ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର , ପ୍ରଭୁ ରାମ ଏବଂ ମାତା ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ପିଣ୍ଡ ଦାନ ପାଇଁ ବିହାରରେ ଥିବା ଗୟା ପହଁଞ୍ଚୀଲେ। ସେହି ସମୟରେ ଏମିତି କିଛି ଘଟଣା ହେଲା ଯେଉଁଥିପାଇଁ ମାତା ସୀତା ଚାରି ଜଣଙ୍କୁ ଅଭିଶାପ ଦେଲ ଯାହା ସେମାନେ ଏବେବି ଭୋଗୁଛନ୍ତି। ଗୟା ପହଞ୍ଚିବା ପରେ ଭଗବାନ ରାମ ଓ ଲକ୍ଷ୍ମଣ ପିଣ୍ଡଦାନ ପାଇଁ ସାମଗ୍ରୀ ଆଣିବାକୁ ଗଲେ।
ପରନ୍ତୁ ଦୁଇ ଭାଇଙ୍କର ଆସିବା ବିଳମ୍ବ ହେବା କାରଣରୁ ପିଣ୍ଡଦାନ ସମୟ ଗଡି ଯାଉଥିଲା। ସେବେ ହଠାତ ରାଜା ଦଶରଥ ସ୍ଵୟଂ ଦର୍ଶନ ଦେଲେ। ଆଉ ପିଣ୍ଡଦାନ କରିବାକୁ ସୀତାଙ୍କୁ କହିଲେ। ଦଶରଥଙ୍କର କହିବା ଅନୁଯାୟୀ ସେ ଫାଲ୍ଗୁନୀ ନଦୀ କୁଳରେ ପିଣ୍ଡଦାନ କଲେ। ରାମ ଲକ୍ଷ୍ମଣ ଆସିବା ପୂର୍ବରୁ ମାତା ସୀତା ପୁରା ବିଧିବିଧାନ ରେ ପିଣ୍ଡଦାନ କରିଥିଲେ। ସେତେବେଳେ ସେଠି ପାଞ୍ଚ ଜଣ ସାକ୍ଷୀ ଥିଲେ, ମାନେ ପଞ୍ଚଜଣ ସେଠି ମାତା ସୀତାଙ୍କୁ ପିଣ୍ଡଦାନ କରୁଥିବାର ଦେଖୁଥିଲେ।
ସେମାନେ ହେଉଛନ୍ତି ବଟ ବୃକ୍ଷ, ଫାଲ୍ଗୁନୀ ନଦୀ, ଗୋଟେ ଗାଈ ,ଗୋଟେ ତୁଳସୀ ଗଛ ଆଉ ଜଣେ ବ୍ରାହ୍ମଣ ଥିଲେ। ଯେତେବେଳେ ରାମ ଲକ୍ଷ୍ମଣ ଆସି ମାତା ସୀତାଙ୍କ ପାଖରେ ପହଞ୍ଚିଲେ ସେ ପିଣ୍ଡଦାନ କରିସାରିଛନ୍ତି ବୋଲି କହିଲେ ଓ ତାଙ୍କ କଥାକୁ ସତ୍ୟ ବୋଲି ବିବେଚନା କରିବା ପାଇଁ ସେ ସେହି ପଞ୍ଚଜନଙ୍କୁ ପଚାରିଲେ।
କିନ୍ତୁ ସେମାନଙ୍କ ମଧ୍ୟରୁ ଚାରିଜଣ ମିଛ କହିଲେ କେବଳ ବଟ ବୃକ୍ଷକୁ ଛାଡି। ତାପରେ ରାଜା ଦଶରଥଙ୍କର ଆତ୍ମା ଆସି ତାଙ୍କ ପିଣ୍ଡଦାନ ସବୁ ବିଧି ହୋଇଛି ବୋଲି ଜଣାଇଲେ। ସେମାନେ ମିଛ କହିଥିବାରୁ ମାତା ସୀତା ସେମାନଙ୍କୁ ଅଭିଶାପ ଦେଲେ , ନଦୀକୁ ଅଭିଶାପ ଦେଲେ ଯେ ସେ ସଦାବେଳେ ମାଟି ତଳେ ବହିବ , ଗାଈକୁ ଅଭିଶାପ ଦେଲେ କି ତାକୁ ପ୍ରତ୍ୟେକ ଘରେ ପୂଜା ତ ମିଳିବ କିନ୍ତୁ ତାକୁ ସବୁବେଳେ ଅଇଁଠା ଭୋଜନ ଖାଇବାକୁ ହିଁ ପଡିବ।
ତୁଳସୀ କୁ ଅଭିଶାପ ମିଳିଲା କି ଗୟାରେ କୌଣସି ତୁଳସୀଗଛ ଉଠିବନି। ଆଉ ବ୍ରାହ୍ମଣ କୁ ଅଭିଶାପ ମିଳିଲା କି ଗୟା ର ବ୍ରାହ୍ମଣ କେବେବି ସନ୍ତୁଷ୍ଟ ହେବେ ନାହିଁ ସବୁବେଳେ ଦାରିଦ୍ର ରହିବେ। ଏବଂ ବରଗଛ କୁ ବରଦାନ ମିଳିଲା ଯେ ଗୟାକୁ ପିଣ୍ଡଦାନ କରିବା ପାଇଁ ଆସୁଥିବା ବ୍ୟକ୍ତି ବରଗଛକୁ ମଧ୍ୟ ପିଣ୍ଡଦାନ କରିବ।