ବଢିଲା LPG ସିଲିଣ୍ଡର ଦର! ଦେଖନ୍ତୁ କେଉଁଠି ବଢିଛି କେତେ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ମାସର ଆରମ୍ଭରୁ କିଛି ନା କିଛି ନିୟମ ରେ ପରିବର୍ତ୍ତନ ହୋଇଥାଏ । ଏମିତିକି ଅନେକ ସାମଗ୍ରୀ ଉପରେ ଦର ବୃଦ୍ଧି ପାଇଥାଏ । ଏହା ମାସର ଆରମ୍ଭ ରୁ ଲାଗୁ ହୋଇଥାଏ । ତେବେ ଏଲପିଜି ସିଲିଣ୍ଡର ବୃଦ୍ଧି ହେବା କିଛି ନୂଆ କଥା ନୁହେଁ । ଏହା ପ୍ରତେକ ମାସରେ ବାଢୁଛି ବରଂ କମିବାର ନା ନେଉ ନାହି ।

ବର୍ତ୍ତମାନ ର ବଡ ଖବର ହେଉଛି ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ଯାହାକୁ ନେଇ ଏବେ ସମସ୍ତଙ୍କର ଚିନ୍ତା ବଢି ଯାଇଛି । ସୂଚନା ଅନୁଯାୟୀ ବଢିଲା ଏଲପିଜି ସିଲିଣ୍ଡର ଦର । ଘରୋଇ ଏଲପିଜି ସିଲିଣ୍ଡର ଦର 50 ଟଙ୍କା ବଢିଲା । ପୂର୍ବରୁ ଭୁବନେଶ୍ବର ରେ ଏଲପିଜି ଦର 1079 ଟଙ୍କା ଥିଲା । ବର୍ତ୍ତମାନ ଭୁବନେଶ୍ଵର ରେ 50 ଟଙ୍କା ବଢି ସିଲିଣ୍ଡର ଦର 1129 ଟଙ୍କାରେ ପହଞ୍ଚିଛି ।

ଏବେ ଦିଲ୍ଲୀ ରେ ଘରୋଇ ଏଲପିଜି ସିଲିଣ୍ଡର ଦର ବଢି 1103 ଟଙ୍କା ହୋଇଛି । ଏହିପରି କମର୍ସିଆଲା ସିଲିଣ୍ଡର ଦର ମଧ୍ୟ 350 ଟଙ୍କା 50 ପଇସା ବଢିଛି । ସିଲିଣ୍ଡର ର ଦର ବଢିଛି ଯାହାକୁ ନେଇ ଏବେ ଚିନ୍ତାରେ ସାଧାରଣ ଖାଉଟି ମାନେ । ଦିଲ୍ଲୀ ରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ବର୍ତ୍ତମାନ 2219 ଟଙ୍କା 50 ପଇସା ହୋଇଛି ।

ପୂର୍ବରୁ ଯଦିଓ ଘରୋଇ ସିଲିଣ୍ଡର ଦର ଅପେକ୍ଷା ଏବେ 50 ଟଙ୍କା ଲେଖାଏଁ ବଢି ଯାଇଛି ଭୁବନେଶ୍ଵର ରେ ଓ ଦିଲ୍ଲୀ ରେ । ବର୍ତ୍ତମାନ ଜେଭଳି ଭାବେ ସାମଗ୍ରୀ ଗୁଡିକର ଦର ବଢୁଛି ତା ସହ ଏଲପିଜି ସିଲିଣ୍ଡର ଦର ମଧ୍ୟ ବଢୁଛି । ଯାହା ମଧ୍ୟ ବିତ୍ତ ପରିବାରର ବଜେଟ କୁ ପ୍ରଭାବିତ କରିପାରେ । ଯଦି ଦେଖିବା ଆଜି ଘରୋଇ ସିଲିଣ୍ଡର ର ଦର 50 ଟଙ୍କା କୁ ବୃଦ୍ଧି ପାଇଛି ।

ଏହି ବର୍ଦ୍ଧିତ ଆମାଉଣ୍ଟ ବଢିବାରେ ଏବେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ସିଲିଣ୍ଡର ଦର ବୃଦ୍ଧି ପାଇବା ନେଇ ସାଧାରଣ ଖାଉଟି ମାନେ ନାହି ନ ଥିବା ହଇରାଣର ସମୁଖିନ୍ନ ହେବେ । ଯାହା ପାଇଁ ସେମାନଙ୍କ ପକେଟ ଉପରେ ଏହାର ବଡ ପ୍ରଭାବ ପଡିପାରେ ବୋଲି କୁହା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *