ଆଶ୍ଚର୍ଯ୍ୟଜନକ ତଥ୍ୟ, ଜଣେ କରୋନା ରୋଗୀ କାରଣରୁ ୫୯୦୦୦ ଜଣ ଲୋକ ହୋଇ ପାରନ୍ତି ସଂକ୍ରମିତ- ଜାଣନ୍ତୁ କେମିତି ?

ଗୋଟେ ଆଶ୍ଚର୍ଯ୍ୟ ଜନକ ଘଟଣା ଲୋକଲୋଚନକୁ ଆସିଛି ଯେ ଗୋଟେ କରୋନା ରୋଗୀ ଠାରୁ ୫୯୦୦୦ ଜଣ ଲୋକ ସଂକ୍ରମିତ ହୋଇ ପାରନ୍ତି । ଏହି ତଥ୍ୟର ଖୁଲାସା ଜଣେ ଅନୁଭବି ଡାକ୍ତର କରିଛନ୍ତି । ୟୁନିଭରସିଟି କଲେଜ ଲଣ୍ଡନର ଇଣ୍ଟେସିବ କେୟାର ମେଡ଼ିସିନର ପ୍ରଫେସର ଡ ହୁଁ ମାଣ୍ଟଗୋମରି କହିଛନ୍ତି ଯେ କରୋନା ଭୂତାଣୁ ଅଧିକ ସଂକ୍ରମଣ କରୁଥିବା ଭୂତାଣୁ ଅଟେ । ଡ଼ ହ୍ୟୁନ ବିସ୍ତ୍ରୁତ ଭାବେ କହିଛନ୍ତି ଯେ କିପରି ଜଣେ ସଂକ୍ରମିତ ବ୍ୟକ୍ତି ହଜାର ହଜାର ଲୋକଙ୍କୁ ଏହି ଭୁତାଣୁ ଆକ୍ରମଣ କରିଥାଏ ।

ହ୍ୟୁନ କହିଛନ୍ତି ଯେ ସାଧାରଣ ଥଣ୍ଡା ଜ୍ଵର ୧.୩ ରୁ ୧.୪ ଅନୁପାତରେ ସଂକ୍ରମିତ ହୋଇଥାଏ । ଏହି ସମୟରେ ଅନ୍ୟ ସଂକ୍ରମିତ ବ୍ୟକ୍ତି ମଧ୍ୟ ଅନ୍ୟ କିଛି ଲୋକଙ୍କୁ ସଂକ୍ରମିତ କରିଥାନ୍ତି ଏବଂ ଆଗକୁ ୧୦ ଥର ସଂକ୍ରମଣ ଚକ୍ର ଚାଲିଥାଏ ।

ତେଣୁ ମୋଟ ୧୪ଟି ସଂକ୍ରମଣ ମାମଲା ହୋଇଥାଏ ।ଡ଼ ହ୍ୟୁନ ଥଣ୍ଡା ଜ୍ଵରକୁ କରୋନା ଭୂତାଣୁ ସହ ତୁଳନା କରି ଏହାର ବିପଦ ବିଷୟରେ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ କରୋନା ଭୂତାଣୁ ଜଣେ ବ୍ୟକ୍ତି ଠାରୁ ଅନୁପାତ ୩ ହିସାବରେ ମନୁଷ୍ୟ ମଧ୍ୟରେ ବ୍ୟାପୀ ଥାଏ । ସେ କହିଛନ୍ତି କରୋନା ଭୂତାଣୁ ଜଣକ ଠାରୁ ୩ ଜଣକୁ ସଂକ୍ରମିତ କରିଥାଏ ଏବଂ ଯଦି ଏହା ୧୦ ଟି ସ୍ତରରେ ଆଗକୁ ବଢେ ତେବେ ଏଥିରୁ ୫୯୦୦୦ ଜଣ ଲୋକଙ୍କୁ ସଂକ୍ରମଣର ବିପଦ ରହିଥାଏ ।

ଯେମିତି ୧ଜଣ ରୋଗୀଙ୍କ ଠାରୁ ୩ ଜଣଙ୍କ ପାଖକୁ, ୩ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯୦୪୯ ଲୋକ ସଂକ୍ରମଣ ହୋଇଥାନ୍ତି । ଡ଼ ହ୍ୟୁନ କହିଛନ୍ତି ସେ କରୋନା ଭୂତାଣୁ ସହ ଜଡିତ ଆକଳନକୁ କମ କରିକି ଦେଖାଇବେ ନାହିଁ ।

ସେ ଏହାବି କହିଛନ୍ତି ଯେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ଲୋକ ରୋଗରେ ପଡିବେ କିନ୍ତୁ ସେମାନେ ଏହି ଭୁତାଣୁକୁ ଅନ୍ୟତ୍ର ପ୍ରସାର କରିବେ । ସମଗ୍ର ଦୁନିଆରେ କାରୋନା ଭୂତାଣୁ ବହୁତ ଜଲ୍ଦି ନିଜର କାୟା ବିସ୍ତାର କରୁଛି । ଭାରତରେ ଏବେ ପର୍ଯ୍ୟନ୍ତ ୬୦୬ଟି କରୋନା ରୋଗୀ ମିଲିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ସମ୍ପୂର୍ଣ ରୂପେ ଆରୋଗ୍ଯ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *