ଅକ୍ଟୋବର 28 କୁମାର ପୂର୍ଣ୍ଣିମା । ଚନ୍ଦ୍ରଗ୍ରହଣ ଲାଗିବାର ସଠିକ ସମୟ, ହାଣ୍ଡିଛାଡ ସମୟ, କେଉଁ ରାଶି ପାଇଁ ଶୁଭ ଓ ଅଶୁଭ ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଆସନ୍ତା 28 ତାରିଖ ଶନିବାର ଦିନ କୁମାର ପୂର୍ଣ୍ଣିମା ବା ଗଜଲକ୍ଷ୍ମୀ ପୂଜା ଦିନ ବର୍ଷ 2023 ର ଅନ୍ତିମ ଚନ୍ଦ୍ରଗ୍ରହଣ ପଡୁଅଛି । ଏହି ଗ୍ରହଣ ଆଶ୍ଵିନ ମାସ ପୂର୍ଣ୍ଣିମାରେ ଲାଗୁଅଛି । ଏହି ଗ୍ରହଣ ତୁଳା ରାଶି ଓ ରେବତୀ ନକ୍ଷତ୍ରରେ ସଂଘଠିତ ହେବ । ଯାହା ଫଳରେ ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେମିତି କୁମାର ପୂର୍ଣ୍ଣିମା ପାଳନ ହେବ, ସମୟ ସୀମା, ସୁତକ ସମୟ କେବେ ପାଳନ ଓ ଶେଷ ହେବ, ଏହି ସମୟରେ କଣ କରିବେ ଓ କଣ ନାହିଁ ସେହି ବିଷୟରେ ଆଲୋଚନା କରିବା ।

କେଉଁ ରାଶିଙ୍କ ପାଇଁ ଶୁଭ ଓ ଅଶୁଭ ସମୟ ରହିବ, ଗର୍ଭବତୀ ମହିଳା କଣ କରିବେ ଓ କଣ ନାହିଁ ଆସନ୍ତୁ ଜାଣିବା । ଚନ୍ଦ୍ରଗ୍ରହଣ ଭଳି ଜାଗତିକ ଦ୍ରୁଶ୍ଯ ସୂର୍ଯ୍ୟ, ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ । ସାଧାରଣତଃ ଗ୍ରହଣ ଲାଗିବାର 3 ପ୍ରହର ପୂର୍ବରୁ ପାକ ନିଷେଧ କରାଯାଏ ଯାହାକୁ ସୁତକ ସମୟ କୁହାଜେ । ଏହି ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଛି ।

ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ ହୋଇଥାଏ । ଏହି ଗ୍ରହଣର ସୁତକ ସମୟ 28 ଅକ୍ଟୋବର ଦିନ 2:32 ମିନିଟରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି 3:55 ମିନିଟ ଯାଏଁ ଲାଗି ରହିବ । ଏହି ସମୟରେ ଭୋଜନ କାର୍ଯ୍ୟକୁ ବାରଣ କରାଯାଇଛି । ସୁତକ କାଳ ସମାପ୍ତ ହେବା ପରେ ସ୍ନାନ କରି ରନ୍ଧନ, ଦେବ କାର୍ଯ୍ୟ ଆଦି ହେବ । ଗ୍ରହଣ ଲାଗିବାର ସମୟ ଅକ୍ଟୋବର 28 ରାତି 11:32 ମିନିଟରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି 3:55 ମିନିଟରେ ସମାପ୍ତ ହେବ ।

ଗ୍ରହଣର ବାଧ୍ୟ କାମ 4 ଘଣ୍ଟା 23 ମିନିଟ ଓ 7 ସେକେଣ୍ଡ । କୁମାର ପୂର୍ଣ୍ଣିମା ପୂଜା ସୁତକ କାଳ ସମୟ ପୂର୍ବରୁ କରିହେବ । ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ । ସିଂହ, ମକର, ମିଥୁନ, ତୁଳା ରାଶିଙ୍କ ଉପରେ ଗ୍ରହଣର ଖରାପ ପ୍ରବାବ ପଡିବାକୁ ଯାଉଛି । ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହେବା ସହ ଚନ୍ଦ୍ରଗ୍ରହଣ ଦେଖିବାକୁ ବାରଣ କରାଯାଇଛି ।

ଏହି ସମୟରେ ସିଲେଇ କରିବା ବା କଟାକଟି କରିବା ନିଷେଧ ଅଟେ । ଏହା ସହ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଓ ବାହାରକୁ ବାହାରିବା ଅନୁଚିତ ହୋଇଥାଏ । ଚନ୍ଦ୍ରର ଛାୟା ଗର୍ଭବତୀ ମହିଳାଙ୍କ ଉପରେ ପଡିଲେ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ । ଗ୍ରହଣ ଲାଗିବା ସମୟରେ ରୋଷେଇ କରିବା ନିଷେଧ । ଏହି ସମୟରେ ରନ୍ଧା ଯାଇଥିବା ଖାଦ୍ୟ ଅଶୁଦ୍ଧ ହୋଇଥାଏ ।

ଶାରୀରିକ ସମ୍ପର୍କ ରଖିବା, ଦେବନିତି କରିବା ନିଷେଧ ଅଟେ । ଏହି ସମୟରେ ଅର୍ଣ୍ଣ ଦାନ କରିଲେ ଶରୀରରେ ରୋଗ ହୁଏ ନାହିଁ । ଗ୍ରହଣ ସମାପ୍ତ ପରେ ସ୍ନାନ କରି ଗଙ୍ଗାଜଳ ଘରେ ସିଂଚନ କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *