“ମୋ ରୁମରେ ଦିନେ ସେମାନେ…” ଭାଇରାଲ ହେଉଛି Truptiଙ୍କ ଅଡିଓ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି ଖାଲି ଓଲିଉଡ ଚକଲେଟ ହିରୋ ବାବୁସାନ ମହାନ୍ତି ଓ ତାଙ୍କ ପ୍ରେମିକା ପ୍ରକୃତି ମିଶ୍ର ଙ୍କୁ ନେଇ । ଗତ କାଲି ରାଜ ର ରାସ୍ତାରେ ରେଡ ହ୍ୟାଣ୍ଡେଡ ଧରିଥିଲେ ଦୁଇ ଜଣଙ୍କୁ ସ୍ତ୍ରୀ ତୃପ୍ତି ଶତପଥି । ଯାହା ପରେ ଗଣ ମାଧ୍ୟମରେ ଏହି ଖବର ପ୍ରଚାର ହେବା ପରେ ନିଆଁ ଭଳି ଏବେ ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି । କେମିତି ଜଣେ ବିବାହିତା ପୁରୁଷ ହୋଇ ବାବୁସାନ ମହାନ୍ତି ପ୍ରକୃତି ଙ୍କ ସହ ସମ୍ପର୍କ ସ୍ଥାପନା କରି ପାରିଲେ ।

ତେବେ ଏହି ଘଟଣା ସାମନାକୁ ଆସିବା ପରେ ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି, ମା ଅପରାଜିତା ଓ ସ୍ତ୍ରୀ ତୃପ୍ତି ନିଜ ନିଜର ମତ ଦାନ ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ତୃପ୍ତିଙ୍କର ଅଡିଓ କଲ ଭାଇରାଲ ହୋଇଛି । ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥି ନିଜ ସ୍ବାମୀଙ୍କର ଏଭଳି କାରନାମା ବିଷୟରେ ଯେଉଁ ବଡ ଖୁଲାସା କରିଛନ୍ତି ତାହାର ଅଡିଓ କଲ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ତେବେ ତୃପ୍ତି ଏହି ଅଡିଓ କଲ ରେ କହିଛନ୍ତି ଯଦିଓ ତାଙ୍କ ସ୍ଵାମୀ ବାବୁସାନଙ୍କର ଏଭଳି ପ୍ରକୃତିଙ୍କର ସହ ସମ୍ପର୍କର ବିଷୟରେ ଜାଣ ପଡିବା ଦୁନିଆ ଆଗରେ ପ୍ରଥମ ଥର ପାଇଁ ଥିଲା କିନ୍ତୁ ଆଗରୁ ମଧ୍ୟ ସେ ରେଡ ହ୍ୟାଣ୍ଡେଡ ଦୁହିଙ୍କୁ ଏକାଠି ଧରି ସାରିଛନ୍ତି ।

ତୃପ୍ତି କହିଛନ୍ତି ଘରେ, ସ୍ୟାଣ୍ଡଇଚ ଟାୱାର ଓ ଖୁସି ପ୍ରେସଟିଜ ଆପାର୍ଟମେଣ୍ଟ ରେ ଦୁହିଙ୍କୁ ଏକା ସହ ଧରିଥିଲେ । ତା ପରେ ଦୀର୍ଘ ୩ ମାସ ଯାଏଁ ସେ ତାଙ୍କୁ ଶ୍ଵଶୁର ଓ ଶାଶୁଙ୍କ ପାଖରେ ବରମୁଣ୍ଡା ରେ ରହିବାକୁ ଯାଇଥିଲେ । ଏତେ ଦିନ ରହିବା ପରେ ସେ ନିଜ ଘରକୁ ଫେରିବା ପାଇଁ ଇଚ୍ଛା କରିଥିଲେ ।

ଯେବେ ସେ ନିଜ ଘରକୁ ଓ ସ୍ଵାମୀ ବାବୁସାନ ଙ୍କ ପାଖକୁ ଆସିଲେ ରୁମ ଖୋଲି ଦେଖିବା ବେଳକୁ ପ୍ରକୃତି ମିଶ୍ର ତାଙ୍କ ଘର ଭିତରେ ବସିଥିଲେ । ସେଠାରେ ବାବୁସାନ ମଧ୍ୟ ଉପସ୍ଥିତି ଥିଲେ । ଏହି ଘଟଣା ଟି ଥିଲା ଅକ୍ଟୋବର ୩୦ ୨୦୨୦ ମସିହାର । ଯେବେ ରେଡ ହ୍ୟାଣ୍ଡେଡ ତୃପ୍ତି ବାବୁସାନ ଓ ପ୍ରକୃତି ଙ୍କୁ ତାଙ୍କ ଘରେ ଧରି ଥିଲେ ।

ଆଉ ଏହା ଦେଖିବା ପରେ ସେ ରାଗିକି ପ୍ରକୃତି ମିଶ୍ରଙ୍କୁ ଅନେକ କଥା ଶୁଣାଇ ଥିଲେ ମଧ୍ୟ ବାବୁସାନ ତାଙ୍କୁ ଅଟକାଇ ଦେଇଥିଲେ । ତା ଭିତରେ ବି ଅନେକ ଘଟଣା ଘଟିଛି ଯାହାକୁ ସେ ଇଗନୋର କରିଛନ୍ତି । ତଥାପି ବାବୁସାନ ନିଜ ସ୍ତ୍ରୀ ଓ ପୁଅ କୁ ନ ପଚାରି ପ୍ରକୃତି ମିଶ୍ର ପ୍ରେମରେ ଏମିତି ପଡିଥିଲେ । ବନ୍ଧୁଗଣ ଆପଣ ମାନଙ୍କର ତୃପ୍ତିଙ୍କର ଏହି ରାଏ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *