ଯାତ୍ରା ଯବଗତରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ନାଁ ଖୋଲା ଯାଇଛି ମୋମୋ ଷ୍ଟଲ । ଏ କଥାଟି ବିଶ୍ବାସ ଯୋଗ୍ୟ ନ ହେଲେ ମଧ୍ୟ ସତ ଅଟେ । ରାନୀ ପଣ୍ଡାଙ୍କ ଜଣେ ଫ୍ୟାନ୍ସ ତାଙ୍କ ନାଁ ରେ ଖୋଲିଛନ୍ତି ମୋମୋ ଷ୍ଟଲ । ଯାହାର ନାଁ ରହିଛି ରାନୀ ପଣ୍ଡା ହଟ ମୋମୋ ଯାହା ବର୍ତ୍ତମାନ ବଜାରରେ ଜୋରସୋରରେ ବିକ୍ରି ଚାଲିଛି । ଖୋର୍ଦ୍ଧା ଜିଲ୍ଲା ବାଲୁ ଗାଁର ବିକାଶ ଦାସ ଗରମାଗରମ ମୋମୋ ବିକୁଛନ୍ତି ରାନୀ ପଣ୍ଡାଙ୍କ ନାଁ ରେ । ବିକାଶ ନିଜ ଦୋକାନର ପୋଷ୍ଟରରେ ରାନୀ ପଣ୍ଡାଙ୍କ ଫୋଟୋ ରଖି ଲେଖିଛନ୍ତି ଲେଡି ସିଙ୍ଘମ । ସନ୍ଧ୍ୟା ସମୟରେ ବାଲୁ ଗାଁରେ ଥିବା ଏହି ଷ୍ଟଲ ପାଖରେ ଲୋକଙ୍କର ଭିଡ ଦେଖିବାକୁ ମିଳୁଛି ।
ଚଟପଟି ମୋମୋ ଖାଇବାକୁ ଲୋକଙ୍କର ଗହଳି ଯେତିକି ଲାଗୁଛି ଷ୍ଟଲର ନାମକରଣ ସେତିକି ଲୋକ ମାନଙ୍କୁ ଆକର୍ଷଣ କରୁଛି । ବିକାଶ ଦାସ ରାନୀଙ୍କର ଅଭିନୟ, ଡ୍ୟାନ୍ସ ଦ୍ଵାରା ଯେତିକି ପ୍ରଭାବିତ ତାଙ୍କର ସମାଜ ସେବା, ଅସହାୟ ଲୋକଙ୍କୁ ସାହାଜ୍ଯ କରିବା ସେତିକି ପ୍ରଭାବିତ କରିଛି । ବାତ୍ୟା ସମୟର ରାନୀ ପଣ୍ଡା ପାଣି ଭିତରେ ପଶି ଲୋକ ମନାଙ୍କୁ ଖାଦ୍ଯ ବଣ୍ଟନ କରିଥିଲେ । ଖୋର୍ଦ୍ଧା ବାଲିପାଟଣାର ଗାଈ ଚରାଇ ଭରଣ ପୋଷଣ କରୁଥିବା ସସ୍ମିତା ହୁଅନ୍ତି କି ଗରିବ ଝିଅ ରୋଜିଙ୍କ ସାର୍ଟିଫିକେଟ ମୁଳୁଳାଇବାକୁ ରାନୀଙ୍କ ସହାୟତା ବା କୋରୋନାର ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦,୦୦୦ ଟଙ୍କା ଦାନ କରିବା ଆଦି କାମରେ ରାନୀ ପଣ୍ଡାଙ୍କ ନାଁ ରହିଛି ।
ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାନୀ ପଣ୍ଡାଙ୍କ ଏମିତି କିଛି ମହାନ କାମ ବିକାଶ ଦାସଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ଯେତେବେଳେ ବିକାଶ ନିଜର ଇଂଜିନିଯରିଂ ଚାକିରି ଛାଡି ଦୋକାନ ଖୋଲିବା ପାଇଁ ଚିନ୍ତା କରିଥିଲେ ସେତେବେଳେ ସେ ରାନୀଙ୍କ ନାଁ ରେ କରିବେ ବୋଲି ସ୍ଥିର କରିଥିଲେ । ବିକାଶଙ୍କ ବାପା ରାଏ ଦେଇଛନ୍ତି ଯେ ତାଙ୍କ ପୁଅ ବର୍ତ୍ତମାନ ମୋମୋ ଦୋକଣା କରି ରୋଜଗାର କରି ଘର କଥା ବୁଝିବା ସହ ଅନ୍ୟ ମାନଙ୍କର ମଧ୍ୟ ପେଟ ପୋସୁଛି ତାହା ଦେଖି ସେ ବହୁତ ଖୁସି ଅଛନ୍ତି । ଦୁବାଇରେ ବିକାଶ ଚାକିରି କରିବା ସମୟରେ ତାଙ୍କର ନେପାଳୀ ବନ୍ଧୁଙ୍କ ଠାରୁ ମୋମୋ ତିଆରି ଶିଖିଥିଲେ ।
ଲକ ଡାଉନ ସମୟରେ ଚାକିରି ଯିବା ପରେ ସେ ମୋମୋ ବ୍ୟବସାୟ କରିବା ପାଇଁ ନିସ୍ପତି ନେଇଥିଲେ । ବିକାଶଙ୍କ ବାପା ଜଣେ ଭଲ କଳାକାର ଓ ଡ୍ୟାନ୍ସର ସେଥିପାଇଁ ସେ ରାନୀ ପଣ୍ଡା ଓ ଦୈତାରୀ ପଣ୍ଡାଙ୍କର ଫ୍ୟାନ୍ସ ଅଟନ୍ତି । ଯାହାର ପ୍ରେରଣାରେ ବିକାଶ ରାନୀ ପଣ୍ଡାଙ୍କର ଏତେ ବଡ ଫ୍ୟାନ ବୋଲି କହିଛନ୍ତି । ଓଡିଶାରେ ବର୍ତ୍ତମାନ ରାନୀ ପଣ୍ଡାଙ୍କର ବଡପଣ ଦେଖି ତାଙ୍କ ନାଁ ରେ ଦୋକାନ ଖୋଲା ଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କର ରାନୀ ପଣ୍ଡାଙ୍କ ନାଁ ରେ ଖୋଲା ଯାଇଥିବା ମୋମୋ ଦୋକାନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।