ଆଜିଠୁ ତୁ ଆମ ଭଉଣୀ, ଅନାଥ ଝିଅକୁ ବାହା କଲେ 2 ଯବାନ! ସାଜିଲେ ଦୁନିଆ ପାଇଁ ବଡ ଉଦାହରଣ… ଦେଖନ୍ତୁ Video କଣ କହୁଛନ୍ତି ସେମାନେ

ନମସ୍କାର ବନ୍ଧୁଗଣ । ବାହା ବେଦିରେ ମନ୍ତ୍ର ପଢା ଚାଲିଛି । ବର କନ୍ୟାଙ୍କର ହାତ ଗଣ୍ଠି ମଧ୍ୟ ପଡୁଛି । ପୁଣି ଅଗ୍ନି ଓ ଦାସ ଦିଗପାଳଙ୍କୁ ସାକ୍ଷୀ ରଖି ପୁରା ବୈଦିକ ରୀତିନୀତିରେ ବିବାହ ଚାଲିଛି । ଆଉ ଏହି ବାହାଘର ଏତେ ନିଆରା ହୋଇଛି ଯେ ଏହାକୁ ଦେଖିବା ପାଇଁ ଆଖପାଖର ଗାଁ ଲୋକଙ୍କର ଗହଳି ଜମିଛି । ସତରେ ଏହି ବାହାଘର ପଛରେ ଥିବା କାହାଣୀ ଜାଣିଲେ ଆପଣ ମାନେ ମଧ୍ୟ କହିବେ ଯବାନ ତୁମ ମାନସିକତାକୁ ସହେ ସଲାମ । ଅନାଥ ଝିଅର ଭାଇ ସାଜିଲେ ଦୁଇ ଯବାନ । ନିଜର ବୋଲି କେହି ନ ଥିବା ବେଳେ ନିଜର ହୋଇ ବାହାଘର କରାଇଲେ ଦୁଇ ଯବାନ ।

ଏହି ଅନାଥ ଝିଅ ର ବି ବାହା କରାଇ ଏବେ ଦୁଇ ଯବାନ ପ୍ରଶଂସାର ପାତ୍ର ହୋଇଛନ୍ତି । ବାହାଘର ସବୁ ଖର୍ଚ୍ଚ ବହନ କରିଛନ୍ତି ରେହି ଦୁଇ ବୀର ଯବାନ । ପାଣିଗ୍ରହଣ ଓ ଭୋଜି ଭାତ ଠାରୁ ଆରମ୍ଭ କରି କନ୍ୟା ବିଦାୟ ଯାଏଁ ସବୁ କାମ କରିଛନ୍ତି ଏହି ଦୁଇ ବୀର ଯବାନ । ଆଉ ଏମିତି ନିଆରା ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବଋ ବ୍ଲକ ପ୍ରମ୍ପା ପଞ୍ଚାୟତ ଆନନ୍ଦପୁର ଗାଁ ରେ ।

ସୂଚନା ଅନୁଯାୟୀ ଝିଅର ବାପା ଓ ମା ଦୁହେଁ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କ ଭାଇଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଏତେ ସ୍ଵଚ୍ଛଳ ନୁହେଁ ବୋଲି ଯବାନ ଜଣକ କହିଛନ୍ତି । ତାଙ୍କର ଭୟଙ୍କର ଆର୍ଥିକ ଅବସ୍ଥା ଏତେ ଭଲ ନାହି ଯାହା ପାଇଁ ସେ ନିଜ ଭଉଣୀ ର ବାହାଘର କରିବା ପାଇଁ ସକ୍ଷମ ହୋଇପାରିଥାନ୍ତେ । ଏହି କଥା ଶୁଣିବା ପରେ ଦୁଇ ଯବାନଙ୍କ ମନରେ ଦୁଖ ପ୍ରକାଶ ହୋଇଥିଲା ।

ଏହା ପରେ ସେମାନେ ଝିଅକୁ ଭଉଣୀ କରି ବାହାଘର କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି ଯବାନ ଜଣକ ନିଜର ମତଦାନ ଦେଇଛନ୍ତି । ବାପା ମା ମଧ୍ୟ କୁହନ୍ତି ଯିଏ ବାହା ହୋଇପାରୁ ନାହି ତାର ବାହାଘର କରାଅ, ଯିଏ ଶୁଦ୍ଧି ହୋଇପାରୁ ନାହିଁ ତାର ଶୁଦ୍ଧି କରାଅ, ଯାହାର ବ୍ରତଘର ହୋଇପାରୁ ନାହି ତାର ବ୍ରତଘର ମଧ୍ୟ କରାଅ ବୋଲି ଯବାନ ଜଣକ କହିଛନ୍ତି ।

ଏହି ଗାଁ ରେ ଜଣେ ଅନାଥ ଯୁବତୀଙ୍କର ବିବାହ ସ୍ଥିର ହୋଇ ସାରିଥିଲା । ହେଲେ ଅର୍ଥ ଅଭାବରୁ ବାହାଘର ହୋଇପାରି ନ ଥିଲା । ଏହି କଥା ଜାଣିବା ଅରେ ସେ ଗାଁ ର SSB ଯବାନ ଚିରଞ୍ଜିତ ବେହରା ଓ ତାଙ୍କ ସହ ନେପାଲ ବର୍ଡର ରେ ଥିବା ବିଞ୍ଝାରପୁର ବ୍ଲକ ବାଲମୁକୁଳି ଗାଁ ର ସଂଗ୍ରାମ ରାଏ ଏହି ଅନାଥଙ୍କ ଯୁବତୀଙ୍କର ବାହାଘର ଦାୟିତ୍ଵ ନେଇଥିଲେ ।

ଦୁଇ ଯବାନଙ୍କ ସହ ଅନ୍ୟ ସହଯୋଗି ମାନେ ମଧ୍ୟ ଏଥିରେ ସାମିଲ ହୋଇ ଗତ ୨୬ରେ ଯୁବତୀଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁଇ ଯବାନ ସବୁ ପର୍ବପର୍ବାଣିରେ ଦୁଇ ଯବାନ ଭଉଣୀର ଶାଶୁଘରେ ପହଞ୍ଚିବେ ବୋଲି କଥା ମଧ୍ୟ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଦୁଇ ଯବାନଙ୍କର ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *