ବାସି ବଳିଥିବା ଭାତ ରେ କୁରକୁରେ କେମିତି ବଣାଇବେ ଦେଖନ୍ତୁ, ବହୁତ ସହଜ ଅଟେ

ବର୍ତମାନ ସମୟରେ ଲକଡାଉନ ପାଇଁ ସବୁ ଦୋକାନ ଘର ବନ୍ଦ ଅଛି ଓ ଯଦି ବି ଖୋଲା ଅଛି ତେବେ ବହୁତ ଜିନିଷ ରହୁ ନାହିଁ । ଆଜି ଆମେ ଆପଣଙ୍କୁ ଘରେ କୁକୁରେ ବନେଇବା ଶିଖେଇବୁ ଯାହା ଆପଣ ବହୁତ ସହଜରେ ଘରେ ତିଆରି କରି ପାରିବେ ଓ ଏହା ବହୁତ ଟେଷ୍ଟି ଏବଂ ସୁନ୍ଦର ହୋଇ ବାହାରିବ ଯାହା ଆପଣଙ୍କ ଘରେ ଲୋକ ଖାଇବା ପାଇଁ ବହୁତ ପସନ୍ଦ ମଧ୍ୟ କରିବେ । ତେବେ ଏହା ପାଇଁ ଆପଣଙ୍କୁ ଏମିତି କିଛି ଦରକାର ନାହିଁ ଯାହା ଆପଣଙ୍କୁ ମିଳିବ ନାହିଁ, ଆମେ ଯାହା ବ୍ୟବହାର କରିବା ପାଇଁ ଯାଉଛୁ ତାହା ଆପଣଙ୍କୁ ଘରେ ବହୁତ ସହଜରେ ପ୍ରାପ୍ତ ହବ ।

Image Courtesy: Google

ଘରେ ବଞ୍ଚିଥିବା ଭାତ ଥିବ ଗୋଟେ ତାଟିଆ ଭାତ ନିଅନ୍ତୁ ଏହାକୁ ଅଧ ତାଟିଆ ପାଣି ପକାଇ ଗ୍ରାଇଣ୍ଡ କରି ନିଅନ୍ତୁ, ଏହା ପରେ ଏହି ପେଷ୍ଟ ବାହାର କରି ନିଅନ୍ତୁ ତେବେ ଏହି ପେଷ୍ଟରେ ୭-୮ ଚାମଚ ବେସନ ଗୋଳେଇ ଦିଅନ୍ତୁ ଏହି ସମୟରେ ଆପଣ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ ମସଲା ଗୁଣ୍ଡ ଦେଇ ଭଲ ଭାବରେ ଏହାକୁ ଗୋଳେଇ ନିଅନ୍ତୁ ଦେଖିବେ ମିଶ୍ରଣ ଅଧିକ ପାଣିଆ ବା ପୁରା କାଠୁଆ ହବ ନାହିଁ, ମିଶ୍ରଣକୁ ଗାଢ ଦହି ଭଳି ରଖିବେ ପୁରା କଠୁଆ ବି ନୁହ । ଏହା ପରେ ଆପଣ ଏହାକୁ ଗୋଟେ ମେସିନରେ ନେଇ ନିଅନ୍ତୁ ଯାହା କୁରକୁରେ ଆକାର ଦେଇଥାଏ ଯଦି ଆପଣଙ୍କ ପାଖରେ ସେଇଟା ନାହିଁ ଅଲଗା ଆକାର ମେସିନ ଅଛି ତେବେ ଆପଣ ଅଲଗା ମେସିନ ମଧ୍ୟ ବ୍ୟବହାର କରି ପାରିବେ ।

Image Courtesy: Google

ମେସିନରେ ତେଲ ଭଲ ଭାବରେ ଲଗେଇ ଦିଅନ୍ତୁ ଏହା ପରେ ପେଷ୍ଟ ମେସିନରେ ପକେଇ ନିଅନ୍ତୁ ଏହା ପରେ ତେଲ କଢେଇରେ ଗରମ କରି ନିଅନ୍ତୁ ତେଲ ଗରମ ହେଲା ପରେ ଏହାକୁ ଲୋ ଫ୍ଲେମରେ ରଖନ୍ତୁ ମନେ ରଖନ୍ତୁ ଆପଣଙ୍କୁ କୁରକୁରେ ଲୋ ଫ୍ଲେମ ରେ ଛାଣିବାର ଅଛି । ତେଲ ଗରମ ହେଲା ପରେ ଆପଣ ପେଷ୍ଟ ଅଳପ ଅଳପ କରି ତେଲ ରେ ପକାନ୍ତୁ ଯଦି ଆପଣ ଲମ୍ବା ମଧ୍ୟ ପକାଉଛନ୍ତି ତେବେ ମଧ୍ୟ କୌଣସି ଅସୁବିଧା ନାହିଁ ଆପାନ ଏହାକୁ ପରେ ଭାଙ୍ଗି ପାରିବେ ।

Image Courtesy: Google

ତେବେ ଯେତେ ତେଲ ଅଛି ତା ଅନୁଯାଇ ଆପଣ ପେଷ୍ଟ ପକେଇ କୁରକୁରେ ଛାଣି ପାରିବେ । ଏହା ପରେ କୁରକୁରେ କୁ କଲର ଆସିବା ପାଇଁ ଦିଅନ୍ତୁ ଏହା ପରେ ଆପଣ କୁରକୁରେ ବାହାର କରି ନିଅନ୍ତୁ ଓ ଥଣ୍ଡା ହେଲା ପରେ ସର୍ଭ କରନ୍ତୁ କାହିଁକିନା ଏହା ଥଣ୍ଡା ହେଲା ପରେ ଅଧିକ କ୍ରିସ୍ପ ହୋଇଥାଏ ଯାହା ଖାଇବା ପାଇଁ ମଜା ଲାଗିଥାଏ ଆପଣ ଚାହିଁଲେ ଭାତ ବ୍ୟବହାର ନକରି ଚାଉଳ ଚୂନା ମଧ୍ୟ ବ୍ୟବହାର କରି ପାରିବେ ତାହା ଆହୁରି କ୍ରିସ୍ପ ହୋଇଥାଏ ଓ ଅଧିକ ଦିନ ଡବାରେ ରଖି ଖାଇ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *