ଡିଏ ବା ମହଙ୍ଗା ଭତ୍ତା ୫% ବଢିବ – ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ନମସ୍କାର ବନ୍ଧୁଗଣ, ଆପଣମାନେ ଜାଣି ଖୁସି ହେବେ କି ସରକାର ମହଙ୍ଗା ଭତ୍ତାରେ କିଛି ପରିବର୍ତ୍ତନ ଆଣିପାରନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ ସରକାର ଜାନୁୟାରୀ ମାସରେ ଡିଏ ରେ ୩ ପ୍ରତିଶତ ବୃଦ୍ଧି କରାଇଥିଲେ । ବର୍ତ୍ତମାନ ଏହା ୧୨% ଅଛି । ତେବେ ଦଶହରା ପୂର୍ବରୁ ପ୍ରତ୍ୟକ ବର୍ଷ କେନ୍ଦ୍ର ସରକାର ଡିଏ ବିଷୟରେ ଘୋଷଣା କରିଥାନ୍ତି ।

ତେବେ ଆସନ୍ତା ମଙ୍ଗଳବାର ଦିନ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଷୟରେ ଆଲୋଚନା କରାଯିବ ।

ସୂଚନା ଅନୁସାରେ କେନ୍ଦ୍ର ସରକାର ୧.୧ କୋଟି ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୫% ବୃଦ୍ଧି କରିବାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳୁଛି । ତେବେ ଆଗକୁ ମହରାଷ୍ଟ୍ର ଓ ହରିୟାନାରେ ବିଧାନସଭା ନିର୍ବାଚନ ଅଛି ସେଥିପାଇଁ ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଅନୁମତି ନେବା ଜରୁରୀ ଅଟେ ।

ତେବେ ସମସ୍ତ ସରକାରୀ କର୍ମଚାରୀ ଓ ପେନସନ ପାଉଥିବା ବ୍ୟକ୍ତି ମାନଙ୍କୁ ଅଧିକ ଲାଭ ମିଳିବ ବୋଲି ସୂଚନାଯୋଗ୍ୟ । କାହିଁକି ନା ଏଥର ଡିଏ ୫% ବୃଦ୍ଧି ହୋଇପାରେ । ତେବେ ୭ମ ବେତନ ହିସାବରେ ଦରମା ପାଉଥିବା ବ୍ୟକ୍ତିଙ୍କର ୯୦୦ ଟଙ୍କାରୁ ୧୨୫୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *