ଆମ 40 ଲକ୍ଷ ଦିଅ! Bank ଦୁଆରେ ରାତି ବିତାଇଲେ ଠକାମିର ଶିକାର ହୋଇ 40 ଲକ୍ଷ ହରାଇଥିବା ଏହି ବ୍ୟକ୍ତି… ସମ୍ପୂର୍ଣ୍ଣ ଖବର ଜାଣି ଆପଣ ବି ମୁଣ୍ଡରେ ହାତ ଦେବେ

ବ୍ଯାଙ୍କ ଦ୍ଵାରା ମୁହଁରେ ସୋଇଛନ୍ତି ବୃଦ୍ଧ ଜଣକ । ନା ତାଙ୍କୁ ଠିକ ସେ ସୁଭୂଛି ନା ଦେଖା ଯାଉଛି । ୟାଙ୍କ ର ଏପରି ଅବସ୍ଥାର ଫାଇଦା ଉଠାଇ ବ୍ଯାଙ୍କ ଆକାଉଣ୍ଟରୁ ଜାଲିଆତି କରି 40 ଲକ୍ଷ ଟଙ୍କା ଲୁଟିଆଛନ୍ତି 3 ଜଣ ଦୁର୍ବୁତ୍ତ । ହଁ ଦର୍ଶକ ବନ୍ଧୁ 40 ଲକ୍ଷ ଟଙ୍କା ଫେରି ପାଇବାକୁ ନୟାଗଡ ଦଶପୋଲା ମଧ୍ୟଖଣ୍ଡ ର ଆଇଡିବିଆଇ ବ୍ଯାଙ୍କ ଭିତରେ ରାତି ସାରା ଜଣେ ଗ୍ରାହକ ବାପା ଓ ତାଙ୍କ ପୁଅ ଧାରଣ ଦେଇଛନ୍ତି ।

ଧାରଣା ବେଳେ ବ୍ଯାଙ୍କ କର୍ମଚାରୀ ବ୍ଯାଙ୍କ ଭିତରେ ତାଲା ମାରି ଚାଲି ଯାଇଥିଲେ । ଫଳରେ ରାତି ସାରା ବ୍ଯାଙ୍କ ଭିତରେ ବାପା, ପୁଅ ଆଉ ସମ୍ପର୍କୀୟ ଭିତରେ ରହି ଯାଇଥିଲେ । ନୟାଗଡ ତହସିଲ ମୁକ୍ତାପୁର ବାଏ ପାସ କାମ ପାଇଁ 25 ଡିଶ୍ମିଲ ଦଶପୋଲା ମଧ୍ୟ ଖଣ୍ଡର ରଜନୀ ପ୍ରଧାନ ଙ୍କର ଜମି ଯାଇଛି । ଏଥିପାଇଁ ତାଙ୍କୁ ମିଳିଥିବା 40 ଲକ୍ଷ ଟଙ୍କା ବ୍ଯାଙ୍କ ଆକାଉଣ୍ଟ କୁ ଆସିଥିଲା ।

ହେଲେ ଏହି ଟଙ୍କା କୁ ଜାଲିଆତି କରି ମୁକ୍ତାପୁର ଗାଁ ର 3 ଜଣ ଦୁର୍ବୁତ୍ତ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଜାଲିଆତି ଘଟଣାରେ ବ୍ଯାଙ୍କ କର୍ମଚାରୀ ଙ୍କ ହାତ ଥିବା ନେଇ ନୟାଗଡ ଟାଉନ ଥାନା ରେ ଅଭିଯୋଗ କରିବା ସହ ଧାରଣା ଦେଇଛନ୍ତି ବାପା ପୁଅ । ଏନେଇ ବ୍ଯାଙ୍କ କର୍ମଚାରୀ କ୍ୟାମେରା କିଛି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଯାହା ହୋଇଛି ଲିଗାଲୀ ହୋଇଛି କହି ପଳାଇ ଯାଇଛନ୍ତି ।

ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ରଜନୀ ଙ୍କ ବ୍ଯାଙ୍କ ଆକାଉଣ୍ଟ କୁ 40 ଲକ୍ଷ ଟଙ୍କା ଆସିଥିଲା । ଏହି 40 ଲକ୍ଷ ଟଙ୍କା ଆସିବା ନେଇ ମୁକ୍ତାପୁର ଗାଁ ର 3 ଜଣ ସୂଚନା ପାଇଥିଲେ । ଏହା ପରେ ସେମାନେ ରଜନୀ ଙ୍କୁ ହାତ କରି ବିଭିନ୍ନ ପ୍ରଲୋଭନ ଦେଖାଇ କଥା କହି ପ୍ରଥମେ ବ୍ଯାଙ୍କ କୁ ଆଣିଥିଲେ ।

ତା ପରେ ଟିପ ଚିହ୍ନ ଦ୍ଵାରା ଜାଲିଆତି କରି ଏହି 40 ଲକ୍ଷ ତାଙ୍କ ଅନ୍ୟ ଆକାଉଣ୍ଟ କୁ ଟ୍ରାନ୍ସଫର କରିବା କଥା ଅଭିଯୋଗ ହୋଇଛି । ହେବେ ଏହାର ଖବର ରଜନୀ ଙ୍କ ପରିବାର ଲୋକ ପାଇଥିଲେ ସେମାନେ ସଙ୍ଗେ ସଙ୍ଗେ ଥାନାର ଅଭିଯୋଗ କରିଥିଲେ । ଏହା ସହ ବ୍ୟାଙ୍କର କର୍ତ୍ତୁପକ୍ଷ ଙ୍କୁ ସୂଚନା ଦିଆ ଯାଇଥିଲା । ବ୍ୟାଙ୍କର କହିବ କଥା ଅନ୍ୟ ଆକାଉଣ୍ଟ କୁ ପଇସା ଯାଇଛି ସତ କିନ୍ତୁ ଆକାଉଣ୍ଟ ଟି ଶିଚ କରା ଯାଇଛି ।

ଏବେ କୋର୍ଟ ରେ ମାମଲା ଚାଲିଛି । ଆଉ 3 ଜଣ ଦୁର୍ବୁର୍ତ୍ତ ଙ୍କୁ ଏବେ ପୋଲିସ ଆରେଷ୍ଟ କରି ସାରିଛି । ସବୁ ଫରମାଲିଟି ସରିବା ପରେ ରଜନୀ ଙ୍କ ଆକାଉଣ୍ଟ କୁ ସବୁ ଟଙ୍କା ଫେରି ଆସିବ । କିନ୍ତୁ ଏଭଳି ବ୍ଯାଙ୍କ କର୍ତ୍ତୁପକ୍ଷ କହୁଥିବା ବେଳେ ରଜନୀ ଙ୍କ ପରିବାର ଲୋକ ଏଥିରେ ବ୍ଯାଙ୍କ କର୍ମଚାରୀ ଙ୍କ ହେରଫେର ନେଇ ଅଭିଯୋଗ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *