ଅହିରାଜ(King Cobra) ଓ ନେଉଳର ଭୟଙ୍କର ଲଢେଇ, ସୋସିଆଲ ମିଡିଆରେ ନିଆଁପରି ହେଉଛି ଭାଇରାଲ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ସାପ ନେଉଳ ହେଉଛନ୍ତି ପରସ୍ପର ବଡ ଶତ୍ରୁ । ଏମାନଙ୍କ ମଧ୍ୟରେ ଯେବେ ବି ଆମନା ସାମ୍ନା ହୋଇଥାଏ କେବେ ନେଉଳ ଜିତିଥାଏ ତ ଆଉ କେବେ ସାପ ଜିତିଥାଏ । ତେବେ ଅନେକ ସମୟରେ ଆପଣ ମାନେ ବି ଟିଭି ହେଉ ବା ରିୟଲ ଲାଇଫ ରେ ହେଉଛି ସାପ ନେଉଳ ଲଢେଇ ନିଶ୍ଚୟ ଦେଖିଥିବେ । ଆଉ ସେମାନଙ୍କ ମଧ୍ୟରେ ସାପ ହେଉ କି ନେଉଳ ହେଉ କେହି ନା କେହି ନିଶ୍ଚୟ ଜିତିବେ ଆଉ ଆଉ ଜଣେ ହାର ମାନିବେ ।

ତେବେ ଆପଣ ମାନେ ନାଗ ସାପ ସହ ନେଉଳ ଲଢେଇ ନିଶ୍ଚୟ ଦେଖିଥିବେ । କିନ୍ତୁ କଣ ଆପଣ ମାନେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ଅହିରାଜ ସାପ ସହ ନେଉଳ ଲଢେଇ ହେବା । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି କଥା ତି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ଠିକ ସେତିକି ସତ ମଧ୍ୟ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ଘଟି ଥିବାର ନଜର ଆସିଛି । ଆଉ ଆପଣ ମାନେ ବି ଏହାକୁ ଦେଖିଲେ ନିଶ୍ଚୟ ଚିନ୍ତା କରିବେ କି ଅହିରାଜ ସାପ ଆଉ ନେଉଳ ମଧ୍ୟରେ ବି ଲଢେଇ ହୋଇପାରେ ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ଲଢେଇ ରେ ନେଉଳ ଜିତିଛି । ସୂଚନା ଅନୁଯାୟୀ ଶୈବ ପୀଠରେ ସାପ ନେଉଳ ଲଢେଇ । ଅହିରାଜ ସହ ଲଢିଲା ନେଉଳ । ଯାହା ଆଶ୍ଚର୍ଯ୍ୟ କରିଲା ଭଳି ଦୃଶ୍ୟ ହୋଇଛି । ଶେଷରେ ଜିତିଲା ନେଉଳ । ବାଲେଶ୍ଵର ସ୍ଥିତ ନିଳଗିରିରେ ଥିବା ପ୍ରସିଦ୍ଧ ଶୈବ ପୀଠ ପଞ୍ଚ ଲିଙ୍ଗେଶ୍ଵରରେ ଦେଖିବାକୁ ମିଳିଛି ଏକଏହି ଚକିତ କଲା ଭଳି ଦୃଶ୍ୟ । ଏକ ବିରାଟକାୟ ଅହିରାଜ ସାପ ସହ ନେଉଳର ହୋଇଥିଲା ଘମାଘୋଟ ଲଢେଇ । ନେଉଳର ଆକ୍ରମଣ ରେ ସାପ ହୋଇଥିଲା ଗୁରୁତ୍ଵର ।

ସାପ ଜୀବନ ବିକଳରେ ଗଛ ଉପରକୁ ଯାଉଥିବା ବେଳେ ନେଉଳ ସାପର ଲାଞ୍ଜକୁ କାମୁଡି ତଳକୁ ପକାଇ ଦେଉଥିଲା । ସାପ ନେଉଳ ଲଢେଇ ପରେ ସ୍ଥାନୀୟ ଯୁବକ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୁଳଡ଼ିହା ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ଏବେ ସାପକୁ ନିଳଗିରି ପ୍ରାଣୀ କେନ୍ଦ୍ର କୁ ଆଣି ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ତାକୁ କୁଳଡ଼ିହା ଅଭ୍ୟାନ୍ତରଣ ରେ ଛଡା ଯିବ ବୋଲି ସୂଚନା ମିଳିଛି । ଆକାର ଅନୁସାରେ ଅହିରାଜ ସାପ କୁ ଦେଖିଲେ ମନରେ ଭୟ ହୋଇଥାଏ ।

କଥାରେ ଅଛି ସାପ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସେ ସବୁବେଳେ ନେଉଳ ଆଗରେ ହାର ମାନେ । ଆଉ ତାହା ହିଁ ଘଟିଛି ଆଜିର ଅହିରାଜ ନେଉଳ ଲଢେଇରେ । ଏବେ ଏହି ସାପ ନେଉଳ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହ ଭିଡିଓ ଉପରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *