ମାସିକ ଧର୍ମ ବିଳମ୍ବ ହେବା ପୂର୍ବରୁ ଗର୍ଭବତୀ ହେବାର 8 ଟି ଲକ୍ଷଣ- Pregnancy Tips

ପ୍ରତେକ ମହିଳାଙ୍କର ପ୍ରତି ମାସରେ ଋତୁସ୍ରାବ ହେବା ଏକ ସାଧାରଣ କଥା ଅଟେ । କିନ୍ତୁ ଯଦି କୌଣସି ମାସରେ ଋତୁସ୍ରାବ ବନ୍ଦ ହୋଇଯାଏ ଓ କିଛି ଲକ୍ଷଣ ଦେଖାଯାଏ ତେବେ ଏହା ଗର୍ଭବତୀ ହେବାର ସୂଚନା ଦେଇଥାଏ । କେବଳ ମାସିକ ଧର୍ମ ବନ୍ଦ ହେବା ଗର୍ଭ ଧାରଣର ସଂକେତ ହୋଇ ନ ଥାଏ । ଏମିତି କିଛି ଲକ୍ଷଣ ରହିଛି ଯାହା ଗର୍ଭ ଧାରଣ ହେବାର ସଙ୍କେତ ଦେଇଥାଏ ।

ଯଦି ମହିଳା ଜଣକ ଗର୍ଭ ଧାରଣ କରିଥାଏ ତେବେ ମାସିକ ଋତୁ ବନ୍ଦ ହେବାର ପ୍ରଥମ ସପ୍ତାହରେ ଶରୀର ରେ କିଛି ପରିବର୍ତ୍ତନ ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଗର୍ଭ ଧାରଣ ହେବା ପୂର୍ବରୁ କେଉଁ ସବୁ ଲକ୍ଷଣ ଦେଖାଯାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧ ମହିଳା ମାନଙ୍କର ପ୍ରଥମ ଲକ୍ଷଣ ହେଉଛି ପ୍ରତିରୋପଣ ରକ୍ତସ୍ରାବ । ଯାହା ମାସିକ ଋତୁ ବନ୍ଦ ହେବାର ୧୦ ଦିନ ପରେ ଜଣାପଡେ । ଏହି ସମୟରେ ଯଦି ଆପଣ ଅନୁଭବ କରନ୍ତି ଯେ ମାସିକ ଋତୁସ୍ରାବ ଅସମୟରେ ଆସି କିନ୍ତୁ ରକ୍ତ ହାଲୁକା ଧାରଣ ଆସୁଛି ତେବେ ପ୍ରତିରୋପଣ ରକ୍ତସ୍ରାବ ହେବା ସହ ଆପଣ ଗର୍ଭବତୀ ହୋଇ ପାରନ୍ତି ।

୨ ଗର୍ଭଧାରଣର ଦିତୀୟ ଲକ୍ଷଣ ହେଉଛି ସ୍ତନରେ ଯନ୍ତ୍ରଣା ହେବା । ଯଦି ମାସିକ ଧର୍ମ ହୋଇନାହି କିନ୍ତୁ ସ୍ତନ ଗୁଡିକ ଅତ୍ୟଧିକ ସଂବେଦନଶୀଳ ହୋଇଛି ଓ ସ୍ତନ ସାଧାରଣ ଦିନ ଅପେକ୍ଷା ଏହି ସମୟରେ ଭାରି ଅନୁଭୂତ ହେଉଛି ତେବେ ଏହା ଗର୍ଭ ଧାରଣର ସଂକେତ ଅଟେ ।

୩ ତୃତୀୟ ଲକ୍ଷଣ ହେଉଛି ଥକାପଣ ଅନୁଭବ କରିବା । ଗର୍ଭ ଧାରଣର ପ୍ରଥମ ମାସରେ ଶରୀରରେ ଥକାପଣ ହେବା ସହ ହରମୋନରେ ପରିବର୍ତ୍ତନ ହୋଇଥାଏ । ରକ୍ତଚାପ ନିମ୍ନ ସ୍ତର ହେବ ଯୋଗୁ ମହିଳା ମାନେ ଛୋଟ ଛୋଟ କାମ କରିବା ପରେ ଥକି ଯାଇଥାନ୍ତି ।

୪ ମାସିକ ଋତୁସ୍ରାବ ବନ୍ଦ ହେବା ପରେ ଯଦି ସକାଳ ସମୟରେ ବାନ୍ତି ଅନୁଭବ କରନ୍ତି ତେବେ ଏହା ଗର୍ଭ ଧାରଣାର ପ୍ରାରମ୍ବିକ ଲକ୍ଷଣ ହୋଇଥାଏ । ଯେମିତି ଗର୍ଭାସୟରେ ଭ୍ରୁଣ ସ୍ଥାପିତ ହୋଇଥାଏ ସେମିତି ଶରୀରରେ ବିଟା ଏସିଜି ହରମୋନର ସ୍ତର ବୃଦ୍ଧି ପାଇଥାଏ ଯାହା ପାଇଁ ବାନ୍ତି ହୋଇଥାଏ ।

୫ ଗର୍ଭ ଧାରଣ ସମୟରେ ଜ୍ଵର ଓ ମୁଣ୍ଡ ବୁଲାଇବା ପ୍ରାରମ୍ଭିକ ଲକ୍ଷଣ ଅଟେ । ଶରୀରରେ ହରମୋନର ବୃଦ୍ଧ ହେତୁ ତାପମାତ୍ରା ବୃଦ୍ଧି ପାଇଥାଏ । ଯଦି ଶରୀରରେ ତାପାମାତ୍ରା ୧୮ରୁ ୨୦ ଦିନ ଯାଏଁ ରୁହେ ତେବେ ଏହା ଗର୍ଭ ଧାରଣର ପ୍ରାରମ୍ବିକ ଲକ୍ଷ ହୋଇପାରେ ।

୬ ଅନ୍ୟ ଏକ ଲକ୍ଷଣ ହେଉଛି ତଳି ପେଟରେ ଯନ୍ତ୍ରଣା ହେବା । ଯେତେବେଳେ ଶିଶୁ ଗର୍ଭରେ ବୃଦ୍ଧି ପାଇଥାଏ ସେହି ସମୟରେ ତଳି ପେଟରେ ଅଧିକ ଯନ୍ତ୍ରଣା ହୋଇଥାଏ ।

୭ ମାସିକ ଋତୁ ବନ୍ଦ ହେବା ପରେ କୋଷ୍ଠ କାଠିନ୍ଯରେ ସମସ୍ଯା ହେଲେ ଗର୍ଭ ଧାରଣର ଲକ୍ଷଣ ହୋଇପାରେ । ଏହା ସହ ବାରମ୍ବାର ପରିସ୍ରା ଲାଗିବା ମଧ୍ୟ ଅନ୍ୟ ଏକ ଲକ୍ଷଣ ହୋଇଥାଏ । ଏହି ଲକ୍ଷଣ ମାସିକ ଋତୁସ୍ରାବ ବନ୍ଦ ହେବାର ଦୁଇ ସପ୍ତାହ ମଧ୍ୟରେ ଦେଖାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *