କାବୁଲରେ ଭୟଙ୍କର ସ୍ଥିତି: ପାଣି ବୋତଲର ମୂଲ୍ୟ ୩୦୦୦ ତ ଗୋଟିଏ ପ୍ଳେଟ ଖାଦ୍ୟ ବିକ୍ରି ହେଉଛି ୭୦୦୦ରେ

ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନଙ୍କ ହାତରେ । ଯେଉଁ କାରଣରୁ ଆଫଗାନିସ୍ତାନରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଦେଖା ଯାଉଛି । ଆଫଗାନିସ୍ତାନର ପ୍ରାୟତଃ ଜନସାଧାରଣ ଆଫଗାନିସ୍ତାନ ଛାଡି ଅନ୍ୟତ୍ର ଯେ କୌଣସି ବି ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି । କୁହାଯାଉଛି କି ସେଠି ସୁନା ମୂଲ୍ୟରେ ପାଣି ଓ ଗୋଟିଏ ପ୍ଳେଟ ଖାଦ୍ୟ ବିକ୍ରି ହେଉଛି । ଅର୍ଥାତ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦୦୦ ଟଙ୍କା ଓ ଗୋଟିଏ ପ୍ଳେଟ ଖାଦ୍ୟର ମୂଲ୍ୟ ୭୦୦୦ ଟଙ୍କା ।

ବର୍ତ୍ତମାନ ଆଫଗାନିସ୍ତାନର ଜନସାଧାରଣଙ୍କୁ ଗୋଟିଏ ପଟେ ତାଲିବାନ ଆ-ତ-ଙ୍କ-ବା-ଦୀ-ଙ୍କ ଭୟ ଅଛି ତ ଅନ୍ୟ ପଟେ ଖାଦ୍ୟ ପଦାର୍ଥରେ ବଢୁଥିବା ମୂଲ୍ୟ । ଆଫଗାନିସ୍ତାନ ଛାଡିବା ପାଇଁ ବର୍ତ୍ତମାନ ବି କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟାରେ ଲୋକମାନଙ୍କ ଭିଡ ଲାଗିଛି ।

ଏହା ମଧ୍ୟରେ ସମସ୍ତଙ୍କୁ ଅନ୍ୟ ଚି-ନ୍ତା ଘାରିଛି । କାରଣ କାବୁଲ ଏୟାରପୋର୍ଟରେ ପାଣି ଓ ଖାଦ୍ୟ ସୁନା ଠାରୁ ବି ଅଧିକ ମ-ହ-ଙ୍ଗା ହୋଇଯାଇଛି । ସୂଚନା ଅନୁସାରେ କାବୁଲ ଏୟାରପୋର୍ଟରେ ଗୋଟିଏ ବୋତଲ ପାଣିର ମୂଲ୍ୟ ୪୦ ଆମେରିକୀୟ ଡଲାର ଓ ଏହା ଭାରତୀୟ ମୁଦ୍ରାରେ ୩୦୦୦ ଟଙ୍କା ଅଟେ । ସେହିଭଳି ଗୋଟିଏ ପ୍ଳେଟ ଖାଇବା ଥାଳିର ମୂଲ୍ୟ ୧୦୦ ଆମେରିକୀୟ ଡଲାର ଓ ଏହା ଭାରତୀୟ ମୁଦ୍ରାରେ ୭୫୦୦ ଟଙ୍କା ଅଟେ । ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ କାବୁଲ ଏୟାର ପୋର୍ଟ ଆମରିକା ସେନାଙ୍କ ଅଧୀନରେ ଅଛି ।

ସେଥିପାଇଁ ଏହି ସ୍ଥାନରେ ଆପଣ ବୋତଲ କିମ୍ବା ଖାଦ୍ୟ ସାମଗ୍ରୀ, ଯାହା ବି କିଣିବେ ସବୁର ମୂଲ୍ୟ ଆପଣଙ୍କୁ ଆମେରିକୀୟ ଡଲାରରେ ହିଁ ଦବାକୁ ପଡିବ । ଖାଦ୍ୟ ଓ ପାଣି ଏତେ ମ-ହ-ଙ୍ଗା ହେବା ପରେ ବର୍ତ୍ତମାନ ଲୋକମାନେ ଭୋକିଲା ଶୋଷିଲା ରହିବାକୁ ବାଧ୍ୟ ହେଉଛନ୍ତି । ଏତିକି ନୁହେଁ ଖରାରେ ଛିଡା ହୋଇ ହୋଇ ବେହୋସ ହୋଇ ତଳେ ପଡି ଯାଉଛନ୍ତି । ଅନ୍ୟ ପଟେ ତାଲିବାନର ଆ-ତ-ଙ୍କ-ବା-ଦୀମାନେ ଲୋକମାନଙ୍କ ସାହାର୍ଯ୍ୟ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଅ-ତ୍ୟା-ଚା-ର କରୁଛନ୍ତି ।

ଏହି ଭଳି ସ୍ଥିତିରେ ନାଟୋ ସେନା ଆଫଗାନିସ୍ତାନ ଜନସାଧାରଣଙ୍କ ସାହାର୍ଯ୍ୟ କରୁଛନ୍ତି । ନାଟୋ ସେନା କାବୁଲ ବିମାନ ବନ୍ଦର ନିକଟରେ ଅସ୍ଥାୟୀ ଘର ତିଆରି କରି ଲୋକମାନଙ୍କୁ ପିଇବା ପାଇଁ ପାଣି ଓ ଖାଇବା ପାଇଁ ଖାଦ୍ୟ ଓ ରହିବା ପାଇଁ ଘର ଦେଉଛନ୍ତି । ଆମରିକୀୟ ସେନା ଛୋଟ ଛୋଟ ପିଲାମାନଙ୍କୁ ପିଇବା ପାଣି ଓ ଖାଇବା ଦେବାର ଦୃଶ୍ୟ ବି ସାମ୍ନାକୁ ଆସୁଛି । ଅନ୍ୟ ପଟେ ତାଲିବାନ କାବୁଲ ଏୟାରପୋର୍ଟକୁ ଚାରି ପଟେ ଘେରି ରହିଛି ।

କାବୁଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକୁ ବି ତାଲିବାନ ବନ୍ଦ କରି ଦେଇଛି । ଯାହା ଫଳରେ ନା ହିଁ କାବୁଲରେ ପାଣି ପହଞ୍ଚି ପାରୁଛି ଓ ନା ହିଁ ଖାଦ୍ୟ ସାମଗ୍ରୀ । ଏହି କାରଣରୁ ସେହି ସ୍ଥାନରେ ସବୁ ଜିନିଷର ମୂଲ୍ୟ ବଢିବାରେ ଲାଗିଛି । ଯଦି ଏହିଭଳି ସ୍ଥିତି ଲାଗି ରହିବ ତେବେ ବିନା ଖାଦ୍ୟ ଓ ପାଣିରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

Leave a Reply

Your email address will not be published. Required fields are marked *