ହାଇଫାଇ ହୋଟେଲ ନା ମୃତ୍ୟୁର ଜନ୍ତା ! ବିରିୟାନୀ ଖାଇ ୩୦ରୁ ଉର୍ଦ୍ଧ୍ବ ଗୁରୁତର, ଚାଲିଗଲା ୧୦ ବର୍ଷୀୟ ଶିଶୁର ଜୀବନ

କିଛି ଶିଶୁର ଜୀବନ ଚାଲି ଯାଇଛି ଏହି ହୋଟେଲର ଖାଦ୍ୟ ଖାଇ । ଏହିଭଳି କିଛି ଘଟଣା ଘଟିଛି ତାମିଲନାଡୁର ତିରୁଓ୍ବନମଲାଇ ଜିଲ୍ଲାରେ । ଯେଉଁଥିରେ କୁହାଯାଉଛି କି ଏକ ୭ ଷ୍ଟାର ହୋଟେଲର ଖାଦ୍ୟ ଖାଇବା ପରେ ୩୦ ରୁ ଉର୍ଦ୍ଧ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗମ୍ଭୀର ହୋଇ ଯାଇଛି । ବି-ଷା-କ୍ତ ଖାଦ୍ୟ କାରଣରୁ ୧୦ ବର୍ଷୀୟ ଏକ ଶିଶୁର ଜୀବନ ମଧ୍ୟ ଚାଲି ଯାଇଛି । ଅନ୍ୟ ସମସ୍ତେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ମାମଲା ସାମ୍ନାକୁ ଆସିବା ପରେ ପୋ-ଲି-ସ ସେହି ହୋଟେଲକୁ ସିଲ କରି ଦେଇଛି । ସୂଚନା ଅନୁସାରେ ତାମିଲନାଡୁର ତିରୁଓ୍ବନମଲାଇ ଜିଲ୍ଲାର ଅରନୀ ଅୟ୍ଚଳରେ ଥିବା ଏକ ୭ ଷ୍ଟାର ହୋଟେଲକୁ ଯାଇ କିଛି ଲୋକମାନେ ସେଠି ବିରିୟାନୀ ଓ ଚିକେନ ଅର୍ଡର କରିଥିଲେ ।

କିନ୍ତୁ ବିରିୟାନୀ ଖାଇବା ପରେ ଆନନ୍ଦ ଓ ତାଙ୍କର ପତ୍ନୀ ପ୍ରିୟଦର୍ଶିନୀ, ପୁଅ ସରନ ଓ ଝିଅ ଲୋଶିନୀ ଅଚାନକ ଅସୁସ୍ଥ ହୋଇଗଲେ । ଧୀରେ ଧୀରେ ସେହି ହୋଟେଲକୁ ଯାଇ ଥିବା ଅନ୍ୟ କିଛି ଲୋକମାନେ ବି ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇଗଲେ । ସଙ୍ଗେ ସଙ୍ଗେ ସମସ୍ତଙ୍କୁ ହସ୍ପିଟାଲ ନିଆଗଲା । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଚିକିତ୍ସିତ ଅବସ୍ଥାରେ ଆନନ୍ଦଙ୍କ ଝିଅ ଲୋଶିନୀର ଜୀବନ ଚାଲିଗଲା ।

ଆନନ୍ଦ ଓ ତାଙ୍କର ପତ୍ନୀ ଓ ପୁଅକୁ ଅନ୍ୟ ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା ଓ କୁହାଯାଉଛି କି ସେମାନଙ୍କର ଅବସ୍ଥା ବହୁତ ହିଁ ଗମ୍ଭୀର ଅଟେ । କିନ୍ତୁ ଚିକିତ୍ସା ଚାଲିଛି । ବିଷାକ୍ତ ଖାଦ୍ୟ ଖାଇବା ପରେ ୨୯ ଜଣ ବ୍ୟକ୍ତିଙ୍କ ଗୁରୁତର ରୂପରେ ଚିକିତ୍ସା ଚାଲିଛି । ଘଟଣା ବିଷୟରେ ଜଣା ପଡିବା ପରେ ପୋ-ଲି-ସ ସଙ୍ଗେ ସଙ୍ଗେ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।

ସେହି ୭ ଷ୍ଟାର ହୋଟେଲକୁ ପୋ-ଲି-ସ ସିଲ କରି ଦେଇଛି ଓ ହସ୍ପିଟାଲରେ ସାମାନ୍ୟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି ପୋ-ଲି-ସ । ହୋଟେଲର ମାଲିକ ଅମଜଦ ଭାଷା ଓ ଶୈଫ୍‌ ମୁନ୍ନିୟାଡୀଙ୍କ ବିରୁଦ୍ଧରେ ମାମଲା ଦର୍ଜ କରି ସେମାନଙ୍କୁ ଗି-ର-ଫ ମଧ୍ୟ କରିଛି ପୋ-ଲି-ସ । ଏହା ବହୁତ ହିଁ ଭୟଙ୍କର ମାମଲା ଅଟେ ।

Leave a Reply

Your email address will not be published. Required fields are marked *