ବନ୍ଧୁଗଣ ଯଦି ଆପଣଙ୍କର କୌଣସି ଦୁର୍ଘଟଣା ବଶତ ଆଁଠୁ ଗଣ୍ଠି ରେ ଯନ୍ତ୍ରଣା ହେଉଛି, ଚାଲିବା ବୁଲିବାରେ ସମସ୍ୟା ହେଉଛି ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଆପଣ ମାନେ ନିଶ୍ଚିନ୍ତ କରନ୍ତୁ । କେବଳ ୩ ଦିନ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ଏଥିରୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ବହୁ ପୁରାତନ ଆଁଠୁ ଗଣ୍ଠି ବିନ୍ଧା ସମସ୍ୟା ସବୁ ଦିନ ପାଇଁ ଠିକ ହୋଇଯିବ । ତେବେ ଆସନ୍ତୁ ଜାଣିବା ଜଏଣ୍ଟ ପେନ ଭଳି ସମସ୍ୟା ଦୂର କରିବା ପାଇଁ ଆପଣ ଆଜି ଏହି ରେମଡି କିପରି ବନାଇବେ ଓ ଏହାର ପ୍ରୟୋଗ କିପରି କରିବେ ।
ଏଥିପାଇଁ ଆବଶ୍ୟକ ପଡିବ ତାହା ହେଉଛି ପିଆଜ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଗରମ ଦିନ ମାନଙ୍କରେ ଆଁଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ଏହି ଉପଚାର ବେଷ୍ଟ ଅଟେ । ଏକ ମିଡିୟମ ସାଇଜ ପିଆଜ ନେଇ ଏହାର ଚୋପା କାଢି ଧୋଇ ଦିଅନ୍ତୁ । ଏହାକୁ ଛୋଟ ଛୋଟ ଖଣ୍ଡ କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ପାଣିର ବ୍ୟବହାର କରିବେ ନାହିଁ ।
ପିଆଜରୁ ସଂପୂର୍ଣ୍ଣ ନ୍ଯାଚୁରାଲ ରସ ବାହାର କରିବାକୁ ହେବ । ଏଥିପାଇଁ ଏକ ସୂତା କପଡା ନିଅନ୍ତୁ । ଏହା ପରେ ପିଆଜ ରସ ନେଇ ଏହାର ରସ ବାହାର କରନ୍ତୁ । ଏହାକୁ ଆପଣ ୩ ଦିନ ଯାଏଁ ବନାଇ ରଖିପାରିବେ । ଥରକ ପାଇଁ ୩ରୁ ୪ଟି ବଡ ପିଆଜର ଆବଶ୍ୟକ ପଡିବ । ଏହା ପରେ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ହଳଦୀ ଗୁଣ୍ଡ ଯାହା ପୁରୁଣାରୁ ପୁରୁଣା ରୋଗ ଭଲ କରିଥାଏ ।
ଯାହାର କୌଣସି ପୁରୁଣା ଦୁର୍ଘଟଣା କାରଣରୁ ଏବେ ଯାଏଁ ବି ଯନ୍ତ୍ରଣା ଯାଇ ନାହିଁ ସେମାନେ ଏହି ରେମଡିର ପ୍ରୟୋଗ ୩ ଦିନ କରିବେ । ଏକ ଚାମଚ ହଳଦୀ ପିଆଜ ରସରେ ମିଶ୍ରଣ କରନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ରହିଛି ସୋରିଷ ତେଲ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଏଥିରେ ଆପଣ ଜଡା ବା ରାଶି ତେଲ ଆଡ କରିପାରିବେ । ଏବେ ଏହି ପେଷ୍ଟ ପୂରାପୂରି ପ୍ରସ୍ତୁତ ହୋଇ ଯାଇଛି ।
ସେଥିପାଇଁ ଆପଣ ଏହାକୁ ମିକ୍ସ କରିବା ପରେ ଏକ ମିନିଟ ଯାଏଁ ଫୁଟାଇବାକୁ ପଡିବ । ଯାହା ଦ୍ଵାରା ଅଳ୍ପ ଗାଢା ହେବ । ଏବେ ଆପଣ ଏହାକୁ ସଂପୂର୍ଣ୍ଣ ଥଣ୍ଡା କରନ୍ତୁ । ଆପଣଙ୍କର ଯେଉଁଠି ଯନ୍ତ୍ରଣା ହେଉଛି ବା ଆଁଠୁ ଗଣ୍ଠି ବିନ୍ଧା ହେଉଛି ସେଠାରେ ଏହାର ଲେପ ଲଗାନ୍ତୁ । ଏହାକୁ ପତଳା କରି ଲଗାନ୍ତୁ ନାହିଁ ବରଂ ବହଳିଆ କରି ଲଗାନ୍ତୁ ।
ଏଥିରେ ବ୍ଯବହ୍ରୁତ ୩ଟି ସାମଗ୍ରୀ ପିଆଜର ରସ, ସୋରିଷ ତେଲ ଓ ହଳଦୀ ଆଁଠୁ ଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । କେବଳ ୨ରୁ ୩ ମିନିଟ ଯାଏଁ ଏହାର ମସାଜ କରନ୍ତୁ । ଦେଖିବେ ଆପଣଙ୍କର ଜଏଣ୍ଟ ପେନ ସମସ୍ୟା ବହୁତ ଜଲ୍ଦି ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।