ଆପଣଙ୍କ ଏହି ନିତିଦିନିଆ ଭୁଲ ଆପଣଙ୍କ ଆଖିକୁ ନଷ୍ଟ କରି ଦେଇପାରେ, ତେବେ ଏହି ଭୁଲକୁ ତୁରନ୍ତ ସୁଧାରନ୍ତୁ

ଆଖି ମଣିଷ ଶରୀରର ମୂଲ୍ୟବାନ ଅଙ୍ଗ ଅଟେ । ଆମ ଜୀବନରେ ଏହାର ବହୁ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଆଖି ଦ୍ଵାରା ଆମେ ସବୁକିଛି ଦେଖିଥାଉ । ଯଦି ଆଖି ଖରାପ ହେଇଯିବ ତ ଆମେ କିଛି ବି ଦେଖିପାରିବା ନାହିଁ ଓ ଜୀବନ ସାରା ଅନ୍ଧକାର ରେ କାଟିବାକୁ ହେବ । ଆଜିକାଲି ଲୋକ ନିଜ ଦୈନିକ ଜୀବନ ରେ ଅଜଣାତ ରେ କିଛି ଏମିତି ଭୁଲ କରିଥାନ୍ତି, ଯାହା ପାଇଁ ଆଖିର ବହୁତ୍ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏମିତି କିଛି ଭୁଲ ବିଷୟରେ ।

Image Courtesy: Google

ଡେରି ରାତି ଯାଏ ମୋବାଇଲ ଚଳାଇବା-

ଆଜିର ଆଧୁନିକ ଯୁଗରେ ଅଧିକାଂଶ ଲୋକ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାର କରୁଛନ୍ତି । ଦିନ ସାରା ମଧ୍ୟ ମୋବାଇଲ୍ ରେ ଲାଗି ରହୁଛନ୍ତି । ମୋବାଇଲ ରୁ କ୍ଷତିକାରକ ରେଡିଏସନ ବାହାରିଥାଏ । ଯାହା ଡାଇରେକ୍ଟ ଆଖିର ଲେନ୍ସ ଉପରେ ପଡ଼ିଥାଏ ଓ ଆଖିର କ୍ଷତି କରିଥାଏ । ଅଧିକା ମୋବାଇଲ୍ ବ୍ୟବହାର ଦ୍ଵାରା ଆଖିର ରଶ୍ମି କମଜୋର ହୋଇଯାଏ ଓ ଆଖି ବି ଖରାପ ହୋଇଥାଏ ତେଣୁ ଅଧିକା ମୋବାଇଲ ବ୍ୟବହାର କରିବା ଅନୁଚିତ । ଯଦି ଆପଣଙ୍କର ଅଯଥାରେ ମୋବାଇଲ ଧରି ଦେଖିବାର ଅଭ୍ଯାସ ଅଛି ତେବେ ତୁରନ୍ତ ଏହାକୁ ବଦଳାନ୍ତୁ ।

Image Courtesy: Google

ଆଖିକୁ ବିଶ୍ରାମ ନଦେବା-

ଆଜିକାଲି ଅଧିକ ଲୋକ ଡେରି ରାତି ଯାଏ ନଶୋଇ ମୋବାଇଲ ଚଲାନ୍ତି ଓ ସେଥିରେ ଫିଲ୍ମ ଦେଖନ୍ତି । ପର୍ଯ୍ୟାପ୍ତ ସମୟ ନିନ୍ଦ୍ରା ନନେବା କାରଣରୁ ଆଖିର କ୍ଷତି ହୋଇଥାଏ । ତେଣୁ ସୁନିଦ୍ରା ନେବା ଉଚିତ । ଅଧିକ ରାତି ପର୍ଯ୍ୟନ୍ତ ଚାହିଁ ଯଦି ଟିଭି, ଲ୍ଯାପଟପ ବା ମୋବାଇଲ ଚାଲୁଛନ୍ତି ତେବେ ଆଜିଠୁ ହିଁ ଏହି ଖରାପ ଅହୟାଶ ଛାଡନ୍ତୁ । ଏନସିଏଚଟି ଅଳ୍ପ ଦିନରେ ଆପଣଙ୍କ ଆଖି ମଧ୍ୟ ଖରାପ ହୋଇଯିବ ।

Image Courtesy: Google

ଆଖି ମକଚିବା-

ଯେବେ ଆଖିରେ କିଛି ପଡେ ସେବେ ଆଖି କୁଣ୍ଡେଇ ହୋଇଥାଏ ତ ଲୋକେ ଆଖି ମକଚନ୍ତି, ତେଣୁ ଆଖି ଉପରେ ପ୍ରଭାବ ପଡିଥାଏ । ତେଣୁ ଆଖି ଖରାପ ହୋଇଥାଏ । ତେବେ ଆଖି ମକଚିବା ବଦଳରେ ପାଣି ଛାଟି ସଫା କରିବା ଉଚିତ । ଯଦି ଆପଣ ଏହିପରି ଭୁଲ କରନ୍ତି ତ ନିଜକୁ ସୁଧରାନ୍ତୁ । ପ୍ରତ୍ୟକ ଦିନ ସୋଇକି ଉଠିଲା ପରେ ଆଖିକୁ ଭଲଭାବେ ପାଣିରେ ଧୁଅନ୍ତୁ । କୌଣସି ସଫା କପଡାରେ ହିଁ ମୁହଁ ପୋଛନ୍ତୁ ନଚେତ ସେଥିରେ ଥିବା ଧୂଳିକଣା ଆଖିରେ ପଶି ଆଖି କୁଣ୍ଡେଇହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *