ଭାରତର ଏମିତି ଜଣେ ମହାରାଜା ଯିଏ Rolls-Royce ଭଳି ଲକ୍ସରି କାର୍ ରେ ଉଠାଉଥିଲେ ନଗରପାଳିକାର ଅଳିଆ… ଦେଖନ୍ତୁ Video

ବନ୍ଧୁଗଣ ଭାରତର ଏମିତ ଜଣେ ମହାରାଜା ଯିଏ ଲକଜରି କାର ରୋଳସ ରୟସ ଗାଡିକୁ ଅଳିଆ ଉଠାଇବା କାର୍ଯ୍ୟରେ ନୋଯୋଜିତ କରୁଥିଲେ । ପ୍ରତିଦିନ ନଗର ପାଳିକାର ଅଳିଆ ଏହି ଲକଜରି କାର ରେ ଆସୁଥିଲା ଯାହା ପାଇଁ ଲକଜରି ଚାହିଦା ବାହାରେ ଦେଶରେ ହ୍ରାସ ପାଇବାକୁ ଲାଗିଥିଲା । ଲୋକେ ଏହି କର କିଣିବାକୁ ପସନ୍ଦ କରୁ ନ ଥିଲେ । ଆଉ ଶେଷରେ ରୋଲ୍ସ ରୟସ କାର ର ମାଲିକ ଭାରତର ରାଜାଙ୍କ ପାଖରେ ପ୍ରାର୍ଥନା କରି କହିଥିଲେ ତାଙ୍କ କମ୍ପାନୀର କାର ରେ ଅଳିଆ ନ ଉଠାଇବା ପାଇଁ ।

ଇଂରେଜ ମାନଙ୍କୁ ବୁଦ୍ଧି ଶିଖେଇଥିବା ସେହି ରାଜା ହେଉଛନ୍ତି ରାଜସ୍ଥାନର ମହାରାଜା ଜୟସିଂ ପ୍ରଭାକର । ୧୯୨୦ରେ ଯେବେ ଭାରତର ସ୍ଵାଧୀନତା ପାଇଁ ସଂଘର୍ଷ କରୁଥିଲା ସେହି ସମୟରେ ଗୋଟିଏ ଦିନ ଜୟସିଂ ରାଜପୋଷାକ ଛାଡି ଲଣ୍ଡନରେ ବୁଲିବା ପାଇଁ ବାହାରି ପଡିଥିଲେ । ରାଜାଙ୍କୁ ଗାଡି ବହୁତ ପସନ୍ଦ ଥିଲା ସେଥିପାଇଁ ତାଙ୍କ ନଜର ରୋଳସ ରୟସ ସୋ ରୁମରେ ନଜର ପଡିଥିଲା । ଯେବେ ରାଜା ସେଲ୍ସମ୍ୟାନଙ୍କୁ ଗାଡିର ଫିଚର ବିଷୟରେ ପଚାରିଥିଲେ ସେ ରାଜାକୁ ଗରିବ ଭାବି ସୋ ରୁମରୁ ଅପଦସ୍ତ କରି ବାହାର କରିଦେଇଥିଲା ।

କାରଣ ରାଜା ସାଧାରଣ ପୋଷାକ ସେତେବେଳେ ପରିଧାନ କରିଥିଲେ ଆଉ ଅପଦସ୍ତ ହେବା ପରେ ସ୍ଥିର କରିଥିଲେ ଏହି କମ୍ପାନୀକୁ ଉଚିତ ଶିକ୍ଷା ଦେବେ ବୋଲି । ରାତି ପାହିଲା ସକାଳ ହେଲା ଆଉ ରାଜା ନିଜ ବେଶରେ ସେହି କମ୍ପାନୀକୁ ଗଲେ । ସୋ ରୁମ ତାଙ୍କୁ ରେଡ କ୍ୟାପେଟ ପକାଇ ସ୍ଵାଗତ କରିଲା । ରାଜା ସୋ ରୁମ ଭିତରକୁ ପଶିବା ମାତ୍ରେ ୭ଟି ଗାଡି ଅର୍ଡର କରିଲେ ଆଉ ତୁରନ୍ତ ଭାରତ ପଠାଇବା ପାଇଁ । ଆଉ ରାଜା କହିଲେ କି ଗାଡି ସହ ସେଲ୍ସମ୍ୟାନ ମଧ୍ୟ ଯିବେ ।

ଏତେ ବଡ ଅଫର ପାଇଁ ରୋଳସ ରୟସ ପୁରା ଖୁସି ହୋଇ ଯାଇଥିଲା । ମହାରାଜା ଜୟସିଂ ଏକା ସାଙ୍ଗରେ କ୍ଯାସ ଦେଇ ୭ଟି କାର କିଣିଥିଲେ । ଏହା ପରେ ରାଜା ନିଜର ଅସଲ ଖେଳ ଆରମ୍ଭ କରିଲେ ଆଉ ଭାରତରେ ଗାଡି ପହଞ୍ଚିବା ପରେ ସେଲ୍ସମ୍ୟାନ ଆଗରେ ରାଜା ନଗର ପାଳିକାକୁ ଡାକଇ ସବୁଇ ଅସଲି ଉଠାଇବାକୁ କହିଥିଲେ । ଏହା ଶୁଣିବା ପରେ ସେଲ୍ସମ୍ୟାନଙ୍କ ମୁଣ୍ଡ ଖରାପ ହୋଇଗଲା ଆଉ ଏହି ଖବର ପୁରା ବିଶ୍ଵରେ ପ୍ରଚାର ହେଲା କି ପ୍ରତିଦିନ ରୋଳସ ରୟସ ଗାଡିରେ ଅଳିଆ ଆବର୍ଜନା ଉଠା ଯାଉଛି ।

ଯେଉଁ ଗାଡିରେ ଅଳିଆ ଉଠାଯାଇଛି ସେ କେମିତି ଲକଜରି ହୋଇପାରିବ ସେଥିପାଇଁ ବିଶ୍ଵ ଦରବାରରେ ଏହାର ଚାହିଦା କମିବାକୁ ଲାଗିଲା । ଏହା ପରେ କମ୍ପାନୀ ମାଲିକ ରାଜାଙ୍କ ପାଖକୁ ଚିଠିରେ ଲେଖିଥିଲେ ଆଉ ତାଙ୍କ ଗାଡିରେ ଅଳିଆ ଉଠାଇବା କାମ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ଆଉ ଏହା ପରେ ରାଜା କମ୍ପାନୀକୁ କ୍ଷମା କରିବା ସହ ଅଳିଆ ଉଠାଇବା ବନ୍ଦ କରିଥିଲେ । ରାଜା ତାଙ୍କର ଏଭଳି କାମରେ ଦୁନିଆକୁ ଶିକ୍ଷା ଦେଇଥିଲେ କି ମଣିଷର ପରିଚୟ ତାର ପୋଷାକ ଦେଖି ଚିହ୍ନି ହୁଏ ନାହି । ବନ୍ଧୁଗଣ ଆପଣଙ୍କର ରାଜା ଜୟସିଂଙ୍କ କାର୍ଯ୍ୟକଳାପକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *