ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ସବୁ ଉପଦେଶ ଆପଣଙ୍କ ଜୀବନ ପଥକୁ କରିବ ସହଜ ଓ ସୁନ୍ଦର

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସଫଳତା ପଛରେ ଆଚାର୍ଯ୍ୟ ଚାଣକ୍ୟଙ୍କ ହାତ ଅଛି ବୋଲି କୁହାଯାଏ, ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଏତେ ସଠିକ ଏବଂ ଅଚୁକ ହୋଇଥାଏ କି କାହାକୁ ବି ଜୀବନ ରେ ସଠିକ ପଥ ଦେଖାଇ ଥାଏ । ଚାଣକ୍ୟଙ୍କ କଥାରେ ପ୍ରଭାବିତ ହୋଇ କେତେ ଲୋକ ତାଙ୍କ ଜୀବନ ରେ ସୁଖ ପାଇଛନ୍ତି, ଆସନ୍ତୁ ଜାଣିବା ଏହି କଥା ଗୁଡିକ । ଯାହା ଆପଣଙ୍କ ଜୀବନକୁ ମଧ୍ୟ ସୁର୍ଗ କରିଦେବ ଓ ଆପଣ ମାନେ ମଧ୍ୟ ନିଜ ଜୀବନରେ କରୁଥିବା ଭୁଲ ସବୁ ସୁଧାରୀ ନେବେ ।

ଯେଉଁ ସମୟ ବିତି ଗଲା ତା ବିଷୟରେ ଭାବି କିଛି ଲାଭ ନାହିଁ । ଭୁଲରୁ ଶିକ୍ଷା ପାଇ ବର୍ତମାନ କୁ ଭଲ କରିବା ପାଇଁ ପ୍ରୟାସ କରନ୍ତୁ ।

ଏମିତିକା ଧନ ପାଇଁ ଲୋଭ କରିବା ଉଚିତ ନୁହେଁ ଯାହା ପାଇଁ ଧର୍ମ କୁ ତ୍ୟାଗ କରିବାକୁ ପଡେ । କୌଣସି କାମ କରିବା ପୂର୍ବରୁ ତିନୋଟି କଥା ମନେ ରଖିବେ – ପ୍ରଥମ ସେହି କାମ କାହିଁକି କରା ଯିବା ଉଚିତ ? ଦ୍ଵିତୀୟ ଏହି କାମ ର ପରିଣାମ କଣ ହେବ ? ତୃତୀୟ କାମ ରୁ ସଫଳତା ମିଳିବ କି ନାହିଁ ?

ଲୋକଙ୍କୁ କେବେ ବି ହାନି କରିବା ଉଚିତ ନୁହେଁ, ଯଦି ଆପଣଙ୍କୁ କେହି ଦୁର୍ବଳ କହୁଛି ଏବଂ ଆପଣଙ୍କୁ କ୍ଷତି ପହଞ୍ଚାଉଛି ତାହେଲେ ଏହା ଦେଖେଇବା ଉଚିତ ଅଟେ କି ଆପଣ ନିଜକୁ ନେଇ ସଜାଗ ଅଛନ୍ତି । କାହାର ଅଧୀନ ହେବାଠାରୁ ଅଧିକ କଷ୍ଟ ଅନ୍ୟର ଘରେ ରହିଲେ ହୋଇଥାଏ ।

ଏମିତି ମିତ୍ର ଠାରୁ ଦୂରେଇ ରୁହନ୍ତୁ ଯିଏ ଆପଣଙ୍କ ସାମ୍ନା ରେ ଭଲ କଥା କହୁଛି କିନ୍ତୁ ପିଠି ପଛେ ଆପଣଙ୍କ ପାଇଁ ଖରାପ କରୁଛି । ଆତ୍ମା ରୁ ଦୁର୍ବଳ ଏବଂ ଚରିତ୍ର ରୁ ଦୁର୍ବଳ ଲୋକ ସହ ମିତ୍ରତା କରନ୍ତୁ ନାହିଁ ସେହି ଲୋକ ସେତେବେଳେ ଆପଣଙ୍କ ସାଥ ଛାଡି ଦବ ଯେତେବେଳେ ଆପଣଙ୍କ ସମୟ ଠିକ ଚାଲୁ ନଥିବ । କର୍ମ ର ଫଳ ଏହି ଜଗତ ରେ ମିଳେ ବୋଲି ଆଚାର୍ଯ୍ୟ ଚାଣକ୍ୟ କହୁଥିଲେ ସେ ସବୁବେଳେ ଭଲ କାମ କରିବା ପାଇଁ ବୁଝାଉଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *