ଭାରତୀୟ ସେନା ମାନଙ୍କ ପାଇଁ ମହେନ୍ଦ୍ରା ବାହାର କଲା ନୂଆ ଗାଡି, ଯାହା ସେମାନଙ୍କୁ ସବୁ ଆକ୍ରମଣରୁ ବଞ୍ଚାଇବ – ଦେଖନ୍ତୁ ଏହାର ଫିଚର

ଏବେ ମହିନ୍ଦ୍ରା କମ୍ପାନି ବାହାର କରିଛି ଏକ ନୂଆ ଗାଡି, ଯାହା ସେ କେବଳ ଆମ ସେନା ମାନଙ୍କ ପାଇଁ ପ୍ରସୂତ କରିଛନ୍ତି । ଏହାଦ୍ବାରା ଆତଙ୍କବାଦୀଙ୍କୁ ସାମ୍ମନା କରିବା ପାଇଁ  ଏହାକୁ ସମ୍ପୂର୍ଣ ଭାବେ ବୁଲେଟ ପ୍ରୁଫ ଏବଂ ଗ୍ରେନେଡ଼ ପ୍ରୁଫ ବନାଯାଇଛି l ଏହାର ନାମ ମହେନ୍ଦ୍ରା ମାର୍କସମ୍ୟାନ ଏପିସି ଦିଆଯାଇଛି l ୧୨୦ କିଲୋମିଟର ପ୍ରତି ଘଣ୍ଟାରେ ଯାଇପାରିବ ଏହି ଗାଡିର ଗତି l ଏଥିରେ ଏକାସହ ୭ ଜଣ ଯବାନ ଯାଇପାରିବେ l ଏଥିରେ ଯବାନ ମାନଙ୍କୁ ସୁରକ୍ଷା ଦେବା ସହ ଫାୟାରିଂ ପାଇଁ ବ୍ୟବସ୍ତା ମଧ୍ୟ କରାଯାଇଛି l

ଏହି ଗାଡ଼ିର କାଚ ସବୁ ବୁଲେଟ ପ୍ରୁଫ କରାଯାଇଛି l ଏଥିରେ କୌଣସି ପ୍ରକାର ଆକ୍ରମଣରେ କିଛି କ୍ଷତି ହେବନାହିଁ l ଏହାକୁ ୨୦୦୯ରୁ କରିବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା l ଏହାର ଲମ୍ବା ୪୩୯ ମିଟର ,ଚୌଡା ୧ ୮୬୩ ମିଟର ସହ ଉଚ୍ଚତା ୨୦୩୦ ମିଟର ରହିଛି l ଏହା ୪ ଗୁଣା ୩ ଚକ ଉପରେ ଆଧାରିତ l ଏଥିରେ ୨,୫ ଲିଟର ବିଏସ ୩ ଇଂଜିନି ଲାଗିଛି l ଏହାର ଖର୍ଚ୍ଚ ପ୍ରାୟ ୫୬ ଲକ୍ଷ l ଏହାକୁ ପ୍ରଥମେ ମୁମ୍ବାଇ ପୋଲିସ କୁ ଦିଆଯାଇଥିଲା l ପରେ ପରେ ଏହାକୁ ସେନା ବ୍ୟବହାର କରୁଛି l ଏହାକୁ ମଧ୍ୟ ଦିଲ୍ଲୀ ପୋଲିସ ବ୍ୟବହାର କରୁଛି l ବହୁତ ଜଲ୍ଦି ଅଧା ଡର୍ଜନ ଗାଡି ଆହୁରି ମିଳିବ l

ତେବେ ବର୍ତ୍ତମାନ ଦେଶର ପରିସ୍ଥିତି ଯାହା ଆମ ସେନା ମାନଙ୍କୁ କେବେ ବି ଯୁଦ୍ଧ କରିବାକୁ ପଡିପାରେ । ଏବଂ ସେଥିରେ ଆମ କେତେ ସେନା ସହିଦ ହେବେ ଠିକ ନାହିଁ । ତେଣୁ ଏହି କଥାକୁ ଆଖିରେ ରଖି ଆମ ସେନା ମାନଙ୍କ ପାଇଁ ଏହି ଗାଡି ପ୍ରସ୍ତୁତ କରାଯାଇଛି । ଯାହା ବୁଲେଟ ଫ୍ରୂପ ଅଟେ ।

Leave a Reply

Your email address will not be published. Required fields are marked *