ଗରୁଡ ପୁରାଣରେ ମନୁଷ୍ୟର ଜୀବନ ଓ ମୃତ୍ୟୁ ସମ୍ବନ୍ଧିତ ଏମିତି ବହୁତ ରହସ୍ୟ ବିଷୟରେ ଜାଣିବାକୁ ମିଳିଥାଏ ଯାହାକୁ ଜାଣିବା ପରେ ବ୍ୟକ୍ତି ନିଜର ଜୀବନକୁ ସୁଧାରୀ ପାରିବ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ମୃତ୍ୟୁ ପରେ ମୃତକର ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ।
ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମାକୁ ନେବାକୁ ଆସିଥିବା ଯମ ଦୁତ କେବଳ ୨୪ ଘଣ୍ଟା ପାଇଁ ହିଁ ସେହି ଜୀବାତ୍ମାକୁ ନିଜ ସହିତ ନେଇ ଯାଆନ୍ତି ଓ ଏହି ୨୪ ଘଣ୍ଟା ମଧ୍ୟରେ ଆତ୍ମାକୁ ତାହାର ସମୁର୍ଣ ଜୀବନର ଲେଖାଜୋଖା ଦେଖାଯାଏ ।
ଯେଉଁଥିରେ ଏହା ହିସାବ ହୋଇଥାଏ କି ସେହି ଜୀବାତ୍ମା ନିଜର ପୁରା ଜୀବନରେ କେତେ ପୂର୍ଣ ଓ ପାପ କରିଛି । ଏହା ପରେ ଆତ୍ମାକୁ ପୁଣି ଥରେ ସେହି ଘରେ ଛାଡି ଦିଆଯାଏ । ଯେଉଁଠି ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ସେହି ଘରେ ହିଁ ରହିଥାଏ ଓ ୧୩ ଦିନ ପରେ ସେହି ଆତ୍ମାକୁ ପୁନଃ ଯମଲୋକ ଫେରାଇ ନିଆଯାଏ ।
ମନୁଷ୍ୟ ଲୋକକୁ ଆସିବା ପରେ ଆତ୍ମା ପୁଣି ଥରେ ଶରୀର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ । କିନ୍ତୁ ଯମ ଦୁତଙ୍କ ଦ୍ଵାରା ତାକୁ ଦୌଡି ଦ୍ଵାରା ବନ୍ଧା ହୋଇଥିବା କାରଣରୁ ସେ କିଛି ବି କରିବାକୁ ଅସମର୍ଥ ହୋଇଥାଏ । ସେ ନିଜର ପରିବାର, ସମ୍ପର୍କୀୟ ସମସ୍ତଙ୍କୁ ଦୁଃଖ ପ୍ରକାଶ କରୁଥିବାର ଦେଖୁଥିବ ।
ସେ ତାଙ୍କୁ ଚୁପ କରାଇବାକୁ ବି ପ୍ରୟାସ କରୁଥିବ । କିନ୍ତୁ ତାହାର ଉପସ୍ଥିତ ବିଷୟରେ ସେଠି କେହି ବି ଜାଣି ପାରନ୍ତି ନାହିଁ । ଏହା ପରେ ନିଜର ନଶ୍ଵର ଶରୀର ଓ ଭୋକିଲା ପେଟରେ ଏହି ଆତ୍ମା ଜୋର ଜୋର କାନ୍ଦିବାକୁ ଲାଗନ୍ତି । କୁହାଯାଇଛି କି ଏହି ପାପୀ ପ୍ରାଣୀର ପାପର ସଂଖ୍ୟା ଏହି ପୂଣ୍ୟ କର୍ମ ସଂଖ୍ୟା ଠାରୁ ବହୁତ ଅଧିକ ହୋଇଥାଏ । ସେଥିପାଇଁ ପିଣ୍ଡଦାନ କରିବା ଆବଶ୍ୟକ ।
କାରଣ ଏହି ସମୟରେ ପିଣ୍ଡଦାନ ଦ୍ଵାରା ହିଁ ଆତ୍ମାକୁ କିଛି ଭୋଜନ ମିଳିଥାଏ । କୁହାଯାଏ କି ଯେଉଁ ବ୍ୟକ୍ତିମାନଙ୍କର ପିଣ୍ଡଦାନ ହୁଏ ନାହିଁ ସେମାନଙ୍କର ଆତ୍ମା ବହୁତ ସମୟ ପର୍ଯ୍ୟନ୍ତ ଘୁରି ବୁଲିଥାଏ । କୋଟି କୋଟି ବର୍ଷ ବିତିବା ସତ୍ବେ ଓ ବିନା ଖାଦ୍ୟରେ ଏତେ ପୀଡା ସହିବା ପରେ ତାହାର କର୍ମ ଫଳର ନାସ ହୋଇ ନ ଥାଏ ।
ଯେଉଁ ସମୟ ପର୍ଯ୍ୟନ୍ତ ସେହି ଆତ୍ମା ନିଜର ସମସ୍ତ କର୍ମର ଫଳକୁ ଭୋଗ ନ କରିଛି ସେହି ସମୟ ପର୍ଯ୍ୟନ୍ତ ତାକୁ ମନୁଷ୍ୟ ଶରୀରର ବି ପ୍ରାପ୍ତ ହୋଇ ନ ଥାଏ । ସେଥିପାଇଁ ପିଣ୍ଡଦାନର ଏହି ମହତ୍ଵକୁ ବୁଝି ପ୍ରତିଦିନ ପିଣ୍ଡଦାନ କରିବା ଉଚିତ ।