ଲଘୁଚାପ ଯୋଗୁ 19 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି ଜାରି, ଦେଖନ୍ତୁ ଆପଣଙ୍କ ଜିଲ୍ଲା ନାହିଁ ତ  

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ଓଡିଶାରେ ଅଧିକାଂଶ ଜିଲ୍ଲା ଗୁଡିକରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଆଜି ପାଇଁ ୧୯ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ରାୟଗଡା, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, ଢେଙ୍କାନାଳ, କୋରାପୁଟ, କେଉଁଝର, ମାଲକାନାଗିରି, ନବରଙ୍ଗପୁର, କନ୍ଧମାଳ ଓ ରାୟଗଡା ।

ଏହି ସବୁ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି । ସେହି ପରି ୧୬ ତାରିଖ ରୁ ୧୭ ତାରିଖ ମଧ୍ୟରେ ସକାଳ ୮ଟା ୩୦ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଜଗତସିଂପୁର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପର ପ୍ରଭାବ ଦକ୍ଷିଣ ଆଭ୍ୟନ୍ତରଣୀୟ ଅଞ୍ଚଳ ରେ ରହିବ । ଏହା ବ୍ଯତୀତ ଉତ୍ତର ଓଡିଶାର ଆଭ୍ୟନ୍ତରନୀୟ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ମତ ଦେଇଛନ୍ତି ।

ଏହି ଲଘୁଚାପର ପ୍ରଭାବ ବିଶେଷ କରି ୧୬ ତାରିଖରେ ଦେଖିବାକୁ ମିଳିବ । ୧୭ ତାରିଖ ରେ ପୂର୍ବ ଦିଗରୁ ପବନର ବେଗ ଅଧିକ ମାତ୍ରା ରେ ରହିବ ବୋଲି ଅନୁମାନ କରା ଯାଉଛି । ଏହି ସମୟ ମହଦୟରେ ଭଦ୍ରକ ଓ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାରା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଜାରି ହୋଇଛି ।

ଏହି ଲଘୁଚାପ ଯୋଗୁ ପବନର ବେଗ ୫୦ରୁ ୧୦୦ କିମି ଯାଏଁ ହୋଇପାରେ ବୋଲି ସୂଚନା ମିଳିଛି । ଏମିତି କି ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ବାତ୍ୟା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ପୂର୍ବ ଅନୁମାନ କରି ପାଣିପାଗ ବିଭାଗ । ଏଥିପାଇଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମାଛ ଧରାଳି ଙ୍କୁ ସତର୍କ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *