ଯଦି ଆପଣ ରାତିରେ ଏମିତି କିଛି କରୁଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ – ନଚେତ ଆର୍ଥିକ ସ୍ଥିତି ବିଗିଡ଼ିଯିବ

ପୁରାଣରେ ମଣିଷ ଜୀବନରେ ଘଟୁଥିବା ଘଟଣାଗୁଡିକ ସବୁକିଛି ସବିଶେଷ ଭାବରେ ବର୍ଣ୍ଣନା କରାଯାଇଛି । ମଣିଷ ତା ଜୀବନରେ କଣ ସବୁ କରିବା ଉଚିତ ଏବଂ କଣ କରିବା ଅନୁଚିତ ସେ ସମ୍ପର୍କରେ ଅନେକ କଥା ପୁରାଣରେ କୁହାଯାଇଛି । ସେହିପରି ରାତିରେ ମଣିଷ କଣ କରିଲେ ତାକୁ ଅଶୁଭ ଫଳ ମିଳେ ତାହା ମଧ୍ୟ କହିଛନ୍ତି। ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା କଣ ସେହି ସବୁ କାମ।

୧- ରାତିରେ ଅଇଁଠା ବାସନ ରୋଷେଇ ଘରେ ଥୋଇବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ପଳାଇଥାନ୍ତି। ବାସନ ଧୋଇ ଶୋଇବା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିବା ସହିତ ଲକ୍ଷ୍ମୀଙ୍କର ବାସ ରହିଥାଏ।

୨- ସୂର୍ଯ୍ୟ ଅସ୍ତ ଯିବା ପରେ କାହା ଘରକୁ କ୍ଷୀର କିମ୍ବା ଦହି ନେଇଯିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ମଧ୍ୟ ଲକ୍ଷ୍ମୀ କୋପ କରିଥାନ୍ତି ଏବଂ ଅସନ୍ତୁଷ୍ଟ ହୋଇଥାନ୍ତି।

୩- ମହିଳାମାନେ ରାତିରେ ମୁଣ୍ଡ ମୁକୁଳା କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ସହଜରେ ହୋଇପାରିଥାଏ। ଏହା ଦ୍ୱାରା ଘରର ସୁଖଶାନ୍ତି ସବୁ ନଷ୍ଟ ହୋଇଥାଏ।

୪- ରାତିରେ ଲୁଣ ଏଣେତେଣେ ପକାଇବା ଅନୁଚିତ। ଏହାଦ୍ୱାରା ଋଣର ପରିମାଣ ଅଧିକ ହୋଇଥାଏ। କିନ୍ତୁ ପ୍ରତି କୋଠରୀରେ ଏହାକୁ ଅଳ୍ପ ଅଳ୍ପ କରି ପକାଇଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

୫- ରାତି ସମୟରେ ଘରେ ଝାଡୁକୁ ମନ ଇଚ୍ଛା ପକାଇ ଦିଅନ୍ତୁ ନାହିଁ। ଏହାଦ୍ୱାରା ବି ଲକ୍ଷ୍ମୀ ଛଡା ହେବାର ଢେର ସମ୍ଭାବନା ରହିଛି।

୬- ରାତିରେ ଶୋଇବା ସମୟରେ ପାଖରେ ପାଣି ବୋତଲ ଏବଂ ଗ୍ଲାସ ଆଦି ରଖନ୍ତୁ ନାହିଁ। ଏହା କରିଲେ ଖରାପ ସ୍ୱପ୍ନ ଆସିଥାଏ ଏବଂ ତାହା ଆମ ଜୀବନରେ ଘଟିବାର ମଧ୍ୟ ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *