ଅଜବ ପରମ୍ପରା, ବଧୂ ନୁହେଁ ବିଧବା ବେଶରେ ବିଦା ହୁଅନ୍ତି କନିଆଁ, ବାହାଘରରେ ସମସ୍ତେ ପିନ୍ଧନ୍ତି…..

ନମସ୍କାର ବନ୍ଧୁଗଣ, ଭାରତରେ ବିଭିନ୍ନ ସଂପ୍ରଦାୟ ର ଲୋକେ ବାସ କରିଥାନ୍ତି । ଯେଉଁ ମାନେ ଆଶ୍ଚର୍ଯ୍ୟ କରିବା ଭଳି ରୀତିନୀତି ପାଳନ କରିଥାନ୍ତି । ପୂଜା ଠାରୁ ଆରମ୍ଭ କରି ବିବାହ ଯାଏଁ ସବୁ ଆଡେ ରହିଛି ଭିନ୍ନ ଭିନ୍ନ ନିୟମ ଓ ତାର ଭିନ୍ନ ଭିନ୍ନ ମହତ୍ଵ । ଦୁନିଆରେ ଆଜି ବି ଏମିତି କିଛି ଅଜବ ରୀତିନୀତି ରହିଛି ଯାହାକୁ ଲୋକ ମାନେ ପାଳନ ବି କରିଥାନ୍ତି । ଏହା ବିଷୟରେ ଆପଣ ମାନେ କେବେ ଆଗରୁ ଶୁଣି ନ ଥିବେ କି ଦେଖି ନ ଥିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ସମ୍ପ୍ରଦାୟ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏକ ଅଦଭୂତ ପ୍ରଥା ଅନୁସରଣ କରିଥାନ୍ତି ।

ଏହା ବିବାହ ସହ ଜଡିତ ରହିଛି । ସାଧାରଣରେ କନ୍ୟା ମାନେ ବିବାହରେ ନାଲି ଶାଢୀ ବା ଲେହେଙ୍ଗା ପିନ୍ଧିଥାନ୍ତି । କିନ୍ତୁ ଏହି ସମ୍ପ୍ରଦାୟ ରେ କନ୍ୟା ମାନେ ପିନ୍ଧିଥିବା ନାଲି ଶାଢୀ କୁ କାଢି ଦେଇଥାନ୍ତି ତାହା ପୁଣି ବର ର ବାପା ମା ଉଭୟ ମିଶି । ଆଉ କନ୍ୟା ଧଳା ଶାଢୀ ପିନ୍ଧି ଯାଇଥାଏ ଶାଶୁ ଘରକୁ । ଏବେ ଏହି ପରମ୍ପରା ର କାରଣ କଣ ଆଜି ଆମେ ଆପଣଙ୍କୁ କହିବୁ ।

ମଧ୍ୟ ପ୍ରଦେଶର ମାଣ୍ଡଲା ଜିଲ୍ଲା ରେ ରହିଛି ଭୀମାଲୋଡଲି ଗାଁ । ଯେଉଁ ଠାରେ ରହିଥାନ୍ତି ଆଦିବାସୀ ସମାଜ । ଏହି ସଂପ୍ରଦାୟ ରେ ବିବାହ ଖୁବ ଧୂମଧାମ ରେ ପାଳନ କରା ଯାଇଥାଏ । ହିନ୍ଦୁ ରୀତି ନୀତି ଅନୁଯାୟୀ ଏଠାରେ ବିବାହ ପାଳନ କରା ଯାଇଥାଏ । କିନ୍ତୁ ରୀତି ନୀତି ରେ ହୋଇଥାଏ ପରିବର୍ତ୍ତନ । ପ୍ରଥା ରହିଛି ଏଠାରେ କନ୍ୟା କୁ ଧଳା ଶାଢୀ ପିନ୍ଧାଇ ଶାଶୁ ଘରକୁ ପଠା ଯାଇଥାଏ ।

କେବଳ କନ୍ୟା ନୁହେଁ ବରଂ ଗାଁ ର ସବୁ ଲୋକ ବିବାହରେ ପିନ୍ଧିଥାନ୍ତି ଧଳା ପୋଷାକ । ତେବେ ନିଶ୍ଚିନ୍ତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏମିତି କଣ ପାଇଁ କରାଯାଏ ? ବାସ୍ତବରେ ଏହି ପ୍ରଥା ପଛରେ ବିଶେଷ କାରଣ ରହିଛି । ଏହି ଗାଁ ର ଲୋକ ମାନେ ଗୌଣ୍ଡି ଧର୍ମ କୁ ଅନୁସରଣ କରିଥାନ୍ତି ।

ଏଠିକାର ଲୋକେ ଧଳା ରଙ୍ଗକୁ ଶାନ୍ତି ର ପ୍ରତୀକ ଭାବେ ବିବେଚନା କରିଥାନ୍ତି । ଏମିତିକି ଧଳା ରଙ୍ଗକୁ ପବିତ୍ର ମାନେ କରିଥାନ୍ତି । ତେଣୁ ବିବାହରେ ଧଳା ପୋଷାକ ପିନ୍ଧିବା ଶୁଭ ମାନିଥାନ୍ତି । ଏଠିକାର ଲୋକେ ଆଦାବାସୀ ନିୟମରେ ଭିନ୍ନ ନିୟମ ଅନୁସରଣ କରିଥାନ୍ତି । ଏହି ଗାଁ ରେ ଧଳା କପଡା ପିନ୍ଧିବା ସହ ମଦ୍ୟ ପାନ ନିଷେଧ ରହିଛି ।

ଏହି ସମ୍ପ୍ରଦାୟ ରେ କନ୍ୟା ଙ୍କ ଘର ବ୍ଯତୀତ ବର ଘରେ ମଧ୍ୟ ହୋଇଥାଏ ବିବାହ ପରେ ସାତ ଫେରା । ୪ ଫେରା କନ୍ୟା ଘରେ ଓ ୩ ଘେରା ବର ଘରେ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହି ପରମ୍ପରା କୁ  ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *