ସୂଚନା ଅନୁସାରେ ସ୍ପେସX ରକେଟ ଆଉ ମାତ୍ର କିଛି ସପ୍ତାହ ପରେ ଚନ୍ଦ୍ରରେ ଧକ୍କା ହେବ । ଧକ୍କା ହେବା ସମୟରେ ଏହି ରକେଟର ଗତି ଘଣ୍ଟାକୁ ୯୨୮୮ କିମି ରହିବ ବୋଲି ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଏହି ରକେଟକୁ ୭ ବର୍ଷ ପୂର୍ବରୁ ଉତ୍କ୍ଷେପଣ କରା ଯାଇଥିଲା । ଏହି ରକେଟ ଅନ୍ତରିକ୍ଷରୁ ପାଣିପାଗ ଉପରେ ନଜର ରଖୁଥିବା ସାଟେଲାଇଟକୁ ନେଇ ଯାଇଥିଲା । କିନ୍ତୁ ଏହି ରକେଟ ମହାକାଶରେ ନିଜର ଗତିପଥ ବଦଳାଇ ଦେଇଥିଲା ।
ବର୍ତ୍ତମାନ ନିଜର ଗତିପଥ ବଦଳାଇ ଚନ୍ଦ୍ର ପୃଷ୍ଠ ଆଡକୁ ଗତି କରୁଛି । ତେଣୁ ଏହା ମାର୍ଚ୍ଚ ମାସରେ ଚନ୍ଦ୍ର ସହ ଧକ୍କା ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଏହି ଘଟଣା ହେଉଛି ୨୦୧୫ ମସିହାରେ ଯେତେବେଳେ ଏଲେନ ମସ୍କଙ୍କ କମ୍ପାନୀ ସ୍ପେସ-X ପାଣିପାଗ ତଥ୍ୟ ଉପରେ ନଜର ରଖୁଥିବା ସାଟେଲାଇଟକୁ ବହନ କରି ଫାଲଗଣ-୯ ରକେଟକୁ ମାହାକାଶକୁ ପଠାଇଥିଲା ।
ସାଟେଲାଇଟକୁ ନେଇ ୧୫ଲକ୍ଷ କିମି ଦୂରକୁ ଯାଇଥିଲା ଫାଲକନ ରକେଟ । ୪୪୦୦ କେଜିର ଏହି ରକେଟ ବୁଷ୍ଟର ଅନ୍ତଋକ୍ଷରେ ଘୂରୁଥିଲା । ହେଲେ ଅଚାନକ ଏହାର ଗତିପଥ ବଦଳି ଯାଇଥିଲା । ଏବେ ଏହା ଚନ୍ଦ୍ର ଆଡକୁ ମୁହାଁଇଛି । ଏହା ଦାବି କରିଛନ୍ତି ନିୟର ଆର ଅବଜେକସନକୁ ଟ୍ରାକ କରୁଥିବା ଗବେଷକ ବିଲ ଗ୍ରେ ।
ସେ ଲେଖିଛନ୍ତି ଯେ ରକେଟର ବଡ ଅଂସ ଚନ୍ଦ୍ରପୃଷ୍ଠ ଦେଇ ଜାନୁଆରୀ ୫ରେ ଗତି କରିଛି । ଏହା ମାର୍ଚ୍ଚ ୪ରେ ଚନ୍ଦ୍ର ସହ ଧକ୍କା ହେବ । ହାଭାଡା ୟୁନିଭର୍ସିଟିର ମହାକାଶବିତ୍ତ ଜନାର୍ଦନ ମ୍ୟାକଡନ ମଧ୍ୟ ଏହାର ତଥ୍ୟକୁ ନେଇ ଦୃଢତା ପ୍ରକାଶ କରିଛନ୍ତି । ଏହା ଥିଲା ସ୍ପେସ-X ର ପ୍ରଥମ ମହାକାଶ ଅଭିଯାନ ।
ଏହି ରକେଟ ପ୍ରଥମ ଥର ପାଇଁ ଡିପ ସ୍ପେସ କ୍ଲାଇମେଟ ଅବଜଭେଟେରୀ ସାଟାଲାଇଟକୁ ପ୍ରେରଣ କରିଥିଲା । ଡିପ ସ୍ପେସ କ୍ଲାଇମେଟ ଅବଜଭେଟେରୀ ପରି ଏକ କୃତିମ ଉପଗ୍ରହ ଯାହା ସୌର ଗ୍ରହ ଓ ପୃଥିବୀ ପୃଷ୍ଠର ପାଣିପାଗ ଉପରେ ନଜର ରଖିଥାଏ । ଏହା ସୂର୍ଯ୍ୟ ଓ ପୃଥିବୀ ମଧ୍ୟ ଭାଗରେ କାର୍ଯ୍ୟ କରିଥାଏ ।
ଏହାକୁ ବହନ କରିଥିବା ରକେଟ ନିଜ କାମ ପୂରଣ କରିବା ପରେ ଏହାର ଇନ୍ଧନ ସେସ ହୋଇଥିଲା । ଫଳରେ ଏହା ପୃଥିବୀ ଚାରିପଟେ ଘୂରିବାକୁ ଲାଗିଥିଲା । ହେଲେ ଅପ୍ରତ୍ଯାଶିତ ଭାବେ ଚନ୍ଦ୍ର ଆଡକୁ ଯିବା ପରେ ଗବେଷକଙ୍କ ଆକଳନ ଅନୁସାରେ ଏହି ରକେଟ ଚନ୍ଦପୃଷ୍ଠର ମଧ୍ୟ ଭାଗରେ ପଶିବ । କିନ୍ତୁ ଧକ୍କା ହେବାର ଦୃଶ୍ୟ ଦେଖିବାକୁ ମିଳିନ ପାରେ ।
ଏହାର ଫୋଟୋ ଭ୍ରାତର ଦ୍ଵାରା ପ୍ରେରଣ ହୋଇଥିବା ଚନ୍ଦ୍ରଏରଣ-୨ ବା ଆମେରିକାର ଲୁନାର ରେକୋଗାନେଜେସନ କଏଦ କରି ପାରନ୍ତି । ତେବେ ଚନ୍ଦ୍ରରେ ଏହି ଘଟଣା ନୂଆ ନୁହେଁ ବରଂ ୨୦୦୯ରେ ଆମେରିକା ଦ୍ଵାରା ପ୍ରେରିତ ଲୂନାର ବେତରା ଅବଜରେଭସନ ଆଣ୍ଡ ସେନ୍ସିଂ ସାଟାଲାଇଟ ଚନ୍ଦ୍ରର ଦକ୍ଷିଣ ଭାଗରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ଚନ୍ଦ୍ରପୃଷ୍ଠରେ ବରଫ ଥିବାର ଗବଷକ ମାନେ ସୂଚନା ପାଇଥିଲେ । ଭବିଷ୍ୟତରେ ମହାକାଶରେ ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇ ହେବ ନାହି ବୋଲି ଗବେଷକ ମତ ଦେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।