ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ତୁଳସୀ ଗଛ ମା ବୃନ୍ଦାବତୀଙ୍କ ସ୍ଵରୁପା ହେବା ସହ ଭଗବାନ ବିଶୁଣୁଙ୍କର ପ୍ରିୟ ଗଛ ଅଟେ । ପ୍ରାଚୀନ ଗ୍ରନ୍ଥରେ ତୁଳସୀ ଗଛ ଦ୍ଵାରା ଅନେକ ରୋଗର ନିବାରଣ ହେବାର କଥା ଉଲେଖ କରା ଯାଇଛି । ତୁଳସୀ ଗଛ ଘରେ ଥିଲେ ଘରେ ଥିବା ସବୁ ନାକାରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଏହି ଗଛକୁ ସଠିକ ଦିଗରେ ଲଗାଇଲେ ଘରର ଉନ୍ନତି ହୋଇଥାଏ । ତୁଳସୀ ଗଛରେ ପ୍ରତିଦିନ ପାଣି ଦେବା ସହ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ଶାସ୍ତ୍ରରେ କୁହା ଯାଇଛି ।
ତୁଳସୀ ପତ୍ର ପ୍ରତେକ ଦିନ ସେବନ କରିଲେ ଅନେକ ରୋଗ ଦୂର ହେବା ସହ ଆର୍ଥିକ ସ୍ଥିତି ଠିକ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛ ଘରର କେଉଁ ଦିଗରେ ଲଗାଇବା ସହ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଶାସ୍ତ୍ର ଅନୁସାରେ ପ୍ରତେକ ରବିବାର, ଏକାଦଶୀ, ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ଗଛରେ ଜଳ ଚଢାଇବା ଉଚିତ ନୁହେଁ । ସୂର୍ଯ୍ୟ ଅସ୍ତ ପରେ ତୁଳସୀ ପତ୍ର ଛିଡାଇବା ଅନୁଚିତ । ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିଥାଏ । ଯେଉଁ ବ୍ୟକ୍ତି ଗୁରୁବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଢାଳିବା ସହ ରବିବାରକୁ ଛଡାଇ ପ୍ରତେକ ଦିନ ଦୀପ ଲଗାଇଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରହିବା ସହ ଆର୍ଥିକ ସ୍ଥିତି ଠିକ ରହିଥାଏ ।
୨- ତୁଳସୀ ଗଛ କେବେ ସୁଖିବା ଉଚିତ ନୁହେଁ । ଏହାକୁ ପ୍ରତିଦିନ ଜଳ ଦେଇ ଭଲ ଭାବେ ରଖିବା ଉଚିତ । ତୁଳସୀ ଗଛ ସୁଖିବା ଶୁଭ ମାନାଯାଏ । ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିଥାଏ ଓ ଘରର ଉନ୍ନତି ହୋଇ ନ ଥାଏ । ତେଣୁ ତୁଳସୀ ଗଛ ଶୁଖିଗଲେ ଏହାକୁ ନଦୀରେ ଭସାଇ ଅନ୍ୟ ଏକ ନୂଆ ଗଛ ଲଗାଇବା ଉଚିତ ।
୩- ବାସ୍ତୁ ଅନୁସାରେ ଘରେ ତୁଳସୀ ଗଛ ଉତ୍ତର ପୂର୍ବ ଓ ପୂର୍ବ ଦିଗରେ ଲଗାଇବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିଥାଏ । ଏହା ସହ ଘର ଇଶାନ କୋଣରେ ତୁଳସୀ ଗଛ ଲଗାଇ ପାରିବେ ।
୪- ବାସ୍ତୁ ଅନୁସାରେ ଘାର ଦକ୍ଷିଣ ଦିଶାରେ ତୁଳସୀ ଗଛ ଲଗାଇବା ଅନୁଚିତ । ଏହା ଦ୍ଵାରା ଘରର କ୍ଷତି ହୋଇଥାଏ । ଭଗବାନ ବିଶୁଣୁଙ୍କ ନିକଟରେ ପ୍ରତେକ ଦିନ ତୁଳସୀ ପତ୍ର ଅର୍ପଣ କରିବା ଉଚିତ । ରୋଷେଇ ଘରେ ତୁଳସୀ ଗଛ ଲାଗିଲେ ଘରର ଉନ୍ନତି ହୋଇଥାଏ ।
୫- ଯଦି ବିବାହରେ ବିଳମ୍ବ ହେଉଛି ତେବେ ତୁଳସୀ ଗଛ ଅଗ୍ନୀକୋଣରେ ରଖି ଜଳ ଅର୍ପଣ କରିଲେ ବିବାହ ଜଲ୍ଦି ହୋଇଥାଏ । ବ୍ୟବସାୟରେ ଉନ୍ନତି ହେବା ପାଇଁ ତୁଳସୀ ଗଛ ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଉଚିତ । ପ୍ରତେକ ଶୁକ୍ରବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ସହ ମିଠା ଭୋଗ ଲଗାଇବା ଉଚିତ । ଘରକୁ ବିପଦ ଆସିବାର ଥିଲେ ତୁଳସୀ ଗଛ ସୁଖୀ ଯାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।