ଗୋଟେ ଭଲ ମା କେମିତି ହୋଇ ପାରିବେ ? ଏହି Video ଥରେ ନିଶ୍ଚୟ ଦେଖନ୍ତୁ- Parenting Tips

ଆଜିକାଲି ବାପା ମା ପିଲା ମାନଙ୍କୁ ବିଶେଷ ଭାବେ ସମୟ ଦେଇପାରୁ ନାହାନ୍ତି । କାରଣ ବ୍ୟସ୍ତ ବହୁଳ ଜୀବନରେ ଉଭୟ ବାପା ମା ଚାକିରି କରୁଥିବା ବେଳେ ପିଲା ମାନଙ୍କୁ ଅଧିକ ସମୟ ଦେଇପାରୁ ନାହାନ୍ତି । କିଛି କ୍ଷେତ୍ରରେ ପରିବାର ଲୋକେ ପିଲା ମାନଙ୍କୁ ଭୟ ଦେଖାଇ କିଛି କାମ କରାଇଥାନ୍ତି । ଯାହା ପାଇଁ ପିଲା ମାନେ ଭବିଷ୍ୟତରେ କିଛି କରି ପାରନ୍ତି ନାହି । ବାପା ମା ନିଜ ପିଲା ଦିନେ ଯାହା ପାଇ ନାହାନ୍ତି ତାହା ସେ ତାଙ୍କ ପିଲାଙ୍କୁ ଦେବାକୁ ଚେଷ୍ଟା କରିଥାନ୍ତି ।

କିଛି କ୍ଷେତ୍ରରେ ପିଲାଙ୍କର ସବୁ ଜିଦିକୁ ବାପା ମା ପୁରା କରିଥାନ୍ତି । ଯାହା ପାଇଁ ପିଲା ଭବିଷ୍ୟତରେ କନ୍ଫିଡେନ୍ଟ ହୋଇପାରେ ନାହି । କାରଣ ପିଲା ଯାହା ଡିମାଣ୍ଡ କରିଥାଏ ତାହା ବାପା ମା ଉଭୟ ପୁରା କରିବା ଦ୍ଵାରା ତାର ମାଇଣ୍ଡ ବଦଳିଯାଏ ।

ଅନ୍ୟ କ୍ଷେତ୍ରରେ ପିଲା କେତେବେଳେ ଶୋଇବ, ଖାଇବ, କଣ ପିନ୍ଧିବ, କଣ କରିବ ତାହା ବାପା ମା ଉପରେ ନିର୍ଭର କରୁଥିବା ପିଲା ଭବିଷ୍ୟତରେ କେବେ କିଛି କରି ପାରିବେ ନାହି । ଯଦି ଆପଣ ନିଜ ପିଲାକୁ ନିଜ ନିସ୍ପତି ନିଜେ ନେବାକୁ ଦେବେ ତେବେ ହୁଏ ତ ପିଲା ଭବିଷ୍ୟତରେ କିଛି କରି ପାରିବ । ତେଣୁ ଯେତେ ସମ୍ଭବ ବାପା ମା ପିଲାଙ୍କୁ ଅଧିକ ସମୟ ଦେବା ଉଚିତ ।

ଯେମିତିକୀ ପିଲାଙ୍କ ସହ ଅଧିକ ସମୟ ଖେଳିବା । ତାଙ୍କ ପାଠ ପଢାରେ କିଛି ସାହାଜ୍ଯ କରିବା ବା ପିଲାଙ୍କୁ କିଛି ସକାରାତ୍ମକ ଶିକ୍ଷା ଦେବା । ଉଦାହରଣ ଆପଣ ପିଲାଙ୍କୁ କହିବେ ପାଠ ପଢିବାର ସମୟ ହୋଇ ଗଲାଣି, ଯଦି ପିଲାଟି କହୁଛି କି ମୋ ପାଇଁ ଗଣିତ କଷ୍ଟସାଧ୍ୟ ହୋଇ ପଡୁଛି ।

ସେହି ସମୟରେ ବାପା କି ମା’ କହିବେ ତୁ ଯଦି ଗଣିତକୁ ସହଜ ଭାବିବୁ ତେବେ ତାହା ସହଜ ହୋଇଯିବ । ପିଲାର ବ୍ରେନକୁ ଆକ୍ଟିଭ କରିବା ପାଇଁ କିଛି ନୂଆ ଉପାୟମାନ କରିବା ଉଚିତ । ପିଲା କେତେବେଳ ପାଠ ପଢିବାକୁ ଇଚ୍ଛା କରୁଛି ତାହା ତାର ରାଏ ନେବା ଉଚିତ । ପିଲା କଣ ଖାଇବାକୁ ପସନ୍ଦ କରୁଛି ତାହା ବାପା ମା ଜାଣିବା ଉଚିତ ।

ପିଲାର କିଛି ପସନ୍ଦ ମୁତାବକ ଏମିତି କାମ କରିବା ଉଚିତ ଯାହା ଦ୍ଵାରା ସେମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ । ପିଲାର ଇଚ୍ଛା ଯେତିକି ପରିମାଣରେ ଆବଶ୍ୟକ ତାହା ପୁରା କରିବା ଉଚିତ । ଯାହା ପିଲାଙ୍କ ଭବିଷ୍ୟତ ପାଇଁ ଠିକ ତାହା ବାପା ମା କରିବା ଉଚିତ । ପ୍ରତେକ କଥାରେ ପିଲାର ଜିଦି ପୁରା କରିବା ଆବଶ୍ୟକ ନାହି ।

ବାପା ମା ପିଲାକୁ କିଛି ଦାୟିତ୍ଵ ଦେବା ଉଚିତ ଯାହା ଦ୍ଵାରା ପିଲାର ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଯେଉଁ ବ୍ୟକ୍ତି ଜୀବନରେ ଦାୟିତ୍ଵ ନିଭାଇଥିବ ସେ ତା ଜୀବନରେ ସଫଳତା ହାସଲ କରି ପାରିବ । ସବୁବେଳେ ପିଲାକୁ ଝଗଡା କରିବା ଠାରୁ ଦୂରେଇ ରଖିବା ଉଚିତ । ସମସ୍ତଙ୍କ ସହ ମିଳିମିଶି ରହିବା ପାଇଁ ପିଲାଙ୍କୁ ଶିକ୍ଷା ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *