ମୋ ସ୍ୱାମୀ ମୋ ଦେହକୁ ଭଲ ପାଉଥିଲା, ଦେହର ଭୋକ ମେଣ୍ଟି ଗଲା ପରେ ମତେ… ଏହି ଝିଅଟି ଯାହା କହୁଛି ଶୁଣି ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ବନ୍ଧୁଗଣ ନୂଆ କରି ବାହା ହୋଇଥିଲି ମନରେ ଥିଲା ହଜାର ହଜାର ସ୍ଵପ୍ନ ଆଉ ନୂଆ ଘରେ ପାଦ ଦେଇଥିଲି । ଝିଅ ଥିଲି ବୋହୁ ହେଲି ଆଉ ନୂଆ ଜୀବନରା ଆଶା ରଖିଥିଲି । ବାପା ମା ବଦଳରେ ଶାଶୁ ଶ୍ଵଶୁର ପାଇବି ସୁଖରେ ସଂସାର ଗଧିଢିବି ଆଉ ମୁଁ ଯେବେ ମୋ ଶାଶୁଘରେ ପାଦ ରଖିଥିଲି ଭାବିଥିଲି ସମସ୍ତଙ୍କର ହୃଦୟ ଜିତିବି । ବାହାଘର ପରେ ମୁଁ ଯାହା ଭାବିଥିଲି ସବୁ ଠିକ ଚାଲିଥିଲା । ବାହାଘର ୧ ମାସ ଯାଏଁ ସବୁ ଠିକ ଚାଲିଯିବା ବେଳେ ଧୀରେ ଧୀରେ ମୋ ଦେହ ଖରାପ ହେଲା ।

ଏମିତି ଦେହ ଖରାପ ଦେଖି ସ୍ଵାମୀ ଡାକ୍ତରଙ୍କ ପାଖକୁ ନେଲେ କିନ୍ତୁ କିଛି ରିପୋର୍ଟ ଆସିଲା ନାହି । ବାରମ୍ବାର ଜ୍ଵର ହେବାରୁ ମୋତେ ସ୍ଵାମୀ ଡାକ୍ତରଙ୍କ ପାଖକୁ ନେଲେ ଆଉ ଟେଷ୍ଟ ପରେ ଜଣାପଡିଲା ମୋତେ ସିକଲିନ ହୋଇଛି । ଏକଥା ଶୁଣିବା ପରେ ହଠାତ ସ୍ଵାମୀ ଆଉ ଶାଶୁଘର ଲୋକେ ବଦଳିଗଲେ । ଆଉ ବାଧ୍ୟ କରିଲେ ତୋ ବାପଘରୁ ଟଙ୍କା ଆଉ ସୁନା ଆଣିବୁ ତୋର ଚିକିତ୍ସା ହେବ । କିନ୍ତୁ ବାପା ଗରିବ ଲୋକ ଯାହା ଟଙ୍କା ରଖିଥିଲେ ସବୁ ବାହାଘରେ ଖର୍ଚ୍ଚ କରିଛନ୍ତି ଆଉ କେଉଁଠୁ ବା ଆଣିବେ ?

ଦିନେ ମୋ ସ୍ଵାମୀ ମୋତେ ତଣ୍ଟି ଚିପି ଚେଷ୍ଟା କରିଲେ ପରେ ବାପାକୁ ଫୋନ କରି କହିଲେ ତୁମ ଝିଅକୁ ନେଇଯାଇ ତାକୁ ରୋଗ ହୋଇଛି । ଆଉ ତା ପରେ ବାପା ଯାଇ ମୋତେ ନେଇ ଆସିଲେ ସେବେ ଠାରୁ ମୁଁ ବାପଘରେ ଅଛି । ମୋ ସ୍ଵାମୀ କୁ ଶାଶୁଘର ଲୋକେ ମୋତେ ନେଉ ନାହାନ୍ତି । ଏ ହେଉଛି ନିରୀହ ଝିଅର କାହାଣୀ ଯିଏ କାନ୍ଦି କାନ୍ଦି ଦୁଖ ବଖାଣୁଛି ଯାହା ହୃଦୟ ବିଦାରକ । ବିବାହ ପରେ ନୂଆ ଜୀବନ ଆରମ୍ଭ ହେବ ପୂର୍ବରୁ ଦାଂପତ୍ଯ ଜୀବନରେ ମାଡି ଆସିଲା କଳା ବାଦଲ ।

ବିବାହର ୩ ମାସ ପରେ ସ୍ଵାମୀ ସହ ଶାଶୁଘର ଲୋକେ ଅକଥନୀୟ ନିର୍ଯାତାନା ଦେଇ ତଡି ଦେଲେ ପୀଡ଼ିତାଙ୍କୁ । ଏଭଳି ଦୃଶ୍ୟ ଦେଖିବାକୁ ଇଲିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଶଗଡଘାଟର ଝିଅ ସଂଗୀତା ସାହୁଙ୍କର । ମେ ୩୧ରେ ଘନଶ୍ୟାମ ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ସଂଗୀତାଙ୍କର । ନିଜର ଚିକିତ୍ସା ପାଇଁ ବାପଘରୁ ସୁନା ଗହଣା ସହ ୨ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ ଶାଶୁଘର ଲୋକେ ।

ଗୋଟେ ପଟେ ଶାରୀରିକ ଯନ୍ତ୍ରଣା ଆଉ ଅନ୍ୟ ପଟେ ସ୍ଵାମୀ ଘରର ନିର୍ଯ୍ୟାତନା ଯାହା ଶାରୀରିକ କଷ୍ଟ ଠାରୁ ବହୁତ ଅଧିକ ଥିଲା । ଜୀବନ ଆରମ୍ଭ କାରିୟଅବା ପୂର୍ବରୁ ଝିଅର ଜୀବନ ନଷ୍ଟ ହୋଇଥିବା ନେଇ ପରିବାର ଉପରେ ସତେ ଯେପରି ବୋଝ ପଡିଛି । ମା ବାପାଙ୍କ ଆଖିରୁ ଲୁହ ଝରିଛି । ଯୌତୁକ ନିର୍ଯାତନାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ଗ୍ରାମବାସୀ ।

ପୋଲିସ ସଂଗୀତାଙ୍କ ସ୍ଵାମୀ ଆଉ ପରିବାର ଲୋକଙ୍କୁ ନୋଟିସ କରି ଛାଡି ଦେଇଛି ଝାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *