ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ଦେଶରେ କୋରୋନା ଭାଇରସ ଅଧିକ ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । ବର୍ତ୍ତମାନର ସୂଚନା ଅନୁସାରେ ତାମିଲନାଡୁ ରେ ଅଚାନକ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଯାହା ପାଇଁ ରବିବାର ଦିନ ତାମିଲନାଡୁ ରେ ଲକ ଡାଉନ ଲାଗୁ ହେବ ବୋଲି ସୂଚନା ରହିଛି । ଏହା ଆସନ୍ତା ଜାନୁଆରୀ ୯ ତାରିଖ ରବିବାର ଠାରୁ ଆରମ୍ଭ ହେବ ।
ତେବେ ଗୁରୁବାର ଠାରୁ ନାଇଟ କରଫୁ ଲାଗୁ ହେବ ବୋଲି ସୂଚନା ରହିଛି । ନାଇଟ କରଫୁର ସମୟ ସୀମା ରହିଛି ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ । ଏହି ସମୟ ମଧ୍ୟରେ ଯାତାୟାତ ଉପରେ କଠୋର କଟକଣା ଲାଗୁ ହେବ । କୋଭିଡ଼ ସଂକ୍ରମଣ କୁ ରୋକିବା ପାଇଁ ଶୁକ୍ରବାର, ଶନିବାର ଓ ରବିବାର ଦିନ ଧାର୍ମିକ କାର୍ଯ୍ୟ ସ୍ଥଳ ଗୁଡିକୁ ଲୋକ ମାନଙ୍କର ପ୍ରବେଶ ନିଷେଧ କରା ଯାଇଛି । ଏହା ସହ ପ୍ରଥମ ରୁ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ ବନ୍ଦ କରା ଯାଇଛି ।
ଦଶମ, ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ପିଲା ମାନେ ଅଫ ଲାଇନ ଦ୍ଵାରା କ୍ଳାସ କରିବେ ବୋଲି ସୂଚନା ରହିଛି । ଏହା ବ୍ଯତୀତ ବିବାହ ରେ ୧୦୦ ଜଣ ଓ ଅନ୍ତ୍ୟଷ୍ଟିରେ ୫୦ ଜଣ ଲୋକେ ଯୋଗ ଦେଇ ପାରିବେ ବୋଲି ଗାଇଡ ଲାଇନ ଜାରି ହୋଇଛି । ଏହା ଛଡା ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ, ଟ୍ରେନ ଓ ମେଟ୍ରୋ ଚାଲିବ ବୋଲି ନୂଆ ଗାଇଡ ଲାଇନ ହୋଇଛି ।
ଏହା ସହ ଅନ୍ୟ ଏକ ସୂଚନା ହେଉଛି ତାମିଲନାଡୁ ରେ କୋରୋନା ସଂକ୍ରମଣ ଅଧିକ ହେବା ଦେଖି ଗୋଆ ଓ ପଞ୍ଜାବ ରେ ମଧ୍ୟ ନାଇଟ କରଫୁ ଲାଗୁ ହୋଇଛି । ଛତିଶଗଡ ର ରାଜଧାନୀ ରାୟପୁର ରେ ମଧ୍ୟ ରାତି ୯ଟା ରୁ ସକାଳ ୬ଟା ଯାଏଁ ନାଇଟ କରଫୁ ଲାଗୁ ହୋଇଛି । ତେବେ ଏହି ଭଳି ଭାବେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଅନେକ ରାଜ୍ୟ ଗୁଡିକରେ ନାଇଟ କରଫୁ ଲାଗୁ ହୋଇଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।