ପୁଅ ଚାହିଁଲେନି ମା’ର ଶବକୁ, କାନ୍ଧ ଦେଲେ 4 ଝିଅ! ଧିକ ଏଭଳି ପୁଅଙ୍କୁ… ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି ଝିଅମାନେ

ଦୁଇ ଦୁଇ ଜଣ ପୁଅ ଥାଇ ମଧ୍ୟ ମରିବା ସମୟରେ ପାଟିରେ ପାଣି ବି ଦେଲେ ନାହି । ଶେଷରେ ମାର ଶବକୁ ନିଜ କାନ୍ଧରେ ଭି ନେଲେ ୪ ଝିଅ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲାର ବୁଧର ରାସ୍ତାରେ । ୪ ଜଣ ମହିଳା ନିଜ ଆମର ଶବକୁ ନେଇ ଯାଉଥିବାର ଦେଖି ରାସ୍ତାରେ ଲୋକେ ଅଟକି ଯାଇଥିଲେ । ଘଟଣା କଣ ଜାଣିବାକୁ ଚେଷ୍ଟା କରିଥିଲେ ଲୋକେ । ତା ପରେ ଯେଉଁ କଥା ସାମନାକୁ ଆସିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା ।

ସବୁ ବାପା ମାଙ୍କର ମନରେ ଇଚ୍ଛା ତାହା ପୁଅ ତାଙ୍କର ମରିବା ପରେ ପାଟିରେ ପାଣି ଦେଇ ପିଣ୍ଡଦାନ କରିବ । କିନ୍ତୁ ପିଣ୍ଡ ଦେବା ଦୂରର କଥା ବଞ୍ଚି ତାହାଉ ଥାଉ ମାକୁ ମାରିଦେଲେ ଦୁଇ ପୁଅ । ଏପରି ଘଟଣା ପୁରୀ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ପୁରୀ ମଙ୍ଗଳାଘାଟର ବାସିନ୍ଦା ଜଟି ଦେଇ । ତାଙ୍କର ଦୁଇ ପୁଅ ଓ ୪ ଝିଅ ଥିଲେ । କିନ୍ତୁ କିଏ ଜାଣିଥିଲା ଦୁଇ ଜନ୍ମ କରି ସେ ବହୁତ ବଡ ଭୁଲ କରିଥିଲେ ।

ପୁଅ ଦୁଇ ଜଣ ବିବାହ ପରେ ବିଧବା ମାକୁ ଖାଇବାକୁ ଦେଲେ ନାହି । ଶେଷରେ ପାଖରେ ଥିବା ଅବିବାହିତ ଝିଅ ମାର ସବୁ କଥା ବୁଝୁଥିଲା । ଝିଅଟି ବିବାହ ହେବା ପରେ ଜଟି ଦେଇଙ୍କର ଅବସ୍ଥା ଗୁରୁତର ହୋଇଗଲା । ରୋଗରେ ପଡିବା ସମୟରେ ଆଡ ଆଖିରେ ପୁଅ ଚାହିଁଲା ନାହି । ପଡୋଶୀଙ୍କ ଠାରୁ ଖବର ପାଇଁ ସାନ ଓ ମଝିଆ ଝିଅ ଆସି ମାକୁ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ମାର ଅବସ୍ଥାରେ ସୁଧାର ନ ହେବାରୁ ଝିଅ ନିଜ ଘରକୁ ନେଇ ଯାଇଥିଲେ ।

କିଛି ଦିନ ପରେ ଝିଅ ଘରେ ମାର ଜୀବନ ଗଲା । ପୁଅ ମାନେ ମାଙ୍କର ଶେଷ ଦର୍ଶନ ପାଇଁ ମଧ୍ୟ ଆସିଲେ ନାହି । ଶେଷରେ ଡକାହକା ହୋଇ ୪ ଝିଅ ୪କିମି ଚାଲି ଚାଲି ମାର ଶବକୁ ନେଇ ସ୍ଵର୍ଗଦ୍ଵାରରେ ପହଞ୍ଚି ଥିଲେ । ଆଉ ମାର ଅନ୍ତିମ ସଂସ୍କାର କରିଥିଲେ । ଜୀବନ ଥିବା ସମୟରେ ମାକୁ ପଚାରିଲେ ନାହି ଦୁଇ ପୁଅ । ଏବେ ମାର ସମ୍ପତି ପାଇଁ ଟଣା ଓଟଣା କରୁଛନ୍ତି ଦୁଇ ପୁଅ । ମାର ଶବ ସତ୍କାର କରି ସମ୍ପତି ହାସଲ କରିବାକୁ ଆଗେଇ ଆସିଛନ୍ତି ଦୁଇ ପୁଅ ।

କିନ୍ତୁ ଝିଅ ମାନେ ମଧ୍ୟ ଜିଦିରେ ଅଟଳ ଅଛନ୍ତି କାରଣ ବଞ୍ଚିଥିବା ଅବସ୍ଥାରେ ଯାହା ହେଲାଣି ମାରିବା ପରେ ଆଉ ହବନି । ମାର ଶବକୁ ନ ଦେବା ସହ ମାର ସେବା କରିଥିବା ଝିଅକୁ ଘର ଦେବା ପାଇଁ ୩ ଝିଅ ଅଡି ବସିଛନ୍ତି । ଏହି ଘଟଣା ଜଣାଇବା ପରେ ପୁଅଙ୍କୁ ଧିକାର କରିଛନ୍ତି ଲୋକେ । ବାସ୍ତବରେ ୪ ଝିଅଙ୍କର ଏଭଳି କାମ ପ୍ରଶଂସାଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *