ନମସ୍କାର ବନ୍ଧୁଗଣ । ତେବେ ମିଡିଆ ଆଗରେ ମୁହଁ ଖୋଲିଲେ ବାବୁସାନ ମହାନ୍ତି ଙ୍କ ମା ଅପରାଜିତା ମହାନ୍ତି । ମା ହିସାବରେ ସେ କହିଛନ୍ତି କି ମୋ ପୁଅ ଘରକୁ ଫେରି ଆସୁ । ତା ସ୍ତ୍ରୀ ପୁଅ ପାଖକୁ ଫେରି ଆସୁ ଏତିକି କହିବା ସମୟରେ ଆଖି ରୁ ଧାର ଧାର ହୋଇ ଲୁହ ଝଋ ଆସିଛୁ ମା ଅପରାଜିତାଙ୍କର । ବାବୁସାନ ଙ୍କୁ ଉଭୟ ବାପା ମା ବହୁତ ବୁଝାଇଛନ୍ତି ଏଭଳି ଭୁଲ କାମ ନ କରିବା ପାଇଁ । ତେବେ ମା ହୋଇ ଅପରାଜିତା କେବଳ ଏତିକି ନିବେଦନ କରି କହୁଛନ୍ତି କି ସେ ଫେରୁ ଆସୁ । ଏମିତି ନ ହୋଇ ବାହାରୁ କୌଣସି ଅନ୍ୟ ଜାଗାକୁ ନ ଯାଉ ।
ସମଗ୍ର ଓଡିଶା ବାସୀଙ୍କୁ ନିବେଦନ କରିଛନ୍ତି ଅପରାଜିତା କେମିତି ତାଙ୍କର ପୁଅ ଘରକୁ ଫେରି ଆସିବ । ଆହୁରି ଅପରାଜିତା କହିଛନ୍ତି ତାଙ୍କ ପୁଅ ବାବୁସାନ ଆଗରୁ ମଦ ସେବନ କରୁଥିଲେ କିନ୍ତୁ ନିଜ ଲିମିଟ ଭିତରେ ରହୁଥିଲେ । ଆଉ ତାଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଠିକ ଠାକ ଚାଲିଥିଲା ।
କିନ୍ତୁ ପ୍ରକୃତି ମିଶ୍ର ତାଙ୍କର ମାଇଣ୍ଡ କୁ ପୁରା ଡାଇଭଟ କରି ଦେଇଛନ୍ତି ଯାହା ଫଳରେ ବାବୁସାନ ପ୍ରତି ମୂହୁର୍ତ୍ତ ରେ ନିଶା ରେ ଚୁର ରହୁଥିଲେ । ଆଜିକାଲି ସମସ୍ତେ ମଦ ପିଉଛନ୍ତି ସାଧାରଣ କଥା କିନ୍ତୁ ତାଙ୍କ ପୁଅ ଆଗରୁ ଏମିତି ଜମା ବି ନ ଥିଲା ବୋଲି ଅଭିନେତ୍ରୀ ଅପରାଜିତା କହିଛନ୍ତି ।
କିନ୍ତୁ ଯେବେ ଠାରୁ ଦୁଇ ତିନୋଟି ନାରୀ ଚରିତ୍ର ତାଙ୍କ ପୂଜା ଜୀବନକୁ ଆସିଲା ଯାହା କାରଣରୁ ଯାବତିୟ ଅସାନ୍ତି ଘରେ ହୋଇଛି ବୋଲି ଅପରାଜିତା କହିଛନ୍ତି । ଏହା ଛାଡ ବାବୁସାନଙ୍କର ମଧ୍ୟ ଦେହ ଖରାପ ହୋଇଛି । ବାବୁସାନ ନିଜକୁ କଣ୍ଟ୍ରୋଲ କରିପାରି ନାହାନ୍ତି କେତେବେଳେ କଣ କରନ୍ତି ସେ ନିଜେ ବି ଜାଣିପାରି ନାହାନ୍ତି । ବାବୁସାନ ନିଜ ମା କୁ କହିଥିଲେ ମା ମୋତେ ବ୍ଳାକମେଲ କରାଯାଉଛି ।
ଉତ୍ତରରେ ମା କହିଥିଲେ ତୁ ଡରେନା ଆମେ ସମସ୍ତେ ତୋ ସହ ଅଛୁ ତୁ କାହିଁକି ଡରୁଛୁ । ତେବେ ଏହି ବ୍ଳାକମେଲ କଣ ଥିଲା ଓ ଏହା ପଛରେ କଣ ସତ୍ୟତା ରହିଛି ତାହା ପରିବାର ଲୋକେ କିଛି ଜାଣି ନାହାନ୍ତି ବୋଲି ଅପରାଜିତା ମତ ଦେଇଛନ୍ତି ।
ଆଗକୁ କେବଳ ଏତିକି ଅପରାଜିତା କହିଛନ୍ତି କି ସେ ସମଗ୍ର ଓଡିଶା ବାସୀ ଙ୍କୁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି କି ଆଗରୁ ଯେମିତି ତାଙ୍କ ପୁଅ ବାବୁସାନ ଥିଲ ଆଉ ଓଡିଆ ଇଣ୍ଡଷ୍ଟ୍ରି କୁ ଭଲ ଭଲ ମୁଭି ଦେଉଥିଲେ ଏବଂ ସୁନା ପୁଅ ହୋଇ ସମସ୍ତଙ୍କର ଥିଲେ ଆଉ ଯେଉଁ ଭଲ ପାଇବା ପୂର୍ବ ଭଳି ରହିଥିଲା ଯାହା ବି ଆଜି ରହିଛି ତେଣୁ ସେ ସମସ୍ତଙ୍କ ପାଖକୁ ଫେରି ଆସୁ । ବାବୁସାନ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି ଓ ନିଜ ପୁଅକୁ ମଧ୍ୟ ଜୀବନ ଠାରୁ ଧିକ ଭଲ ପାଇଥାନ୍ତି ତେଣୁ ବସ ଫେରି ଆସି ନିଜ ପରିବାର ପାଖକୁ ବୋଲି ମା କହିଛନ୍ତି ।
ବନ୍ଧୁଗଣ ଆପଣଙ୍କର ଅପରାଜିତା ଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।