ଆଜି ଯଦି ମୁଁ ଜିତିଯାଇଥାନ୍ତି ତେବେ ହୁଏ Draupadi Murmu ରାଷ୍ଟ୍ରପତି ହୋଇପାରି ନ ଥାନ୍ତେ… କାହିଁକି ଏମିତି କହିଲେ Ramchandra Murmu ଦେଖନ୍ତୁ Video

ବନ୍ଧୁଗଣ ଯେବେ ବିଧାୟକ ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ ଯାହାକୁ ପରାଜୟର ସ୍ଵାଦ ଚଖାଇଥିଲେ ସେ ହେଉଛନ୍ତି ରାମଚନ୍ଦ୍ର ମୁର୍ମୁ ଯିଏ ମାତ୍ର ୪୨ ଖଣ୍ଡ ଭୋଟରେ ପରାଜୟ ହୋଇଥିଲେ ଦ୍ରୌପଦୀ ମୁର୍ମୁଙ୍କ ଠାରୁ । ତେବେ ଏ ନେଇ ରାମଚନ୍ଦ୍ର ମୁର୍ମୁ କହିଛନ୍ତି ଯଦି ଆଜି ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇଯିବେ ତେବେ ସେଦିନର ଦୁଖ ସେ ଭୁଲି ଯିବେ ଆଜି ବହୁତ ଖୁସି ହେବେ । ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଶପଥ ନେବେ ସେ ବହୁତ ଖୁସି ହେବେ ବୋଲି ରାମଚନ୍ଦ୍ର କହିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇବା ପାଇଁ ରାମଚନ୍ଦ୍ର ମୁର୍ମୁ ଫୁଲ ତୋଡା ଧରି ଯାଇଥିଲେ ତାଙ୍କୁ ଦେଖା କରିବା ପାଇଁ ।

ଦ୍ରୌପଦୀ ମୁର୍ମୁ ଭୋଟ ଜିତିବା ପରେ ରାମଚନ୍ଦ୍ର ମନ ଦୁଖ କରିଥିଲେ କିନ୍ତୁ ସେ ଲୋକ ମାନଙ୍କ ପାଇଁ କିଛି ଭଲ କମ କରିବାର ଆଶା ନେଇ ରାମଚନ୍ଦ୍ର ଖୁସି ଥିଲେ । ବ୍ୟକ୍ତିଗତ ହିସାବରେ ଦୁହିଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା । ଦ୍ରୌପଦୀ ମୁର୍ମୁ କେବେ ବି ରାମଚନ୍ଦ୍ରଙ୍କର ବ୍ଯକ୍ତିଗତ ଭାବେ କ୍ଷତି କରି ନାହାନ୍ତି ଯାହା ସେ ନିଜେ କହିଛନ୍ତି ।

ଯେବେ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ଗଭର୍ଣ୍ଣର ହୋଇଥିଲେ ସେହି ସମୟରେ ରାମଚନ୍ଦ୍ର ଙ୍କ ସହ ତାଙ୍କର କେବେ ଭେଟ ହୋଇ ନାହି । ଯେବେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହୋଇଥିଲା ସେବେ ମଧ୍ୟ ତାଙ୍କର କଥା ହୋଇ ନାହି ବୋଲି ରାମଚନ୍ଦ୍ର କହିଛନ୍ତି ।

ଦ୍ରୌପଦୀ ମୁର୍ମୁ ବିଧାୟକ ହିସାବରେ ବହୁତ ଭଲ ମଣିଷ ହେବ ସହ ତାଙ୍କର କାମ ମଧ୍ୟ ବହୁତ ଭଲ ଅଟେ । ସେ କେବେ ବି ଖରାପ କାମକୁ ପ୍ରୋଶ୍ଚାହନ ଦିଅନ୍ତି ନାହି । କିନ୍ତୁ ଦ୍ରୌପଦୀ ମୁର୍ମୁ ଯେଉଁ ଦଳରେ ଅଛନ୍ତି ସେହି ଦଳକୁ ସମାଲୋଚନା କରୁଛନ୍ତି ରାମଚନ୍ଦ୍ର ମୁର୍ମୁ । ରାଜ୍ୟପାଳ ହେବା ପରେ ରାଷ୍ଟ୍ରପତି ହେବା ପାଇଁ ଦ୍ରୌପଦୀଙ୍କ ନାଁ ଆସିଥିଲା କିନ୍ତୁ ସେ ରାଷ୍ଟ୍ରପତି ହୋଇଯିବେ ବୋଲି କେବେ ଭାବି ନ ଥିଲେ ରାମଚନ୍ଦ୍ର ମୁର୍ମୁ ।

ଯେ ହେତୁ ମୟୂରଭଞ୍ଜ ଜିଲ୍ଲାର ଝିଅ ଆଉ ବୋହୁ ହେଉଛନ୍ତି ଦ୍ରୌପଦୀ ମୁର୍ମୁ ତେବେ ସେ ଦେଶରେ ଗର୍ବ ଅଟନ୍ତି । ଯଦି କେବେ ଅରସ୍ତ୍ର୍ପତି ଭବନରୁ ଫୋନ ଆସେ ରାମଚନ୍ଦ୍ର ଙ୍କ ପାଖକୁ ତେବେ ସେ ନିଶ୍ଚିନ୍ତ ଭାବେ ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖା କରିବାକୁ ଯିବେ ବୋଲି କହିଛନ୍ତି । ଯଦି ଆଜି ମୁ ଜିତିଥାନ୍ତି ହୁଏ ଆଜି ସେ ଜାଗାକୁ ଦ୍ରୌପଦୀ ମୁର୍ମୁ ପହଞ୍ଚି ପରି ନ ଥାନ୍ତେ ତେଣୁ ଭଗବାନ ଆଜି ମୋତେ ଜିତିବାକୁ ଦେଲେ ନାହି ବୋଲି ମନ୍ତବ୍ୟ ରଖିଛନ୍ତି ରାମଚନ୍ଦ୍ର ମୁର୍ମୁ ।

ତେବେ ଏହି ଲଢେଇ ବଡ ଭାଇ ଆଉ ସାନ ଭଉଣୀ ର ଥିଲା ବୋଲି ରାମଚନ୍ଦ୍ର ମୁର୍ମୁ କହିଛନ୍ତି । ତେବେ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ୪୨ ଖଣ୍ଡ ଭୋଟରେ ପରାଜୟ ହୋଇଥିଲେ ସତ କିନ୍ତୁ ପରାଜୟର ପ୍ରତିଶୋଧ ନ ନେଇ ଖୁସିରେ ଫୁଲତୋଡା ନେଇ ଯାଇଥିଲେ ରାମଚନ୍ଦ୍ର ମୁର୍ମୁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *