4 ଭଉଣୀଙ୍କୁ ସଲାମ! ଠେଲାରେ ବିକୁଛନ୍ତି ଜଳଖିଆ… ଯାହା କହୁଛନ୍ତି ଶୁଣି ଆଖିରେ ଆସିଯିବ ଲୁହ, ଦେଖନ୍ତୁ Video

ସୁନ୍ଦରଗଡ ଜିଲ୍ଲା ରାଜଗାନ୍ଧପୁର ଟ୍ରାକସାନ କଲୋନୀର ୪ ଭଉଣୀ । ସେମାନେ ହେଉଛନ୍ତି ପଦ୍ମାବତୀ, ପ୍ରତିମା, ସୁଷମା ଓ ପୂର୍ଣ୍ଣିମା । ରାତି ପାହିଲେ ଏମାନଙ୍କର କାମ ଆରମ୍ଭ ହୋଇଯାଏ । ଠେଲା ଗାଡିରେ ଜିନିଷ ଲୋଡ କରି ୪ ଭଉଣୀ ରାଜଗାନ୍ଧପୁର ସହରର ବଜାରରେ ଖାଇବା ଜିନିଷ ବିକ୍ରି କରିବାକୁ ବାହାରି ଯାଆନ୍ତି । ଫୁତଫାତରେ ଖୋଲେ ଏମାନଙ୍କର ଖାଦ୍ୟଶାଳା । ସନ୍ଧ୍ୟାରେ ଗ୍ରାହକ ମାନେ ତାଙ୍କର ହାତ ତିଆରି ଖାଦ୍ଯ ଖାଇବାକୁ ଅପେକ୍ଷା କରିଥାନ୍ତି ।

ଏହି ୪ ଭଉଣୀ ଫାଷ୍ଟ ଫୁଡ ଦୋକାନ କରିଥିଲେ ମଧ୍ୟ ଉଚ୍ଚ ଶିକ୍ଷିତ । ତାଙ୍କ ପରିବାରରେ ବାପା ମା ଙ୍କ ବ୍ଯତୀତ ଗୋଟିଏ ଭାଇ ଅଛି । ପାଠ ଅଧିକ ପଢିଥିଲେ ମଧ୍ୟ ଏମାନଙ୍କର ଗର୍ବ ନାହିଁ । ଏହା ସହ ଅଯଥାରେ ଚାକିରି ପଛରେ ଗୋଡାଇ ସମୟ ନଷ୍ଟ କରିବାକୁ ଚାହିଁ ନାହାନ୍ତି ୪ ଭଉଣୀ । ସେମାନଙ୍କର ବାପା ହେଉଛନ୍ତି ରେଳବାଇର ଚତୁର୍ଥ କର୍ମଚାରୀ ।

ବାପାଙ୍କର ରୋଜଗାର କମ ଥିବାରୁ ୪ ଭଉଣୀ ମିଶି ବାପାଙ୍କୁ ସାହାଜ୍ୟ କରିବାକୁ ଆଗେଇ ଆସିଛନ୍ତି । ଆଉ ଆରମ୍ଭ କରିଛନ୍ତି ଫାଷ୍ଟ ଫୁଡ ଦୋକାନ । ୪ ଭଉଣୀ କହିଛନ୍ତି ଗତ ୨୦ ଦିନ ହେବ ସେ ଏହି ଦୋକାନ ଆରମ୍ଭ କରିଛନ୍ତି । ଆଗକୁ ଏକ ବଡ ଦୋକାନ କରିବାର ଲକ୍ଷ୍ୟ ରଖିଛନ୍ତି ସେମାନେ ।

ଏଥିରେ ତାଙ୍କର ଦିନକୁ ୨୦୦୦ ଟଙ୍କା ରୋଜଗାର ହେଉଛି ଯାହା ଦ୍ଵାରା ବାପାଙ୍କୁ ସାହାଜ୍ୟ କରିବା ସହ ତାଙ୍କର ପକେଟ ମନି ମଧ୍ୟ ବାହାରି ଯାଉଛି । ସେମାନେ ଫାଷ୍ଟ ଫୁଡର କୌଣସି ଆଇଟମ ଶିଖି ନ ଥିଲେ ମଧ୍ୟ ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ପାଇଁ ଆଜି ଏଇଠି ପହଞ୍ଚି ପାରିଛନ୍ତି ।

ଘରର ସମସ୍ତ କାମ ସାରିବା ପରେ ସନ୍ଧ୍ୟା ସମୟରେ ଠେଲା ଗାଡି ଧରି ପଦାକୁ ଗୋଡ ବାହାର କରନ୍ତି ୪ ଭଉଣୀ । ଠେଲା ଗାଡିରେ ତିଆରି କରନ୍ତି ପରଟା, ଚାଉଳ ବରା ଓ ଅନେକ ସୁଆଦିଆ ଖାଦ୍ୟ । ଗ୍ରାହକ ମାନେ ତାଙ୍କର ଖାଦ୍ୟ ଖାଇ ବେଶ ଖୁସି ଅଛନ୍ତି । ଗ୍ରାହାକ ମାନେ ମତ ଦେଇହକନ୍ତି ୪ ଭଉଣୀ ଇଣ୍ଡିଆନ ଫୁଡ କମ ଟଙ୍କାରେ ଦେଇ ଭଲ ଖାଦ୍ୟ ଦେଉଛନ୍ତି ଯାହା ବହୁତ ଟେଷ୍ଟି ।

ଚାଉଳ ବରା ଏତେ ଟେଷ୍ଟି ହୋଇଛି ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଜଣେ ଗ୍ରାହକ ମତ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜଗାନ୍ଧୀପୁରରେ ମହିଳା ମାନେ ରୋଜଗାର କରିବାକୁ ଆଗକୁ ଆସିଛନ୍ତି ଯାହା ସବୁ ମହିଳାଙ୍କ ପାଇଁ ଉଦାହରଣ ହେବ । ସହର ହେଉ ବା ଚାକିରି ଏବେ ଚାରିଆଡେ ଝିଅ ମାନଙ୍କର ଚର୍ଚ୍ଚା ହେଉଛି ।

ଆଜିକାଲି ପାଠ ପଢି ଚାକିରି କରିବାକୁ ଇଚ୍ଛା କରୁଥିବା ଝିଅ ମାନଙ୍କ ପାଇଁ ୪ ଭଉଣୀ ଉଦାହରଣ ସାଜିଛନ୍ତି । ଏମାନଙ୍କର ସଫଳ ବ୍ୟବସାୟ କାମନା କରିବା ହେଉଛି ଆମର କର୍ତ୍ତବ୍ୟ । ଝିଅ ମାନଙ୍କୁ ଘର କୋଣରେ ରଖୁଥିବା ବାପା ମାଙ୍କ ପାଇଁ ଏହି ୪ ଭଉଣୀଙ୍କର ଏଭଳି ପଦକ୍ଷେପ ଏକ ଉଦାହରଣ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ୪ ଭଉଣୀଙ୍କର ପଦକ୍ଷେପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *