ଅଧିକ କ୍ରୋଧ କରିବା ଦ୍ଵାରା କଣ ହୋଇଥାଏ ? କ୍ରୋଧକୁ କାବୁ କେମିତି କରିବେ! Sri Krishna Vani

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସମୟର ପରିବର୍ତ୍ତନ ହୋଇଥାଏ । କେତେବେଳେ ବ୍ୟକ୍ତି ଜୀବନରେ ସୁଖ ରହିତହେ ତ କେତେବେଳେ ଦୁଖ ରହିଥାଏ । ଯେଉଁ ବ୍ୟକ୍ତି ଅନ୍ୟକୁ ସୁଖ ଦେଇଥା ସେ ସର୍ବଦା ଖୁସିରେ ରହିଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟକୁ ଦୁଖ ଦେଇଥାଏ ସେ ଜୀବନ ସାରା ଦୁଖରେ ରହିଥାଏ । କୌଣସି ବ୍ୟକ୍ତିକୁ ଛୋଟ ଓ ତୁଚ୍ଛା ମାନିବା ଉଚିତ ନୁହେଁ । ଗୀତାରେ ଲେଖାଥିବା ସବୁ ଶ୍ଳୋକ ଗୁଡିକର ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ଗୀତାରେ ଲେଖାଥିବା ଭଗବାନ ଶ୍ରୀକୃଷ୍ଣଙ୍କ କିଛି ନୀତିବାଣୀ ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଧର୍ମରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ବିଶିଷ୍ଟ କାମ ପାଇଁ ଚୟନ କରା ଯାଇଛି । ଏହିଭଳି ବ୍ୟକ୍ତି ନିଜର ସଂସ୍କୃତି, ସଭ୍ୟତାକୁ ଆଗକୁ ବଢାଇବାକୁ ପ୍ରୟାସ କରିଥାନ୍ତି । ମାନେ ଅନ୍ୟ ଲୋକ ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହୋଇଥାନ୍ତି । ଏମାନେ ସମାଜରେ ପ୍ରତିଷ୍ଠିତ ହେବା ସହ ଏମାନଙ୍କର ଆଦର ସମାନ ହୋଇଥାଏ ।

ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯେ ଶ୍ରେଷ୍ଠ ମଣିଷ ନିଜ ଜୀବନରେ ଯେମିତି ଆଚରଣ କରିଥାନ୍ତି ଅର୍ଥାତ ବ୍ୟକ୍ତି ଯେଉଁ କାମ କରିଥାଏ ଅନ୍ୟ ମାନେ ତାଙ୍କ ଠାରୁ ପ୍ରେରଣା ପାଇ ସେହି କାମ କରିଥାନ୍ତି । ଶ୍ରେଷ୍ଠ ବ୍ୟକ୍ତି ଯେଉଁ ମାର୍ଗରେ ଚାଲିଥାନ୍ତି ସେମାନଙ୍କର ଅନୁସରଣ ଅନ୍ୟ ମାନେ କରିଥାନ୍ତି । ଏମାନଙ୍କ ପାଖରେ ଏକରୁ ଅଧିକ ଗୁଣ ରହିବା ଜରୁରୀ ହୋଇଥାଏ ।

ଶ୍ରେଷ୍ଠ ବ୍ୟକ୍ତି ସବୁ ପରିସ୍ଥିତିରେ ସଂଯମ ରକ୍ଷା କରିବା ଉଚିତ । ନିଜର ସବୁ ଇନ୍ଦ୍ରିୟ ଗୁଡିକୁ ବ୍ୟକ୍ତି ବଶ କରିଲେ ସେହି ବ୍ୟକ୍ତି ଶ୍ରେଷ୍ଠ ବ୍ୟକ୍ତି ଭାବେ ସାବ୍ୟସ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ନିଜର ଜ୍ଞାନେନ୍ଦ୍ରିୟକୁ ସଂଯମ କରିପାରେ ସେ ନିଜର ବୁଦ୍ଧିକୁ କାବୁ କରି ଶାନ୍ତ ଆଚରଣ କରିଥାଏ । ଏହିଭଳି ବ୍ୟକ୍ତି ଇଶ୍ଵରଙ୍କ କୃପା ଲାଭ କରିଥାଏ ।

ଆହୁରି ଭଗବାନ କୃଷ୍ଣ କହିଛନ୍ତି ଯେ ବ୍ୟକ୍ତି ନିଜର ପଞ୍ଚ ଇନ୍ଦ୍ରିୟକୁ ବଶ କରିଲେ ଜ୍ଞାନର ଅଧିକାରୀ ହୋଇଥାଏ । ଯେଉଁ ବ୍ୟକ୍ତି ଅଧିକ ଚିନ୍ତା ବା କ୍ରୋଧ କରୁଥାଏ ସେହି ବ୍ୟକ୍ତି ସର୍ବଦା ଦୁଖ ପାଇଥାଏ । ଗୀତାରେ ଏନି ଏକ ଶ୍ଳୋକ ଦ୍ଵାରା ଭଗବାନ କୃଷ୍ଣ କହିହନ୍ତି ଯେ ଯଦି ମଣିଷ କୌଣସି ବସ୍ତୁ ପ୍ରତି ଆକର୍ଷିତ ହୋଇଥାଏ ତେବେ ତାହା ପାଇବା ପାଇଁ ଇଚ୍ଛା ରଖିଥାଏ ।

କ୍ରୋଧ ହେଉଛନ୍ତି ମଣିଷର ସବୁଠାରୁ ବଡ ଶତ୍ରୁ । କ୍ରୋଧ ଦ୍ଵାରା ମଣିଷ ଅନେକ କିଛି ହରାଇଥାଏ । କ୍ରୋଧ ଦ୍ଵାରା ମଣିଷର ମତି ଭ୍ରମ ହୋଇଥାଏ । ଯାହା ଦ୍ଵାରା ସେ କଣ କରୁଛି କଣ ଠିକ କଣ ଭୁଲ ତାହା ଜାଣିପାରେ ନାହି । କ୍ରୋଧ ଦ୍ଵାରା ମଣିଷ ନିଜର ବୁଦ୍ଧି ବିବେକ ହରାଇ ନିଜର ବିନାସ କରିତହାଏ ।

ତେଣୁ ମଣିଷକୁ କ୍ରୋଧକୁ କାବୁ ସର୍ବଦା ମନକୁ ଶାନ୍ତ ରଖି ଇଶ୍ଵରଙ୍କ ସ୍ମରଣ କରିବା ଉଚିତ । ଏହା ଦ୍ଵାରା ମାନବ ଜାତି ଜୀବନରେ ଉନ୍ନତି ଓ ସଫଳତା ହାସଲ କରିବାରେ ସକ୍ଷମ ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *