ବନ୍ଧୁଗଣ ମାନବ ଜାତିର କଲ୍ୟାଣ ପାଇଁ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି ନିୟମମାନର ପାଳନ କରିବା ଉଚିତ । ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଭବିଷ୍ୟତରେ ବହୁତ କାମରେ ଆସିଥାଏ । ୧- ଘରର ଡାହାଣ ପଟେ ତୁଳସୀ ଚଉଁରା ରହିବା ଉଚିତ । ଘରୁ ବାହାରିବା ସମୟରେ ତୁଳସୀ ମୂଳର ମାଟି ମୁଣ୍ଡରେ ଲଗାଇଲେ ଶୁଭ ହୋଇଥାଏ ।
୨- ଆଁଠୁ ଗଣ୍ଠି ଅଧିକ ପେନ ହେଉଥିଲେ ପାଣି ବସିକି ପିଇବା ଉଚିତ ଓ ଦିନକୁ ୫ଟି ଲବଙ୍ଗ ଚୋବାଇ ଖାଆନ୍ତୁ ।
୩- ବ୍ରଣ ଦାଗ ଲିଭାଇବା ପାଇଁ ଡାଲଚିନି ଗୁଣ୍ଡରେ ଅଳ୍ପ ମହୁ ମିଶାଇ ଦାଗରେ ଲଗାଇଲେ ତାହା ଦୂର ହୋଇଥାଏ ।
୪- ଆଖି ତଳ କଳା ହୋଇଥିଲେ ତାହା ଦୁର କରିବା ପାଇଁ ଲେମ୍ବୁ ରସରେ ବିଲାତି ରସ ମିଶାଇ ଲଗାନ୍ତୁ ।
୫- ବିବାହିତା ନାରୀ ମାନେ ରାତିରେ କେଶ ଖୋଲା ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥା । ସୂର୍ଯ୍ୟାସ୍ତ ପରେ କାହାକୁ ଖୋର କି ଦହି ଦିଅନ୍ତୁ ନାହିଁ ।
୬- ପୂଜାରେ ଯାଆଁଳା କଦଳୀ ଭୋଗ କରିଲେ ବହୁତ ଭଲ ହୋଇଥାଏ ଇ ଶିବଲିଙ୍ଗରେ ଚଢାଇଲେ ମଙ୍ଗଳକାରୀ ହୋଇଥାଏ ।
୭- ଠାକୁର ପୂଜା ସମୟରେ ତଳେ, ପିଢା ଓ ପଥର ଉପରେ ବସିକି ପୂଜା କରିବା ଅନୁଚିତ । ଆସନ ପକାଇ ପୂଜା କରିବା ଉଚିତ ।
୮- ଘରର ପାଣି ଟ୍ୟାପରୁ ପାଣି ପଡିବା ଅନୁଚିତ । ଏହାକୁ ତୁରନ୍ତ ମରାମତି କରନ୍ତୁ । ଟଙ୍କା ରଖୁଥିବା ଆଲମାରି ର ମୁହଁ ଦକ୍ଷିଣ ଦିଗକୁ ରଖିବା ଉଚିତ ନୁହେଁ ।
୯- ଗଣେଶ ପୂଜା ଦିନ ଆକାଶରେ ଚନ୍ଦ୍ର ଦର୍ଶନ କରିବା ଅଶୁଭ ଅଟେ । ଗଣେଶ ପୂଜାରେ ଅଳେଇଚ ପାଣିରେ ମିଶାଇ ପାନ କରିଲେ ବିଦ୍ୟାରେ ବୃଦ୍ଧି ହୋଇଥାଏ ।
୧୦- ଶନିଦେବଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଏହାକୁ ମନ୍ଦିରରେ ପୂଜା କରିବା ଉଚିତ । ଘରେ ଲକ୍ଷ୍ମୀ ମାଙ୍କ ମୂର୍ତ୍ତି ଠିଆ ହୋଇଥିବା ନ ରଖିକି ବସିଥିବା ମୂର୍ତ୍ତି ରଖିବା ଉଚିତ ।
୧୧- ଠାକୁର ଘରେ ଶ୍ରୀଜନ୍ତ୍ର ଓ ନାଲି କପଡାରେ ବନ୍ଧା ନଡିଆ ରଖିଲେ ଭଲ ହୋଇଥାଏ । ପୂର୍ବକୁ ମୁଖ କରି ଭୋଜନ ଓ ଦକ୍ଷିଣକୁ ମୁହଁ କରି ସୋଇଲେ ମଙ୍ଗଳ ହୋଇଥାଏ ।
୧୨- ଜଗନ୍ନାଥଙ୍କ ମନ୍ଦିରକୁ ୩ ଥର ଓ ଶିବ ମନ୍ଦିରରେ ଅର୍ଦ୍ଧ ପରିକ୍ରମା କରିଲେ ମଙ୍ଗଳ ହୋଇଥାଏ । ଘରେ ଅସାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛକୁ ୭ ଥର ପରିକ୍ରମା କରି ତାର ଚେର ଘରେ ରଖନ୍ତୁ ।
୧୩- ଗୋଟେ ଦିନରେ ବୋହୂ ବାପଘର ଓ ଶାଶୁଘରେ ଭୋଜନ କରେ ଦୁର୍ଭାଗ୍ୟ ଆସିଥାଏ । ତ୍ରୟୋଦଶୀରେ ପିତା ମାତା ବାଇଗଣ ଖାଇବା ସନ୍ତାନଙ୍କ ପାଇଁ ଭଲ ନୁହେଁ ।
୧୪- ସୋମବାରରେ ଧଳା ମନ୍ଦାର ଠାକୁରଙ୍କୁ ଅର୍ପଣ କରିଲେ ଖରାପ ନଜର ଦୂର ହୁଏ । ଅମାବାସ୍ୟା, ପୂର୍ଣ୍ଣିମା, ଏକାଦଶିରେ ଦୂର ଯାତ୍ରା କରିଲେ ଶୁଭ ଫଳ ମିଳେନି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।