ବନ୍ଧୁଗଣ ଜାଣନ୍ତୁ ଆଜିର କିଛି ଅନୁଚିନ୍ତା ବିଷୟରେ ଯାହା ଦୈନିକ ଜୀବନରେ ନିଶ୍ଚୟ କାମରେ ଆସିବ । ୧- ସକାଳୁ ଉଠି ନିଜର ଦୁଇ ହାତ ପାପୁଲିକୁ ଦେଖିଲେ ଶୁଭପ୍ରଦ ହୋଇଥାଏ । ଚୁଚୁନ୍ଦ୍ରା ଘରେ ଦେଖିଲେ ଲକ୍ଷ୍ମୀଙ୍କ ଆଗମନର ସୂଚନା ହୋଇଥାଏ ।
୨- ଘରେ ବୁଢିଆଣୀ ଜାଲ ହେଲେ ଅଶୁଭ ହୋଇଥାଏ । ଅମାବାସ୍ୟାରେ ଅଦରକାରୀ ଜିନିଷ ପିଙ୍ଗିଲେ ଶୁଭ ହୋଇଥାଏ ।
୩- ପକ୍ଷୀ ଫଳ ଖାଇ ଘର ଉପରେ ପିଙ୍ଗିଲେ ଶୁଭ ସମୟର ସୂଚକ ହୋଇଥାଏ । ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ ବା ପଶ୍ଚିମ ଦିଗରେ କାଉ ବୋବାଇଲେ ଶୁଭ ହୋଇଥାଏ ।
୪- ଜନ୍ମ ମାସ, ସମୟ, ନକ୍ଷତ୍ରରେ ପୁଅ ବା ଝିଅର ବାହାଘର କରିବା ଶୁଭ ହୋଇଥାଏ । ମନ୍ଦିରକୁ ଗଲେ ପ୍ରଥମେ ବାହନକୁ ମୁଣ୍ଡିଆ ମାରିବା ପରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ଉଚିତ ।
୫- ପ୍ରତିଦିନ ୮ ଗ୍ଳାସ ପାଣି ବସିକି ପିଇବା ଉଚିତ । ରାତିରେ ଶୋଇବା ବେଳେ ଆଇନା ଘୋଡାଇ ରଖିବା ଉଚିତ ।
୬- ଟଙ୍କା ଗଣିଲା ବେଳେ କେବେ ବି ଛେପ ମାରିବା ଅନୁଚିତ । ସୋମବାର, ବୁଧବାର ଓ ଶୁକ୍ରବାରରେ ବାମ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ ।
୭- ଗାଈ ଆଖିରୁ ଲୁହ ବୋହିଲେ ବିପଦ ଆସିବାର ସଂକେତ ହୋଇଥାଏ । କଳା ପେଚା ଘର ଉପରେ ବସିଲେ ଅଶୁଭ ହୋଇଥାଏ ।
୮- ବିଛା ଦେଖିବା ଶୁଭ ହୋଇଥାଏ କିନ୍ତୁ ବିଛାକୁ ମାରିବା ଉଚିତ ନୁହେଁ । ଭୋଜନ ସମୟରେ ମୁଣ୍ଡରେ ଗାମୁଛା ବା ଟୋପି ପିନ୍ଧିବା ଉଚିତ ନୁହେଁ ।
୯- ବାରମ୍ବାର ଚର୍ମ ରୋଗ ଦେଖାଯାଉଥିଲେ ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗାଇ ପ୍ରଣାମ କରିଲେ ତାହା ଭଲ ହୁଏ । ବାସନ ମାଜିଲା ବେଳେ ଏହାର ଶବ୍ଦ ଅଧିକ ହେବା ଅନୁଚିତ ।
୧୦- ବାରମ୍ବାର ରାଗ ଆସୁଥିଲେ ଦିନକୁ ୫ ଥର ପାଦ ଢୋଇବା ଭଲ ହୁଏ । ଖାଇବା ବେଳେ ଲୁଣ ତଳେ ପକାନ୍ତୁ ନାହିଁ କିମ୍ବା ଲୁଗାରେ ପୋଛନ୍ତୁ ନାହିଁ, ଋଣ ବଢିଥାଏ ।
୧୧- ଠାକୁର ଘରେ ପ୍ରତିଦିନ ଝୁଣା ବା କର୍ପୁର ଧୂପ ଦେଲେ ଅଶୁଭ ଦୂର ହୋଇଥାଏ । ରୋଷେଇ, ଭଣ୍ଡାର ଘର, ଧନ ରଖୁଥିବା ଜାଗାରେ ଚପଲ ରଖିବା ଅନୁଚିତ ।
୧୨- ଚିରି ଯାଇଥିବା ପର୍ସ ଓ ନୋଟକୁ ମୋଦୀ ରଖନ୍ତୁ ନାହିଁ । ପିଲାଙ୍କ ସ୍ମରଣ ଶକ୍ତି ବଢାଇବା ପାଇଁ କଂସା ଗ୍ଲାସରେ ପାଣି ଓ ପାତ୍ରରେ ଖାଇବାକୁ ଦିଅନ୍ତୁ ।
୧୩- ରାତିରେ ଝାଡୁ ଧରି ଓଳାନ୍ତୁ ନାହିଁ କିମ୍ବା ଅଳିଆ ବାହରକୁ ପକାନ୍ତୁ ନାହିଁ । ରାତିରେ କେବେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ କି ନଖ କାଟନ୍ତୁ ନାହିଁ ।
୧୪- ଭୋଜନ କରିଲା ବେଳେ ପାଦ ବା ଗୋଡରେ ହାତ ଦେଇ ଖାଆନ୍ତୁ ନାହିଁ । ଘରେ ବିଲେଇ ଛୁଆ ଜନ୍ମ କରିଲେ ଶୁଭ ଖବର ମିଳିବାର ଥାଏ ।
୧୫- ଯଦି ବାରମ୍ବାର କିଛି ନ କରି ଅସୁବିଧାରେ ପଡ଼ୁଛନ୍ତି ତେବେ ପୂଜକଙ୍କୁ ସୁବର୍ଣ୍ଣ ଦାନ କରିଲେ ଭଲ ହୋଇଥାଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।