ନୂଆବର୍ଷରେ ନୂଆ ପ୍ଳାନ! ମାସକୁ 1000 ଟଙ୍କା ନିବେଶ କରି ପାଇବେ ପାଆନ୍ତୁ 2 କୋଟି…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନୂଆବର୍ଷରେ କରନ୍ତୁ ନୂଆ ପ୍ଳାନ । ମାତ୍ର ୧୦୦୦ ଟଙ୍କା ଦେଇ ପାଆନ୍ତୁ ୨କୋଟି ଟଙ୍କା । ଏହି କଥା ବିଶ୍ୱାସଯୋଗ୍ୟ ନ ହୋଇଥିଲେ ମଧ୍ୟ ସତ ଅଟେ । ମାସିକ ଏମିତି ଟଙ୍କା ନିବେଶ କରିଲେ ଆପଣ କୋଟି କୋଟି ଟଙ୍କା ପାଇବାର ସୁଯୋଗ ରହିଛି । ତେବେ କିପରି ବାହାବେ ୧୦୦୦ ଟଙ୍କା ଜମା କରି କୋଟି କୋଟି ଟଙ୍କା ପାଇ ପାରିବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ପ୍ରାୟତ ୧୦୦୦ ଟଙ୍କା ଜମା ବା ନିବେଶ କରିବା କାହା ପକ୍ଷେ ସମ୍ଭବ ନୁହେଁ ।

ଏଥିପାଇଁ ଦରକାର କେବଳ ଇଚ୍ଛା ଶକ୍ତି । ଏହି ନୂଆବର୍ଷ ଆରମ୍ଭରେ କରନ୍ତୁ ଏତିକି ଟଙ୍କା ନିବେଶ । ଆପଣ ଅଳ୍ପ ଟଙ୍କା ଜମା କରି ଦିନେ ବଡ ଲକ୍ଷ୍ୟ ହାସଲ କରିବା ପାଇଁ ସମର୍ଥ ହେବେ । ଏଥିପାଇଁ ମ୍ୟୁଚୁଆଲ ଫଣ୍ଡରେ ୧୦୦୦ ଟଙ୍କା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଳାନ ବା SIP ଜମା କରି କୋଟିପତି ହୋଇ ପାରିବେ । ଏହି ୨୦୨୨ ବର୍ଷରେ ମାତ୍ର ୧୦୦୦ ଟଙ୍କା ଦେଇ ଆରମ୍ଭ କରନ୍ତୁ ଏପରି ପ୍ଳାନ ।

ବ୍ଯାଙ୍କରେ ଟଙ୍କା ରଖିଲେ ଭଲ ଲାଭ ନ ମିଳୁଥିବାରୁ ଆପଣଙ୍କୁ ମ୍ୟୁଚୁଆଲ ଫଣ୍ଡରେ ୧୦୦୦ ଟଙ୍କା ଜମା କରିବାକୁ ପଡିବ । ଗତ ୧୦ ବର୍ଷ ମଧ୍ୟରେ ଜମା ଆଧାରରେ ମ୍ୟୁଚୁଆଲ ଫଣ୍ଡ ଭଲ ଋଟର୍ନ ଦେଇଛି । କିଛି ଫଣ୍ଡ ୨୦ ପ୍ରତିଶତ ଯାଏଁ ଋଟର୍ନ ଦେଉଛନ୍ତି । ଯଦି ଆପଣ ମାସିକ ୧୦୦୦ ଟଙ୍କା ଜମା କରୁଛନ୍ତି ଓ ବାର୍ଷିକ ସର୍ବନିମ୍ନ ଟଙ୍କା ଋଟର୍ନ ମିଳୁଛି । ତେବେ ୨୦ ବର୍ଷ ପରେ ଆପଣଙ୍କୁ ୯ଲକ୍ଷ ୯୯ହଜାର ୧୪୮ ଟଙ୍କା ବା ୧୦ ଲକ୍ଷ ଟଙ୍କା ପାଖାପାଖି ମ୍ମିଳିବ ।

ତେବେ ୨୦ ବର୍ଷରେ ଆପଣଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଜମା କରିବାକୁ ପଡିବ । ତେବେ ଏହି ନିବେଶ ପରେ ଆପଣଙ୍କୁ ୧୫% ଋଟର୍ନ ମିଳେ ତେବେ ଆପଣ ୧୫ ଲକ୍ଷରୁ ଅଧିକ ଟଙ୍କା ପାଇବେ । ସେପରି ୨୦% ଋଟର୍ନ ହିସାବରେ ଦେଖିଲେ ୧୦୦୦ ଟଙ୍କା ନିବେଶରେ ୨୦ ବର୍ଷ ପରେ ୩୧ ଲକ୍ଷ ୬୧ହଜାର ୪୭୯ ଟଙ୍କା ଜମା ହେବ । ଜଣେ ଯୁବାବସ୍ଥାରେ ନିବେଶ କରିବାକୁ ଚାହିଁଲେ ଅତି କାମରେ ୩୦ ବର୍ଷ ଯାଏଁ ନିବେଶ କରି ପାରିବେ ।

ଏପରି ମାସକୁ ୧୦୦୦ ଟଙ୍କା SIPରେ ୩୦ ବର୍ଷ ପରେ ୧୨% ଋଟର୍ନ ହିସାବ କରିଲେ ୩୫ଲକ୍ଷ ୨୯ହଜାର ୯୧୪ଟଙ୍କା ମିଳିବ । ଯଦି ୧୫% ଋଟର୍ନ ହିସାବ କରାଯାଏ ୭୦ଲକ୍ଷ ଟଙ୍କା ମିଳିବ । ଯଦି ୧୦୦୦ଟଙ୍କା ନିବେଶରେ ୨୦% ଋଟର୍ନ ମିଳେ ତେବେ ୩୦ ବର୍ଷ ପରେ ୨କୋଟି ୩୩ଲକ୍ଷ ୬୦ହଜାର ୮୦୨ଟଙ୍କା ମିଳିବ ।

୩୦ ବର୍ଷ ନିବେଶକଙ୍କୁ ୩ଲକ୍ଷ ୬୦ହଜାର ଟଙ୍କା ଜମା କରିବାକୁ ହେବ । ମ୍ୟୁଚୁଆଲ ଫଣ୍ଡରେ ନିବେଶକୁ ଚକ୍ରବୃଦ୍ଧି ସୁଧା ମିଳିଥାଏ । ଏହା ସହ ପ୍ରତେକ ମାସରେ ନିବେଶ କରିବାର ସୁବିଧା ମିଳିଥାଏ । ନିବେଶ କରିବା ପୂର୍ବରୁ ଅର୍ଥ ବିଶେଷଜ୍ଞଙ୍କ ମତନେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ମ୍ୟୁଚୁଆଲ ଫଣ୍ଡକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *