାଇବା ଉଚିତ୍- Vaastu Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମେ ଘରର ମୁଖ୍ୟ ଦ୍ଵାରରେ କଳସ ବସାଇ ଥାଉ । କିନ୍ତୁ କିଛି ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ କଳସ ଦ୍ବାରର ଡାହାଣ ପଟେ ରହିବ ନା ବାମ ପଟେ ରହିବା ଉଚିତ । ଆଜି ଆମେ ଆପଣ ମାନଙ୍କ ସହ ଏହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଘରେ ଯେଉଁ କଳସ ଦ୍ଵାରାରେ ରଖା ଯାଉଛି ତାହାକୁ କଳସ ଆଖିବା ଠିକ ନୁହେଁ ବରଂ କୁମ୍ଭ କହିବା ଉଚିତ ହେବ । ପିତଳ ହେଉ ବା ଅନ୍ୟ କୌଣସି ଜାଗାରେ ପାଣି ଭର୍ତ୍ତି କରି ଗୋଟେ ଫୁଲ ଦେଇ କୁମ୍ବକୁ ଘର ଦୁଆର ମୁହଁରେ ରଖିବା ଉଚିତ ।

ବିଶ୍ଵାସ ରହିଛି ଯେ ଘରୁ ବାହାରିବା ସମୟରେ କୁମ୍ବର ଦର୍ଶନ କରିଲେ ଯାତ୍ରା ହେଉ ବା କାମ ହେଉ ତାହା ସଫଳ ହୋଇଥାଏ । ମୁଖ୍ୟ ଦ୍ଵାରାରେ କୁମ୍ଭ ରଖିବା ଶୁଭର ପ୍ରତୀକ ହୋଇଥାଏ । ଯଦି ଆପଣ ଘରୁ ବାହାରିବା ସମୟରେ ଡାହାଣ ପଟ ଦେଇ ଯାଉଛନ୍ତି ତେବେ ପାଣି ରେ ଭରା ଥିବା କୁମ୍ଭ ଘରର ଡାହାଣ ପଟେ ବସାଇବା ଉଚିତ । ଯଦି ଆପଣ ଘରୁ ଭରାଇବା ସମୟରେ ବାମ ପଟେ ଦେଇ ଯାଉଛନ୍ତି ତେବେ ବାମ ପଟେ କୁମ୍ଭ ବସାଇ ପାରିବେ ।

ଯଦି ଆପଣଙ୍କର ଚଉଁରା କାନ୍ଥକୁ ଲାଗି ରହିଛି ତେବେ କୁମ୍ବ କୁ ଚଉଁରା ଥିବା ମଣ୍ଡପ ଉପରେ ବସାଇ ପାରିବେ । ସାଧାରଣତ ଯେତେବେଳେ ବିବାହ ପାଇଁ ପୁଅ ଘର ହେଉ ବା ଝିଅ ଘର ହେଉ ଦେଖିବାକୁ ଯାଆନ୍ତି ତେବେ ଘର ମୁଖ୍ୟ ଦ୍ଵାରା ରେ କଳସ ବସାଯାଏ କାରଣ ଏହା ଯାତ୍ରା ପାଇଁ ଶୁଭ ବୋଲି ମାନାଯାଏ । ଯଦି କେହି ପିଲା ପରୀକ୍ଷା ଦେବାକୁ ଯାଉଥାଏ ବା ଇଣ୍ଟର ବିୟୁ ଦେବାକୁ ଯାଥାଏ ତେବେ ଘାର ମୁଖ୍ୟ ଦ୍ଵାରା ରେ ପାଣି ରେ ଭରା ଥିବା କଳସ ରେ ଫୁଲ ପକାଇ ରଖାଯାଏ । କିଛି ଲୋକ ମାନେ ଏହାର ନୀତି ନିୟମର ସହ କରିଥାନ୍ତି ।

ଯଦି ଆପଣ ଚାହିଁବେ ଘରର ମୁଖ୍ୟ ଦ୍ବାରର ସାମନା ରେ ମଧ୍ୟ କୁମ୍ଭ ରଖି ପାରିବେ । କିନ୍ତୁ ଯଦି ଆପଣ ଘରୁ ବାହାରିବା ସମୟରେ ଜଳ ଭରା କୁମ୍ଭ ରେ ଗୋଡ ବାଜିଯାଏ ତେବେ ଏହା ଅଶୁଭ ହୋଇଥାଏ । ତେଣୁ ଆପଣ ଘର ର ଡାହାଣ ବା ବାମ ପଟେ କୁମ୍ଭ ରଖିଲେ ଶୁଭ ହୋଇଥାଏ । ବାମ ପଟକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ଆମେ ଘରୁ ବାହାରିବା ସମୟରେ କୁମ୍ଭ ଉପରେ ଆମର ନଜର ପଡିବା ଦରକାର ବା ଆମେ କୁମ୍ଭ କୁ ଭଲ ଭାବେ ଯେମିତି ଦେଖି ପାରିବା ସେଥି ପ୍ରତି ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *