Special Story: ସାମ୍ନାକୁ ଆସିଲା ସତ! ଏମିତି ହୋଇଥିଲା CDS Bipin Rawat ଙ୍କ ଚପ୍ପର କ୍ରାସ୍

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ସାମନ୍ନାକୁ ଆସିଲା ବିପିନ ରାବତଙ୍କ ହେଲିକପ୍ଟର ଦୁର୍ଘଟଣାର ସତ । ଖରାପ ପାଗକୁ ଦାୟୀ କରିଲା କି ତଦନ୍ତକାରୀ କମିଟି ତାହା ଏବେ ପ୍ରଶ୍ନ ଉଠୁଛି । କେମିତି ହୋଇଥିଲା ଦେଶର ପ୍ରଥମ ସିଡିଏସ ବିପିନ ରବାତଙ୍କ ହେଲିକପ୍ଟର ଦୁର୍ଘଟଣା । ସମୟ କ୍ରମେ ସତ ସାମନାକୁ ଆସିବାରେ ଲାଗିଛି । ବିପିନ ରାୱତଙ୍କ ହେଲିକପ୍ଟର MI-17-V5 ଦୁର୍ଘଟଣା ନେଇ ବାୟୁସେନାର କଡା ତଦନ୍ତ ପ୍ରାୟ ସମାପ୍ତ ହୋଇଛି ।

ଯଦିଓ ଏ ଦୁର୍ଘଟଣା ସମ୍ପର୍କରେ କୌଣସି ସରକାରି ସୂଚନା ଆସି ନାହି କିନ୍ତୁ ଏହା ପଛରେ କାରଣ ପାଗ ଖରାପ ବୋଲି କୁହା ଯାଉଛି । ଏୟାର ମାର୍ସଲ ମନମେନ୍ଦ୍ର ସିଂଙ୍କ ନେତୃତ୍ଵତେ ହୋଇଥିବା ତଦନ୍ତରୁ ଜଣା ପଡିଛି ଯେ ଖରାପ ପାଗ ଯୋଗୁ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ସାଧାରଣତ ପାଇଲଟ ବୈଷୟିକ ଧ୍ୟାନ ହରାଇଲେ ବା ପରିସ୍ଥିତିର ସଠିକ ପୂର୍ବାନୁମାନ ନ କରିଲେ ଏମିତି ଦୁର୍ଘଟଣା ହୋଇଥାଏ ।

କିନ୍ତୁ ପାଇଲଟଙ୍କ ସହ ଏପରି ହୋଇଥିଲା କି ନାହି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ବିଶେଷଜ୍ଞଙ୍କ ମତରେ ଖରାପ ପାଗ ଯୋଗୁ ସାଧାରଣ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥାଏ । ଏଭଳି ସ୍ଥିତି ରେ ପାଇଲଟଙ୍କ ପାଇଁ ପରିସ୍ଥିତି ନିୟନ୍ତରଣ କରିବା ଅସମ୍ଭବ ହୋଇପଡେ । ତେବେ MI-17-V5 ହେଲିକପ୍ଟର ରେ କୌଣୟ ଯାନ୍ତ୍ରିକ ତ୍ରୁଟି ନ ଥିଲା ବୋଲି ତଦନ୍ତ କମିଟି ସୂଚନା ଦେଇଛି । ବର୍ତ୍ତମାନ ତଦନ୍ତ କାରୀ ଟିମ ଏହି କଥାର ସତ ସ୍ପଷ୍ଟ କରିବା ପାଇଁ ବାୟୁସେନାର ଆଇନ ବିଭାଗର ପରାମର୍ଶ ନେଉଛନ୍ତି ।

ସୂଚନା ଯୋଗ୍ୟ କି ସବିଶେଷ ରିପୋର୍ଟ ବାୟୁସେନାର ମୁଖ୍ୟ ଏୟାର ଚିଫ ମାର୍ସଲ ଋଆ ଚୌଧୁରୀଙ୍କୁ ହସ୍ତାନ୍ତର କରାଯିବ । ଆଉ ଏହା ପରେ ଦୁର୍ଘଟଣାର ପୁରା ସତ ଘଟଣା ସାମନାକୁ ଆସିବ । ଗତ ମାସରେ ତାମିଲନାଡୁର କୁନୁର ରେ ଦେଶର ପ୍ରଥମ ସିଡିଏସ ବିପିନ ରାବତଙ୍କ ହେଲିକପ୍ଟର କ୍ରାଶ ହୋଇଥିଲା । ଏଥିରେ ରାବତଙ୍କ ସହ ତାଙ୍କର ସ୍ତ୍ରୀ ମଧୁସ୍ମିତା ରାୱତ ଓ ଅନ୍ୟ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ଏହି ଦୁର୍ଘଟଣାରେ ବାୟୁସେନା MI-17-V5 ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିଲା । ତେବେ ଏହି ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ଦେଇଥିଲେ । ଏହି ରିପୋର୍ଟ ଅପେକ୍ଷା ରେ ବର୍ତ୍ତମାନ ସମସ୍ତେ ଅଛନ୍ତି । ତେବେ ଏହି ଦୁର୍ଘଟଣାର ରିପୋର୍ଟ ସାମନାକୁ ଆସିବା ପରେ ପ୍ରକୃତରେ ସେଦିନ କଣ ଘଟିଥିଲା ତାହା ଜଣା ପଡିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *