ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନି ମଧ୍ୟ ବୈବାହିକ ଜୀବନୀକୁ ନେଇ ବିବାଦ ଲାଗି ରହିଛି ଯାହା ଥମିବାର ନାଁ ନେଉ ନାହି । ତେବେ ଦୁହିଙ୍କ ସମ୍ପର୍କ ରେ ତିକ୍ତତା ଏତେ ବଢି ଯାଇଛି କି ଦୁହେଁ ପରସ୍ପରକୁ ନିନ୍ଦା କରିବାରେ ଲାଗି ପଡିଛନ୍ତି । ବର୍ତ୍ତମାନ ସମୟରେ ଅନୁଭବ ରାଜନତି ଠାରୁ ଆରମ୍ବ କରି ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ଯାହାର ମୁଖ୍ୟ ବର୍ଷା ବୋଲି ଅନୁଭବ କହିଛନ୍ତି । ଅନ୍ୟ ପକ୍ଷରେ ବର୍ଷା ଦିନକୁ ଦିନ ଉପରକୁ ଉଠିବାରେ ଲାଗିଛନ୍ତି ।
ବର୍ଷା ବର୍ତ୍ତମାନ ସମୟରେ ରାଜନୀତିରେ ପ୍ରବେଶ କରିବା କାରଣରୁ ଅନୁଭବଙ୍କ ଉପରେ ବଡ ବିପଦ ମାଡି ଆସିଛି ବୋଲି ମାନେ ହେଉଛି । ତେବେ ଏଭଳି ସ୍ଥିତି ରେ ଅନୁଭବ ଦୁଇ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ସେୟାର କରି ତାଙ୍କର ଓ ବର୍ଷାଙ୍କର ଦାଂପତ୍ଯ ଜୀବନରେ କିଛି ଗୁପ୍ତ କଥାର ଖୁଲାସ କରିଛନ୍ତି ।
ତେବେ ଏ ନେଇ ଓଲିଉଡ କଳାକାର ସିଦ୍ଧାର୍ଥ ମହାପାତ୍ର, ସବ୍ୟସାଚି ମିଶ୍ର ଦୁହେଁ ମତ ରଖିଛନ୍ତି କି ବର୍ଷା ଓ ଅନୁଭବ ପରସ୍ପର ଆପୋସ ସମାଧାନ କରି ମତାନ୍ତର ଦୂର କରିବେ ଯାହା ସେମାନେ ଆଶା ରଖିଛନ୍ତି । ଏହି ପ୍ରସଙ୍ଗ ରେ ସିଦ୍ଧାର୍ଥ ମତ ଦେଇଛନ୍ତି କି ଭଲ ପାଇବା କେବେ ଭୁଲ ନୁହେଁ, ଏହା ଭୁଲ ବୁଝାମଣା ହୋଇପାରେ, ଆମେ ସାମସ୍ତେ ବାନ୍ଧି ହୋଇ ରହିଛେ ଭଲ ପାଇବାରେ, କିନ୍ତୁ ସମସ୍ତେ ଭଲ ପାଇବା ସହ ବାନ୍ଧି ହୋଇ ରହିଛନ୍ତି ।
ଆହୁରି ସିଦ୍ଧାର୍ଥ କହିଛନ୍ତି ଅନୁଭବ ହେଉଛି ମୋର ସାନ ଭାଇ ଭଳି ତେଣୁ ଧାର୍ଯ୍ୟ ସହକାରେ ସବୁ ସ୍ଥିତିକୁ ସାମନା କରିବା ଦରକାର । ଯାହା ବି ହୋଇଛି ଆପୋସ ସମାଧାନ କରି ଦୁହେଁ ଭଲରେ ରୁହନ୍ତୁ ବୋଲି ସିଦ୍ଧାର୍ଥ ମତ ଦେଇକହନ୍ତି । ଏହି ପ୍ରସଙ୍ଗରେ ସବ୍ୟସାଚୀ ନିଜର ମତ ଦେଇଛନ୍ତି ଯେ ଅନୁଭବ ଓ ବର୍ଷା ଦୁହେଁ ତାଙ୍କର ଭଲ ବନ୍ଧୁ ହେବା ସହ ଦୁହିଙ୍କ ସହ ପର୍ଶନାଲ ଓ ପ୍ରୋଫେସନାଲ ସମ୍ପର୍କ ରହିଛି ।
ସବ୍ୟସାଚୀ ଆହୁରି ମଧ୍ୟ କହିଛନ୍ତି ତାଙ୍କୁ ଦୁହିଙ୍କର ସମ୍ପର୍କ ଏମିତି ସ୍ଥିତି ରେ ପହଞ୍ଚିବାର ଦେଖି ବହୁତ କଷ୍ଟ ଲାଗୁଛି । ଦୁହେଁ ପରସ୍ପର ସହ ଆଲୋଚନା କରି ସମସ୍ଯାର ସାଧନ କରିବା ସହ ଭଗବାନ ଦୁହିଙ୍କୁ ଏହି ସମସ୍ୟାରୁ ବାହାର କରନ୍ତୁ ।
ଆହୁରି ମଧ୍ୟ ସବ୍ୟସାଚି ମତ ଦେଇଛନ୍ତି ଦୁହେଁ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି ଦୁହେଁ ବହୁତ ବଡ ବଡ ଯୋଦ୍ଧା, ଦୁହିଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି, ଯେମିତି ସେ କଷ୍ଟ ପାଉଛନ୍ତି ଠିକ ସେମିତି ତାଙ୍କର ଫ୍ୟାନ୍ସ ମଧ୍ୟ ସେମିତି କଷ୍ଟ ପାଉଛନ୍ତି । ସବ୍ୟସାଚୀ ଏମିତି ବି କହିଛନ୍ତି ଦୁହେଁ ନିଜ ଜୀବନରେ ପୂର୍ବରୁ ଯେମିତି ସଫଳତା ପାଇଥିଲେ ଆଗକୁ ମଧ୍ୟ ସେମିତି ହାସଲ କରନ୍ତୁ ଆଉ ଦୁହେଁ ଶାନ୍ତିରେ ରୁହନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ଓ ଅନୁଭବଙ୍କୁ ନେଇ କଳାକାରଙ୍କର ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।