ଆମେ ଘରକୁ ଯିବୁନି ଆଜ୍ଞା ଆମେ ନାନା ଘରକୁ ଯିବୁ । ଘରକୁ ଗଲେ ବାବା ମାମା ଆମକୁ ବାଡଉଛନ୍ତି । ପ୍ରତିଦିନ ମାଡ ଖାଇ ଆଉ ରହିପାରିବୁ ନାହି । ପ୍ଳିଜ ମୋ ବାବାଙ୍କୁ କଲ କରନି । ଆମକୁ ନେଇ ନାନା ପାଖରେ ଛାଡି ଆସ । ଆମ ଘର ଏଇ ପାଖରେ ଆମକୁ କିଛି ପଚାରନି । ଆମେ ଏଠି ରହିବାକୁ ଚାହୁଁନୁ ଆମକୁ ନାନା ଘରେ ଛାଡି ଦିଅ । ଆମେ ମାମା ବାବାଙ୍କ ପାଖକୁ ଯିବୁନି । ସେମାନେ ଆମକୁ ବହୁତ ମାରୁଛନ୍ତି ।
କାଲୀ ଗୁପ୍ଚୁପ ଖାଇବାକୁ ଯାଇଥିଲୁ ମାତ୍ର ଗୋଟେ ଅଧିକା ଗୁପ୍ଚୁପ ମାଗିଲି ବୋଲି ଓ ମାମା ମୋତେ ଗାଳି କରିଲେ । ମୋତେ ଗୁପ୍ଚୁପ ଖାଇବାକୁ ଦେଲେନି । ଆଉ ଟାଣି ଟାଣି ଘରକୁ ନେଇଗଲେ । କହିଲେ ଅଙ୍କଲ ଆମେ ଏଇଟା କେମିତି ରହିବୁ ଆମକୁ ବି କଷ୍ଟ ହେଉଛି । ଆମେ ଛୋଟ ପିଲା କଣ ଆମର କିଛି ମନ ନାହି ନା ଆମର ହୃଦୟ ନାହି । ଆମେ ଖେଳିଲେ ହସିଲେ ଆମ ବାବା ମାଆ ଆମକୁ ବାଡଉଛନ୍ତି ।
ଟିକେ ଟିକେ କଥାରେ ଆମ ଦୁଇ ଭଉଣୀଙ୍କୁ ପିଟୁଛନ୍ତି । ଆମେ ବହିପତ୍ର ଧରି ପଳେଈ ଆସିଛୁ । ଆମେ ଆଉ ଘରକୁ ଯିବୁନି । ଅଙ୍କଲ ତମେ ଗାଡି ଷ୍ଟାର୍ଟ କର ଆମ ଦୁଇ ଭଉଣୀଙ୍କୁ ନେଇ ନାନା ଘରେ ଛାଡିକି ଆସ । ଆମେ ଆସିବା ବେଳେ ଘରୁ ଭାତ ଡାଲି ଖାଇକି ଆସିଥିଲୁ । ଆମେ ଆଉ କିଛି ଖାଇବୁନି । ଜଲ୍ଦି ଚାଲ ଅଙ୍କଲ ନ ହେଲେ ଆମ ବାବା ମା ଆସିଯିବେ । ଆଉ ଦୁଇ ଭଉଣୀଙ୍କୁ ବହୁତ ମାରିବେ ।
ଆମେ ଆଉ ମାଡ ସହି ପାରୁନୁ । ହଁ ଦର୍ଶକ ବନ୍ଧୁ କିଛି ଏମିତି କଥା କହି କାନ୍ଦି ଗଡି ଯାଉଛନ୍ତି ଦୁଇ କୁନି ଭଉଣୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ଦୁଇ ଭଉଣୀ ଙ୍କୁ ପାଇଥିବା ଜଣେ ଦୋକାନୀ କହୁଛନ୍ତି ଯେ “ଜଣେ ଭାଇ ଦେଖିଲେ ଦୁଇ ପିଲା ଯାଉଛନ୍ତି ଆଉ ଦୋକାନକୁ ଆଣିଲେ ।
ଆଉ ପଚାରିବାରୁ ପିଲା ଦୁଇଟି କହିଲେ ଆମେ ଘର ଛାଡି ପଳେଈ ଆସିଛୁ ଆମ ନାନା ଘରକୁ ଯାଉଛୁ” । ଏ ନେଇ ଦୁଇ ଭଉଣୀ ଙ୍କୁ ବାଟ ରୁ ପାଇଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ “ମୁଁ ବାଟରେ ଯାଉଥିବା ବେଳେ ପିଲା ଦୁଇ ଜଣଙ୍କୁ ଦେଖିଲି ଆଉ ଦୋକାନ କୁ ନେଇ ଆସିଲି । ପଚାରିବାରୁ ସେ କହିଲେ ଆମ ବାବା ମା ଆମକୁ ବାଡଉଛନ୍ତି ଆମେ ଘର ଛାଡି ପଳାଇ ଆସିଛୁ ।
ସେମାନେ ତାଙ୍କ ନାନା ବା ପିଉସୀ ଙ୍କ ନମ୍ବର ଦେଲେ ଆମେ କଲ କରିଲା ବେଳକୁ ସେ କହୁଛନ୍ତି ତାଙ୍କ ଛୁଆ କୁ ମୁଁ କାହିଁକି ରଖିବୀ ସେମାନେ ପୁଣି ମୋର କଣ କରିବେ” ? ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।