1 ଟଙ୍କାର ଏହି ପତ୍ର ଅନେକ ରୋଗକୁ ସବୁଦିନ ପାଇଁ କରିବ ଶେଷ- Health Tips

ଆପଣ ମାନେ ଜାଣିଥିବେ ପାନପତ୍ରକୁ ପୂଜା ଆଦି ଶୁଭ କାମରେ ବ୍ୟବହାର କରା ଯାଇଥାଏ । ଏହା ସହ ଲୋକ ମାନେ ଖାଦ୍ୟ ଖାଇବା ପରେ ପାନକୁ ହଜମ କ୍ରିୟା ପାଇଁ ବ୍ୟବହାର କରିଥାନ୍ତି । ମୁହଁରେ ସ୍ଵାଦ ବଢାଇବା ପାଇଁ ମଧ୍ୟ ପାନ ବ୍ୟବହାର କରାଯାଏ । ଆଜି ଆମେ ଆପଣ ମାନଙ୍କୁ ପାନପତ୍ରର କିଛି ବିଶେଷ ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କର ପାଇରିୟା ଭଳି ରୋଗ ରହିଛି ତେବେ ଆପଣ ମେଡିସନ ନିଶ୍ଚୟ ଖାଉଥିବେ । କିନ୍ତୁ ପାନପତ୍ର ସହ କର୍ପୁରର ସେବନ କରିଲେ ପାଇରିୟା ଭଳି ସମସ୍ଯା ଦୂର ହୋଇଥାଏ ।

କିନ୍ତୁ ଏହାର ରସ କେବେ ଢୋକିବେ ନାହି । ଯଦି କାଶ ହେଉଥାଏ ତେବେ ହଳଦୀକୁ ଗରମ କରି ପାନରେ ଜୁଆଣୀ ସହ ମିଶାଇ ସେବନ କରିଲେ ତୁରନ୍ତ ରିହାତି ମିଳିଥାଏ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ପାନରେ ଲବଙ୍ଗ ମିଶାଇ ଚୋବାନ୍ତୁ । ଯେଉଁ ମାନଙ୍କର କିଡନି ସମସ୍ଯା ରହିଛି ସେମାନେ ପ୍ରତିଦିନ ପାନପତ୍ର ଚୋବାନ୍ତୁ ଯାହା ଦ୍ଵାରା ପେଟରେ ଥିବା ଆବର୍ଜନା ସଫା ହୋଇଯିବ । ଶ୍ଵାସ ସମସ୍ଯା ପାଇଁ ପାନପତ୍ରର ବ୍ୟବହାର କରିହେବ । ଏଥିପାଇଁ ଆପଣ ପାନର ତେଲ କାଢି ଏହାକୁ ଶରୀରରେ ମାଲିସ କରନ୍ତୁ ।

ଏହି ଉପାୟକୁ ଏକ ମାସ କରିଲେ ଭଲ ଫଳ ମିଳିଥାଏ । ଯେଉଁ ମାନଙ୍କର ମୁତ୍ର ସମସ୍ଯା ରହିଛି ସେମାନେ ପାନପତ୍ରର ରସ ବାହାର କରି କ୍ଷୀର ସହ ସେବନ କରନ୍ତୁ । ମୁହଁ ସୁନ୍ଦର କରିବା ପାଇଁ ପାନପତ୍ରର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । କାରଣ ପାନପତ୍ରରେ ଏମିତି କିଛି ଆଣ୍ଟି ଆକ୍ସିଡେଣ୍ଟ ଗୁଣ ରହିଛି ଯାହା ଦ୍ଵାରା ମୁହଁର ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ଏହା ରକ୍ତ ସଫା କରି ବ୍ରଣ ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ବ୍ଯତୀତ ପାନପତ୍ର ର ସେବନ ଦ୍ଵାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ ।

ଗ୍ଯାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାନପତ୍ରର ସେବନ ନିହାତି ଜରୁରୀ ହୋଇଥାଏ । ଏହା ସହ ଖାଦ୍ଯ ହଜମ କରାଇବା ପାଇଁ ପାନପତ୍ର ଶରୀରରେ ଲାଳ ତିଆରି କରିଥାଏ । ଯାହା ଦ୍ଵାରା ଖାଦ୍ୟ ଜଲ୍ଦି ହଜମ ହୋଇଥାଏ । ଏହା ଦ୍ଵାରା ଶରୀରର ଅନ୍ତ ସଫା ହେବା ସହ ଅର୍ଶ ସମସ୍ଯା ଦୂର ହୋଇଥାଏ । ଏହା ସହ ଯଦି ଶରୀରରେ କୌଣସି ଖଣ୍ଡିଆ ହୋଇଥାଏ ତେବେ ପାନପତ୍ରର ବ୍ୟବହାର କରିହେବ । ଏହା ବ୍ଯତୀତ ଅଧିକ ଥଣ୍ଡା ହୋଇଥିଲେ ପାନପତ୍ରର ପ୍ରୟୋଗ କରିହେବ ।

ଏଥିପାଇଁ ପାନପତ୍ର ସହ ଅଳ୍ପ ମହୁ ମିଶାଇ ଏହାକୁ ଚୋବାଇବା ଦ୍ଵାରା ଥଣ୍ଡା ଦୂର ହୋଇଥାଏ । କିଛି ଲୋକଙ୍କର ଓଜନ କମ ବା ଭୋକ କମ ହୋଇଥାଏ । ତେଣୁ ପାନପତ୍ରର ସେବନ କରିବା ଦ୍ଵାରା ଭୋକ ବଢିଥାଏ । ତେବେ ପାନପତ୍ର ର ସେବନ ଦ୍ଵାରା ଅନେକ ରୋଗର ନିରାକରଣ ହେବା ସହ ଆମ ଶରୀର ପାଇଁ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *