ଆମ ଦୁନିଆର ଲୋକମାନେ ମାନବ ସମାଜ କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । କୁହାଯାଏ କି ଭଗବାନ ସବୁଙ୍କୁ ସମାନ ଅଧିକାର ଦେଇଛନ୍ତି ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଭଗବାନ ଙ୍କ ବରଦାନ କୁ ମଧ୍ୟ ଆମ ଦେଶରେ ଅବମାନନା କରା ଯାଇଛି । ଏବେ ରାଜ୍ୟ ସରକାର ଏକ ଡ୍ରାଫ୍ଟ ତିଆରି କରିଛନ୍ତି ଯାହା ଅନୁସାରେ ଯଦି ପରିବାର ର କେହି ତୃତୀୟ ଲିଙ୍ଗୀ ହୋଇବେ ତେବେ ସେମାନେ ତାଙ୍କୁ ଲଜ୍ୟାରେ ଆଉ ଘରୁ ତଡି ଦେଇ ପରିବେନି ।
ଯେଉଁ ମାନେ ନୀଜ ପରିବାର ଠାରୁ ଦୂରେଇ ରହୀ ଏକ ଅଲଗା ଏବଂ ଅସହାୟ ଦୁନିଆ ରେ ରହୁଥିଲେ ସେମାନେ ଏବେ ସବୁ ପ୍ରକାର ଅଧିକାର ପାଇବେ । ଓଡିଶାରେ ୨୦୦୦୦ ରୁ ଅଧିକ କିନ୍ନର ବାସ କରୁଛନ୍ତି କିନ୍ତୁ ସେମାନଙ୍କ ଉରଣତତି ପାଇଁ ଏହି ପଦକ୍ଷେପ ନିଆ ଯାଇଛି ।
ଏହି ପଦକ୍ଷେପ ଅନୁସାରେ ପରିବାର ରେ ଥିବା ଲୋକମାନେ ଯେଉଁ ଭଳି ଭାବେ ନିଜ ପୁଅ ଓ ଝିଅକୁ ସମାନ ଅଧିକାର ଦେବେ ସେଇ ଭଳି ଏହି କିନରଙ୍କୁ ମଧ୍ୟ ଦେବେ ଶିକ୍ଷା, ସ୍ଵାସ୍ଥ୍ୟ, ଚାକିରି ରେ ଏମାନେ ସମାନ ଅଧିକାର ପାଇବେ । ଓଡିଶାରେ ହୋଇଥିବା ଡ୍ରାଫ୍ଟ ପଲିଶି ରେ ଅପେରସନ ରହିଛି ଏହା ସହ ପଢା ପାଢୀ ପାଇଁ ମଧ୍ୟ ପଲିଶି ରହିଛି ।
କଣ ପାଇଁ ଏହାଙ୍କ ଜୀବନ ଏହି ପରି ହୋଇଛି । ଏହାର କାରଣ ହେଉଛି ପରିବାର ଲୋକମାନେ । ସେମାନେ ତୃତୀୟ ଲିଙ୍ଗୀ ହୋଇଥିବାରୁ ସମାଜରେ ଏମାନଙ୍କୁ ସମ୍ମାନ ଦିଆ ଯାଏନି । ବାହାରକୁ ବାହାରିବା ପରେ ସେମାନେ ଅନେକ କଷ୍ଟ ସାହି ଥାନ୍ତି ।
ଯାହା ପାଇଁ ଏମାନେ ଅନ୍ୟ ମାନଙ୍କ ଖରାପ ନଜର ଆଗରେ ନିଜକୁ ନୂଆଇ ଦେଈ ଥାନ୍ତି । ପିଲା ଦିନୁ ସଭିଙ୍କୁ ଏକ ଭଲ ସୁସ୍ଥ ପିଲା ଦିନ ସ୍ମୃତି ଦରକାର ଥାଏ । କିନ୍ତୁ ଏହି ମାନଙ୍କ ପାଇଁ ଏହା ସ୍ଵପ୍ନ ହୋଇ ଯାଇଥିଲା ଏବେ ଆଇନ ଅନୁସାରେ ଯଦି ଏହାକୁ ମାନ୍ୟ କରାଯିବ ତେବେ ପରିବାର ଲୋକମାନେ ମଧ୍ୟ ଏହାଙ୍କୁ ରଖିବା ପାଇଁ ବାଧ୍ୟ ହୋଇଯିବେ ।
ଆପଣମାନେ ନିଜେ ମଧ୍ୟ ଅନେକ ଜାଗାରେ ଦେଖିଥିବେ କି ରାସ୍ତାରେ ଭିକ ମାଗିକି ଚାଲୁଥାନ୍ତି ଯାହା ଦ୍ଵାରା ଏମାନଙ୍କ ସାହାଜ୍ଯ କରିବା ପାଇଁ ଅନେକ ଲୋକମାନେ ଆଗକୁ ଆସିଛନ୍ତି କିନ୍ତୁ ସବୁଙ୍କ ଭାଗ୍ୟ ଭଲ ହୋଇ ନଥାଏ । କିଛି ଜଣ ଏହାକୁ ସହ୍ୟ ନକରିଇ ପରୀ ଜୀବନ ହାରିବା ଅଭଳି ଅବସ୍ଥା ମଧ୍ୟ ହୋଇ ଯାଇଛନ୍ତି ।
ଏବେ ରାଜ୍ୟ ସରକାର ଙ୍କ ନୂଆ ନିୟମ ଅନୁସାରେ ସବୁ କିନ୍ନର ମାନେ ଖୁବ ଭଲ ଜୀବନ ବଞ୍ଚିବବା ପାଇଁ ଯାଉଛନ୍ତି ପରିବାର ସହ ଏକ ସାଧାରଣ ଜୀବନ ଯାହା ତାଙ୍କ ଅଧିକାର ଜନ୍ମଗତ ଅଧିକାରୀ । ଏବେ ଏହି ନିୟମ ପାଇଁ ଅନେକ କିନ୍ନର ନିଜକୁ ଏକ ସମୃଦ୍ଧ ଓ ଖୁଶି ରାଜ୍ୟବାଶି ବୋଲି ଅନୁଭବ କରିବେ ।